ଜିଓର ଫେଷ୍ଟିଭାଲ ଧମାକା, ଶସ୍ତା ଦାମରେ ଲଞ୍ଚ ହେଲା Jio Bharat B1 4G

ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ବଜେଟକୁ ଦେଖି ଜିଓ ଭାରତ ସିରିଜର ଏକ ନୂଆ 4G ଫୋନ ଲଞ୍ଚ କରିଛି । ଏହି ଫୋନ JioBharat B1 ସିରିଜ୍ ଭାବେ ଲଞ୍ଚ ହୋଇଛି । ନୂଆ ଲଞ୍ଚ ହୋଇଥିବା ଏହି 4G ଫୋନର ଦାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । ଏହାକୁ ନଜରରେ ରଖି ଇ- କମର୍ସ ସାଇଟରେ ବିଭିନ୍ନ ଅଫର ଠାରୁ ଆରମ୍ଭ କରି ଅନେକ ନୂଆ ନୂଆ ମୋବାଇଲ ଲଞ୍ଚ ହେଉଛି । ସମାନ ଭାବେ ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ବଜେଟକୁ ଦେଖି ଜିଓ ଭାରତ ସିରିଜର ଏକ ନୂଆ 4G ଫୋନ ଲଞ୍ଚ କରିଛି । ଏହି ଫୋନ JioBharat B1 ସିରିଜ୍ ଭାବେ ଲଞ୍ଚ ହୋଇଛି । ଜଣାଇବାକୁ ଚାହିଁବୁ କି ଚଳିତ ବର୍ଷ ଜୁଲାଇ ମାସରେ ରିଲାଏନ୍ସ ଜିଓ ନିଜର ଶସ୍ତା ଇଣ୍ଟରନେଟ୍-ସୁବିଧା ଥିବା 4G ଫୋନ୍ ସିରିଜ୍ Jio Bharat ଲଞ୍ଚ କରିଥିଲା ।

ନୂଆ ଲଞ୍ଚ ହୋଇଥିବା ଏହି 4G ଫୋନର ଦାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏହି ଡିଭାଇସ ମାତ୍ର ୧୨୯୯ ଟଙ୍କାରେ ହିଁ ଆପଣ କିଣି ପାରିବେ । ଫୋନ କେବଳ ବ୍ଲାକ କଲର ଅପ୍ସନରେ ଆସୁଛି । ୟୁଜରମାନେ ଏହି ଫୋନକୁ Amazon.inରୁ ଅନଲାଇନରେ କିଣିପାରିବେ ।

Jio Bharat B1 4Gର ସ୍ପେସିଫିକେସନ :
Jio Bharat B1 ଫୋନ ୨.୪ ଇଞ୍ଚର ଡିସପ୍ଲେ ସହିତ ଆସିଥାଏ, ଯାହା ଅନ୍ୟ Jio Bharat ଫୋନରେ ଥିବା ଡିସପ୍ଲେ ଠାରୁ ବଡ । ଏହି ଫୋନ୍ 4G କନେକ୍ଟିଭିଟିକୁ ସପୋର୍ଟ କରେ, ତେଣୁ ଆପଣ ଏହି ଫୋନରେ ମ୍ୟୁଜିକ୍ ଏବଂ ଭିଡିଓ ଷ୍ଟ୍ରିମ୍ କରିପାରିବେ । ଅନ୍ୟ Jio Bharat ଫୋନ୍ ଠାରୁ ଏହି ଡିଭାଇସର ଡିଜାଇନ୍ ମଧ୍ୟ ଭିନ୍ନ ରହିଛି । B1ର ପଛ ପାର୍ଶ୍ୱରେ ମ୍ୟାଟ୍ ଫିନିଶ୍ ସହିତ ଏକ ପଲିକାର୍ବୋନାଟ୍ ବଡି ଦିଆଯାଇଛି ।

Jio Bharat B1 ଭିତରେ ୨୦୦୦mAh ବ୍ୟାଟେରୀ ଦିଆଯାଇଛି । ଏହି ଫୋନ୍ Jio Bharat ପ୍ଲାଟଫର୍ମରେ ଚାଲିଥାଏ ଯାହା ଡିଭାଇସକୁ JioSaavn ଆପରୁ ଗୀତ ଷ୍ଟ୍ରିମ୍ କରିବା ପାଇଁ, JioCinema ଆପରୁ ଫିଲ୍ମ, ଶୋ ଏବଂ ସ୍ପୋର୍ଷ୍ଟ ଷ୍ଟ୍ରିମ୍ କରିବାକୁ ଏବଂ JioPay ଆପ୍ ବ୍ୟବହାର କରି UPI ପେମେଣ୍ଟ କରିବାକୁ ଅନୁମତି ଦେଇଥାଏ । ଏହି ଫୋନରେ ଏକ ବିଲ୍ଟ-ଇନ୍ FM ରେଡିଓ ଅଛି ଏବଂ ଏହା ୨୩ଟି ଭାଷାକୁ ସପୋର୍ଟ କରେ ।

JioBahart ଫୋନର ଡାଟା ପ୍ଲାନ :
JioBahart ଫୋନ୍ ପାଇଁ ଦୁଇଟି ପ୍ଲାନ ମିଳୁଛି, ଯାହାର ମୂଲ୍ୟ ୧୨୩ ଟଙ୍କା ଏବଂ ୧୨୩୪ ଟଙ୍କା ରହିଛି । ୧୨୩ ଟଙ୍କାରେ ଥିବା ପ୍ଲାନ ୟୁଜରଙ୍କୁ ଅନଲିମିଟେଡ କଲିଂ ଏବଂ ୨୮ ଦିନ ପାଇଁ ୧୪ ଜିବି ଡାଟା ଦେଇଥାଏ । ଏହା ସହିତ ୧୨୩୪ ଟଙ୍କା ପ୍ଲାନ୍‌ ହେଉଛି ଏକ ବାର୍ଷିକ ସବସ୍କ୍ରିପସନ୍ ପ୍ଲାନ୍‌, ଯେଉଁଥିରେ ଅନଲିମିଟେଡ କଲିଂ ସହିତ ୧୬୮ ଜିବି ଡାଟା ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.