ରୁଷ ନିଜ ସ୍ପେସ୍ ରକେଟ୍ରେ ରଖିଲା ତ୍ରିରଙ୍ଗା, ହଟାଇ ଦେଲା ଅନ୍ୟ ଦେଶର ପତାକା; ଦେଖନ୍ତୁ ଭିଡିଓ

ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରଠୁ ମହାକାଶ ଇଣ୍ଡଷ୍ଟ୍ରୀ ମଧ୍ୟ ଅଶାନ୍ତ ହୋଇ ପଡ଼ିଛି। ବୁଧବାର ରୁଷ ଏକ ସାଟେଲାଇଟ୍ ଲଞ୍ଚିଂ ରକେଟରୁ କିଛି ଦେଶର ପତାକା ହଟାଇ ଦେଇଛି। ଏହି ପୂରା ମାମଲାର ଭିଡିଓ ରୁଷୀୟ ମହାକାଶ ଏଜେନ୍ସି ମୁଖ୍ୟ ଦିମିତ୍ରୀ ରୋଗୋଜିନ୍ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ ଲେଖିଛନ୍ତି ଯେ ‘ବାକୋନୁରରେ ଆମ ଟିମ୍ ନିଷ୍ପତ୍ତି ନେଇଛି କି, ଆମ ରକେଟ୍ କିଛି ଦେଶର ପତାକା ବିନା ଭଲ ଦେଖାଯିବ’। ଭିଡିଓରେ ଦେଖାଯାଇ ପାରିବ ଯେ ଯେଉଁଠି ଭାରତୀୟ ପତାକା ରକେଟରେ ଲଗାଯାଇଛି, ସେଠି ଆମେରିକା, ଜାପାନ, ବ୍ରିଟେନର ପତାକା ହଟାଯାଉଛି। କାଜାକିସ୍ତାନର ବାକୋନୁରରେ ରୁଷର ଲଞ୍ଚ୍ ପ୍ୟାଡ୍ରୁ ରୁଷୀୟ ମହାକାଶ ରକେଟ୍ରୁ ଏହି ପତାକା ଉଠାଯାଇଛି।
ରୋସ୍କୋସ୍ମୋସ୍ ହେଉଛି ବିଶାଳ ରୁଷୀୟ ସ୍ପେସ୍ ଏଜେନ୍ସି। ଯେମିତି ଭାରତର ଇସ୍ରୋ ବିଶ୍ୱର ବିଭିନ୍ନ ସ୍ଥାନରୁ ସାଟେଲାଇଟ୍ ନିଜ ରକେଟ୍ରୁ ଲଞ୍ଚ୍ କରିଥାଏ, ସେମିତି ହିଁ ରୋସ୍କୋସ୍ମୋସ୍ ମଧ୍ୟ କରିଥାଏ। ରୋସ୍କୋସ୍ମୋସକୁ ମାର୍ଚ୍ଚ ୪ରେ ନିଜ ରକେଟ୍ରୁ ତିନି ଡର୍ଜନ ୱାନୱେବ ଇଣ୍ଟରନେଟ ସାଟେଲାଇଟ୍ ଲଞ୍ଚ୍ କରିବାର ଥିଲା। କିନ୍ତୁ ବର୍ତ୍ତମାନ ରୁଷୀୟ ଏଜେନ୍ସି ମନା କରି ଦେଇଛି। ଏହା କହିଛି ଯେ ମାର୍ଚ୍ଚ ୪ରେ ଏହା ତିନି ଡର୍ଜନ ୱାନୱେବ ଇଣ୍ଟରନେଟ ସାଟେଲାଇଟ୍ ଲଞ୍ଚ୍ କରିବ ନାହିଁ। ଖାସ୍ କରି ସେ ପର୍ଯ୍ୟନ୍ତ, ଯେ ପର୍ଯ୍ୟନ୍ତ ୱାନୱେବ କମ୍ପାନୀ ନୂତନ ଚାହିଦା ପୂରଣ କରି ନାହିଁ।
ୱାନୱେବ ଇଣ୍ଟରନେଟ ହେଉଛି ଆଂଶିକ ରୂପରେ ବ୍ରିଟିଶ ସରକାରଙ୍କ ଅଧୀନରେ ଥିବା ଏକ ଯୋଗାଯୋଗ ସାଟେଲାଇଟ୍ କମ୍ପାନୀ। ଏହା ମାର୍ଚ୍ଚ ୪ରେ ରୁଷୀୟ ସୋୟୁଜ୍ ରକେଟରେ ୩୬ଟି ଉପଗ୍ରହ ଲଞ୍ଚ୍ କରିବାକୁ ଯୋଜନା କରିଥିଲା। କିନ୍ତୁ ରୋସ୍କୋସ୍ମୋସ୍ ମଙ୍ଗଳବାର ଏକ ବୟାନ ଜାରି କରି କହିଥିଲା କି, ଲଞ୍ଚିଂ ହେବ ନାହିଁ।
Стартовики на Байконуре решили, что без флагов некоторых стран наша ракета будет краше выглядеть. pic.twitter.com/jG1ohimNuX
— РОГОЗИН (@Rogozin) March 2, 2022