ଏମିତି ହୋଇ ଥାଆନ୍ତି ବାପା…; ନିଜ ଶରୀରକୁ ଢାଲ କରି ପୁଅକୁ ଦେଲେ ସୁରକ୍ଷା, ଆପଣ ବି ଦେଖି ନିଅନ୍ତୁ ଭିଡିଓ

ଜଣେ ବାପା ନିଜ ପିଲାଙ୍କୁ ସୁରକ୍ଷା ଦେବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଥାଏ। ନିକଟରେ ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏକ ଭିଡିଓ ଠିକ୍‌ ଏହିପରି ଏକ ଉଦାହରଣ ଦେଉଛି। ଭିଡିଓଟି ଟେକ୍ସାସର। ଏଠାରେ ଏକ ରୋଡିଓ ସମୟରେ ଜଣେ ବାପା ନିଜ ପୁଅକୁ ଉଗ୍ର ଷଣ୍ଢ କବଳରୁ ରକ୍ଷା କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ବାପା ଢାଲ ଭାବରେ ନିଜ ଶରୀର ଉପଯୋଗ କରୁଥିବା ଦେଖା ଯାଉଛି।

କୋଡି ହୁକ ଇନଷ୍ଟାଗ୍ରାମରେ ତାଙ୍କୁ ଏବଂ ତାଙ୍କ ବାପାଙ୍କୁ ଦେଖାଇ ଏହି ଭିଡିଓ ସେୟାର କରିଛନ୍ତି। କୋଡି ହୁକ ଜଣେ ବୁଲ୍‌ ରାଇଡର, ଯିଏ ରିଙ୍ଗରେ ପ୍ରବେଶ କରିବା କ୍ଷଣି ହଠାତ୍‌ ଅଚେତ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ। ସେହି ସମୟରେ ତାଙ୍କ ୪୦ ବର୍ଷୀୟ ବାପା ଲାଣ୍ଡିସ୍ ହୁକ୍ ନିଜ ୧୮ ବର୍ଷୀୟ ପୁଅକୁ ବଞ୍ଚାଇବା ପାଇଁ ରିଙ୍ଗ ଭିତରକୁ ଡେଇଁ ପଡିଥିଲେ। ସେ ନିଜ ପୁଅ ଉପରେ ଶୋଇପଡ଼ି ତାକୁ ଚାରିପଟୁ ସୁରକ୍ଷା ଦେଇଥିଲେ।

ତେବେ ଭିଡିଓ ପୋଷ୍ଟ ହେବା ପର ଠାରୁ ୨ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି। ଏଥି ସହିତ ଏହାକୁ ବିଭିନ୍ନ ସୋସିଆଲ ମିଡିଆ ସାଇଟରେ ଅନେକ ଲୋକଙ୍କ ଦ୍ୱାରା ସେୟାର ମଧ୍ୟ କରାଯାଉଛି। କିଛି ୟୁଜର ଲାଣ୍ଡିସ୍‌ ହୁକ୍‌ଙ୍କ କାର୍ଯ୍ୟକୁ ପ୍ରଶଂସା କରି କହିଛନ୍ତି ଯେ ‘ବାପା ଏକ ଅଜବ କିମ୍ବଦନ୍ତୀ। ଆପଣ ଜଣେ ଭାଗ୍ୟବାନ ବାଳକ’। ଆଉ ଜଣେ ଲେଖିଛନ୍ତି, ‘ଆପଣଙ୍କ ବାପା ଜଣେ ଭଲ ବାପା ଏବଂ ଜଣେ ଭଲ ପୁରୁଷ। ତୁମେ ଦୁହେଁ ଠିକ୍ ଥିବାରୁ ଖୁସି’! ସେହିପରି ଅନ୍ୟ ଜଣେ ୟୁଜର କହିଥିଲେ, ‘ବାଃ, ଆପଣ ଦୁହେଁ ଠିକ ଅଛନ୍ତି ବୋଲି ଜାଣି ବହୁତ ଖୁସି। ବାପା ଆପଣ ଆଶ୍ଚର୍ଯ୍ୟଜନକ। ମାଆ, ବାପାଙ୍କର ସୁରକ୍ଷାତ୍ମକ ପ୍ରେମ। ଏହା ଭଲ ପାଇବା, ଏହା ହେଉଛି ଶକ୍ତି। ସେ ଜଣେ ପ୍ରକୃତ ମଣିଷ। ଭଗବାନ ଆପଣ ଦୁହିଁଙ୍କୁ ଆଶୀର୍ବାଦ କରନ୍ତୁ’।

 

View this post on Instagram

 

A post shared by Cody Hooks (@cody__hooks)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.