ଲଞ୍ଚ ହେବା ପୂର୍ବରୁ ଲିକ୍ ହେଲା JioPhone Nextର ଡିଟେଲ, ଜାଣନ୍ତୁ କଣ ରହିଛି ଏହାର ସ୍ପେସିଫିକେସନ

ପ୍ରାୟ ଦୁଇ ମାସ ତଳେ JioPhone Nextର ଲଞ୍ଚ ନେଇ ସୂଚନା ଦିଆଯାଇଥିଲା । ସେପ୍ଟେମ୍ବର ୧୦ରେ ଏହି ଫୋନର ବିକ୍ରି ଆରମ୍ଭ ହେବ । ଫୋନର ଲଞ୍ଚ ସ୍ୱାଧୀନତା ଦିବସରେ ହୋଇପାରେ । JioPhone Next ଏକ ଶସ୍ତା 4G ଫୋନ ହେବାକୁ ଯାଉଛି । ଯାହାର ଘୋଷଣା ଜୁନ୍ ମାସରେ ରିଲାଏନ୍ସ AGMରେ କରାଯାଇଥିଲା । AGMରେ କମ୍ପାନୀ ଫୋନର ଡିଜାଇନ ଏବଂ ଏହାର କିଛି ସ୍ପେସିଫିକେସନ ବିଷୟରେ ସୂଚନା ଦେଇଥିଲା । ଅବଶ୍ୟ ଏହାର ଫିଚର୍ସ ଏବେ ସାମ୍ନାକୁ ଆସିଛି । ବିକ୍ରି ପୂର୍ବରୁ XDA Developers ଏଡିଟର ମିଶାଲ ରେହମାନଙ୍କ ଦ୍ୱାରା JioPhone Nextର କିଛି ମୁଖ୍ୟ ଫିଚର୍ସ ବିଷୟରେ ଖୁଲାସା ହୋଇଛି । ଏହି ଫୋନକୁ ଗୁଗଲର ସହଭାଗିତାରେ ପ୍ରସ୍ତୁତ କରାଯାଇଛି । ରେହମାନ ନିଜ ଟ୍ୱିଟରେ ଜିଓଫୋନ ନେକ୍ସଟର ବୁଟ୍ ସ୍କ୍ରିନର ଫଟୋ ସେୟାର କରିଛନ୍ତି । ଏଥିରେ ଗୁଗଲ ସହାଭାଗିତାରେ ତିଆରି ହୋଇଥିବା ନେଇ ମଧ୍ୟ ଉଲ୍ଲେଖ ରହିଛି । ରେହମାନ ଟ୍ୱିଟ କରିଛନ୍ତି ଯେ ଏହି ଫୋନରେ Google Duo ପ୍ରି-ଲୋଡଡ୍ ମିଳିବ ।

ଫୋନର ଫିଚର୍ସ ବିଷୟରେ କହିଲେ ଏହି ଫୋନରେ Qualcomm Snapdragon ର ଏଣ୍ଟ୍ରୀ ଲେଭଲ ଚିପସେଟ ଦେଖିବାକୁ ମିଳିବ । ସ୍କ୍ରିନ ରେଜୋଲ୍ୟୁସନ 1440×720 ପିକ୍ସଲ ରହିବ । ଅବଶ୍ୟ ଫୋନର ସ୍କ୍ରିନ ସାଇଜର ଖୁଲାସା ହୋଇନାହିଁ । ଫୋନରେ 2 GB RAM ଏବଂ 32 GB ଷ୍ଟୋରେଜ ମିଳିବା ନେଇ ଆଶା କରାଯାଉଛି । ଏହା ସହ ମେମୋରୀ କାର୍ଡର ସୁବିଧା ମଧ୍ୟ ରହିପାରେ ।

ଜିଓ ଫୋନ ନେକ୍ସଟ ୪ଜି ଫୋନ ହେବ । ଏଥିରେ ଗୁଗଲର Android Go Edition ଅପରେଟିଂ ସିଷ୍ଟମର ସପୋର୍ଟ ମିଳିବ । ଯାହା Android 11 ଦ୍ୱାରା ପରିଚାଳିତ ହେବ । ଫୋନରେ ଗୁଗଲର ସର୍ଭିସ ଯେମିତିକି ସଫ୍ଟଓୟାର ଅପଡେଟ, ଗୁଗୁଲ ଆସିଷ୍ଟାଣ୍ଟ ଏବଂ ଆପ ଡାଉନଲୋଡର ସୁବିଧା ମିଳିବ । ରେହମାନଙ୍କ ମୁତାବିକ ଏହି ଫୋନରେ 13 MPର ରିୟର କ୍ୟାମେରା ଏବଂ 8MPର ଫ୍ରଣ୍ଟ କ୍ୟାମେରା ଦେଖିବାକୁ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.