ଜିଓର ବେଷ୍ଟ ପ୍ଲାନରେ ଗ୍ରାହକଙ୍କୁ ମିଳିବ ଦୈନିକ ମାଗଣା ୨ଜିବିି ଡାଟା ପ୍ୟାକ, ଜାଣନ୍ତୁ କିପରି ଉଠାଇବେ ଫାଇଦା

ଭାରତର ବଡ଼ ଟେଲିକମ କମ୍ପାନୀ ଜିଓ ତାର ୟୁଜର୍ସଙ୍କ ପାଇଁ ଏକ ଖାସ ସୁବିଧା ଆଣିଛି। ଯେଉଁଥିରେ ସେ ଗ୍ରାହକଙ୍କୁ ମାଗଣାରେ ଇଣ୍ଟରନେଟ ଦେବା ପାଇଁ ନିଷ୍ପତ୍ତି ନେଇଛି। ଯଦି ଜଣଙ୍କର ଡାଟା ଶେଷ ହୋଇଯାଇଛି ଏବଂ ତାଙ୍କ ପାଖେ ରିଚାର୍ଜ ପାଇଁ ଟଙ୍କା ନାହିଁ, ତେବେ ଆଉ ବେଶି ଚିନ୍ତା କରନ୍ତୁ ନାହିଁ। ଏବେ ଜିଓ ତାର ପ୍ରିୟ ଗ୍ରାହକଙ୍କ ସୁୁବିଧା ପାଇଁ ମାଗଣା ଇଣ୍ଟରନେଟ ଦେବାର ଘୋଷଣା କରିଛି।
ରିଲାଏନ୍ସ ଜିଓ ଆଜି ଦେଶର ନମ୍ବର ଓ୍ଵାନ ପ୍ରାଇଭେଟ ଟେଲିକମ କମ୍ପାନୀ। ସବୁଠୁ ବଡ଼ କଥା ହେଉଛି ଖୁବ କମ ସମୟ ମଧ୍ୟରେ ଏହା ଗ୍ରାହକଙ୍କ ମନ ଜିଣିପାରିଛି। କେବଳ ତାର ମନଲାଖି ପ୍ୟାକ ପାଇଁ। ଜିଓ ସବୁବେଳ ନିଜ ୟୁଜର୍ସଙ୍କ ପାଇଁ ସୁବିଧାରେ ପ୍ୟାକ ଯୋଗାଇ ଆସୁଛି। ଏମିତି କହିପାରିବା ଯେ ଏହାର ଭଲ ବିକଳ୍ପ ବ୍ୟବସ୍ଥା ମାର୍କେଟକୁ ଏଯାଏଁ ଆସିନି। ତେଣୁ ଗ୍ରାହକମାନେ ଅନ୍ୟ କମ୍ପାନୀକୁ ବାଛିବାକୁ ଶ୍ରେୟ ମନେକରୁ ନାହାଁନ୍ତି।

ଏବେ କମ୍ପାନୀ ତାର ଗ୍ରାହକଙ୍କୁ ଆହୁରି ସୁବିଧା ଯୋଗାଇବା ପାଇଁ ଯୋଜନା କରୁଛି। ଯଦି ଆପଣ ଜଣେ ଜିଓ ୟୁଜର ତେବେ ଆପଣଙ୍କୁ କହିଦେବାକୁ ଚାହୁଁ ଯେ ଏବେ କମ୍ପାନୀ ତାର ଗ୍ରାହକଙ୍କୁ ମାଗଣା ଇଣ୍ଟରନେଟ ଦେବାର ବ୍ୟବସ୍ଥା କରୁଛି। ଯାହାର ନାମ ରହିଛି ଜିଓ ଏମରଞ୍ଜେନ୍ସି ଡାଟା ଭାଉଚର । ଏହି ଭାଉଚର ସେହି ଲୋକଙ୍କ ପାଇଁ ସବୁଠୁ ଭଲ ଅପସନ୍ ରହିବ ଯେଉଁମାନଙ୍କ ଡାଟା ଅଚାନକ ଶେଷ ହୋଇଯାଇଛି। ଅବା ଯେଉଁମାନଙ୍କର ଇଣ୍ଟରନେଟର ଆବଶ୍ୟକ ଥିବା କିନ୍ତୁ ରିଚାର୍ଜ ପାଇଁ ଟଙ୍କା ନଥିବ। ଏହି ପ୍ଲାନ ମୁତାବିକ ଗ୍ରାହକଙ୍କୁ ଫ୍ରିରେ ଇଣ୍ଟରନେଟ ମିଳିବ। ଏହି ଭାଉଚର ଅନ୍ତର୍ଗତ ଆପଣଙ୍କୁ ଜିଓ ଲୋନରେ ଡାଟା ମିଳିବ।
-ଏହି ଅଫରର ସୁବିଧା ପାଇବା ପାଇଁ ପ୍ରଥମେ ମାଇ ଜିଓ ଆପ କୁ ଯାଆନ୍ତୁ।
-ପରେ ମେନ୍ୟୁ ଅପସନ୍ କ ଯାଆନ୍ତୁ। ସେଠାରେ ଥିବା ମୋବାଇଲ ସର୍ଭିସେସ୍ ଅପସନ୍ କୁ କ୍ଳିକ କରନ୍ତୁ।
-ପରେ ଆପଣଙ୍କୁ ଏମରଞ୍ଜେନସି ଡାଟା ଭାଉଚର ଅପସନ୍ ମିଳିଯିବ। ଏହାକୁ ସିଲେକ୍ଟ କରନ୍ତୁ।
-ପରେ get emergency data ଉପରେ କ୍ଳିକ କରନ୍ତୁ ।ଏହାପରେ ଆକ୍ଟିଭ ନାଓ କୁ ଚୁଜ କରନ୍ତୁ।
ଏଭଳି ଭାବେ ଆପଣ ଜିଓ ତରଫରୁ ୨ ଜିବି ଡାଟା ମାଗଣାରେ ପାଇପାରିବେ।

ଏବେ ଜାଣନ୍ତୁ ଏହି ଲୋନ୍ କୁ ଆପଣ କିପରି କ୍ଳିୟର କରିବେ:
-୨ଜିବି ଡାଟା ପାଇଁ ଆପଣଙ୍କୁ ୨୫ ଟଙ୍କା ଦେବାକୁ ହେବ।
– ଏଥିପାଇଁ ପ୍ରଥମେ ଆପଣ my jio app କୁ ଯାଆନ୍ତୁ।
-ପରେ ଆପଣ ଏମରଞ୍ଜେନସି ଡାଟା ଭାଉଚର ଅପସନ୍ କୁ ଯାଆନ୍ତୁ।
-ଏଠାରେ ଆପଣଙ୍କୁ ପ୍ରୋସିଡ ଅପସନ୍ ମିଳିଯିବ।
-ସେଠାରେ ପେ ଅପସନ୍ କୁ କ୍ଲିକ କରି ନିଜ ଲୋନ ପେମେଣ୍ଟ କରନ୍ତୁ।
ଏହିପରି ଭାବେ ଆପଣ ଜିଓ ର ଏହି ସୁବିଧାର ଫାଇଦା ଉଠାଇ ପାରିବେ। ମାଗଣାରେ ୨ଜିବି ଡାଟା ପାଇବା ପରେ ଏହି ଲୋନକୁ ପେମେଣ୍ଟ କରିପାରିବେ। ଏହି ସେବା ଖାସ୍ କରି ଜିଓର ପ୍ରିପେଡ ୟୁଜର୍ସଙ୍କ ପାଇଁ ରହିଛି।