Below header

ଭାରତକୁ ଆସୁଛି ସବୁଠାରୁ ଶସ୍ତା ୫ଜି ମୋବାଇଲ, କମ୍‌ ଦାମରେ ଭଲ ଫୋନ୍‌ ପାଇବାକୁ କରନ୍ତୁ ଅପେକ୍ଷା

ଖୁବଶୀଘ୍ର ଲଞ୍ଚ ହେବ Jio Phone 5G

ଏଇ ମାସ୍‌ ଶେଷ ସୁଦ୍ଧା ଭାରତରେ ଲଞ୍ଚ୍‌ ହୋଇପାରେ ଜିଓ ଫୋନ୍‌ ୫ଜି । ସବୁଠାରୁ ଶସ୍ତା ଏବଂ ଫିଚର୍ସ ଓ ସ୍ପେସିଫିକେସନ୍ସରେ ଜବରଦସ୍ତ ହେବ ଏହି ଫୋନ୍‌ । ୪ଜିବି ରାମ୍‌ ସହିତ ଅନେକ ଦମଦାର ଫିଚର୍ସ ମିଳିବ ଏଥିରେ । ଆସନ୍ତା ୨୮ ତାରିଖରେ ରିଲାଏନ୍ସ ନିଜର ୪୬ତମ ବାର୍ଷିକ ସାଧାରଣ ବୈଠକର ଆୟୋଜନ କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ରିଲାଏନ୍ସ ଚେୟାରମ୍ୟାନ ମୁକେଶ ଅମ୍ବାନୀ କିଛି ବଡ଼ ଘୋଷଣା କରିପାରନ୍ତି । ଭବିଷ୍ୟତରେ ଆସିବାକୁ ଥିବା ଜିଓ ଫୋନ ୫ଜି ଓ ଜିଓ ୫ଜି ପ୍ଲାନସ ଉପରୁ ସେ ପରଦା ହଟାଇ ପାରନ୍ତି । ଜିଓ ଫୋନ ୫ଜିକୁ ନେଇ ପୂର୍ବରୁ କିଛିଟା ସଙ୍କେତ ମିଳିସାରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏନେଇ କିଛି ସ୍ପଷ୍ଟ କରିନାହିଁ ।

ପୂର୍ବ ସୂଚନା ମୁତାବକ, ଉକ୍ତ ଫୋନ ଏକ ଅଲଟ୍ରା-ଆଫୋର୍ଡେବଲ ଡିଭାଇସ ହେବ । ବର୍ତ୍ତମାନ ସୁଦ୍ଧା ଏହି ଜିଓ ଫୋନ ୫ଜିର ମୂଲ୍ୟ ବିଷୟରେ କିଛି ତଥ୍ୟ ସାମ୍ନାକୁ ଆସିନାହିଁ କି ଏହାର ପ୍ରାଇସ ସେଗମେଣ୍ଟ ବିଷୟରେ କିଛି ଖୁଲାସା କରାଯାଇନାହିଁ । ତେବେ କିଛି ମିଡ଼ିଆ ରିପୋର୍ଟସ ମୁତାବକ, ଏହି ଫୋନ ୮-୧୦ ହଜାର ମଧ୍ୟରେ ରହିପାରେ । ଏପରିକି ଏହାର ମୂଲ୍ୟ ୧୫ ହଜାର ମଧ୍ୟରେ ରହିବ ବୋଲି ମଧ୍ୟ କିଛି ରିପୋର୍ଟରେ କୁହାଯାଇଛି । ପୂର୍ବରୁ ରେଡମୀ, ରିଅଲମୀ, ସାମସଙ୍ଗ ପରି ଏକାଧିକ ବ୍ରାଣ୍ଡ ଏହି ଦାମରେ ଉପଲବ୍ଧ ରହିଛି ।

ତେବେ ଏହି ଫୋନ ସବୁଠାରୁ ଶସ୍ତା ୫ଜି ଫୋନ ହେବ । ଏଥିରେ ୪ଜିବି ରାମ ରହିବା ସହ ସ୍ନାପଡ୍ରାଗ ଚିପସେଟ ମଧ୍ୟ ଦେଖିବାର ସୁବିଧା ଉପଲବ୍ଧ ରହିବ । ଏହାର ପ୍ରୋସେସର ସ୍ନାପଡ୍ରାଗନ ୪୮୦ ପ୍ଲସ ହୋଇପାରେ । ଏହି ୫ଜି ଫୋନରେ ୬.୫ ଇଞ୍ଚର ଏଚଡି ପ୍ଲସ ଏଲସିଡି ଡିସପ୍ଲେ ଦିଆଯାଇପାରେ । ଏଥିସହି ୯୦ଏଚଜେଡ ରିଫ୍ରେଶ ରେଟସ ମିଳିବ, ଯାହାକୁ ଗେମିଂ ଏକ୍ସପିରିୟନ୍ସ ଉନ୍ନତ କରିବ । ଏହି ଫୋନ ଆଣ୍ଡ୍ରଏଡ ୧୩ ଓଏସରେ କାମ କରିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.