ସ୍ମାର୍ଟଫୋନ୍‌ ଚାର୍ଜ ହେବାକୁ ଲାଗୁଛି କି ଅଧିକ ସମୟ, ତେବେ ଫଲୋ କରନ୍ତୁ ଏହି ଟିପ୍ସ

ଆଜିର ଏହି ଡିଜିଟାଲ ଯୁଗରେ ସ୍ମାର୍ଟଫୋନ୍‌ ଆମ ଜୀବନର ବହୁତ ଜରୁରୀ ହୋଇଗଲାଣି। ଆମର ଅନେକ ଜରୁରୀ କାମ ଏହି ସ୍ମାର୍ଟଫୋନ୍‌ ଜରିଆରେ ହିଁ ସହଜରେ ହୋଇପାରୁଛି। ଏହା ଆମ ଲାଇଫଷ୍ଟାଇଲକୁ ବଦଳାଇବାର ବହୁତ ବଡ ଭୂମିକା ନିଭାଇଛି। ଆଜିର ବ୍ୟସ୍ତବହୁଳ ଜୀବନରେ ଲୋକ ଗୋଟିଏ ଭଲ ସ୍ମାର୍ଟଫୋନ୍‌ କିଣିବାକୁ ପସନ୍ଦ କରୁଛନ୍ତି। ଆଉ କିଣିବା ସମୟରେ ତାର ବ୍ୟାଟେରୀ ଏବଂ ଚାର୍ଜିଙ୍ଗ କାପାସିଟୀ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। ସେହିପରି କିଛି ସ୍ମାର୍ଟଫୋନ୍‌ ଗୋଟେ ନିର୍ଦ୍ଧିଷ୍ଟ ସମୟ ବ୍ୟବହାର କରିବା ପରେ ହିଁ ଧୀମା ଚାର୍ଜ ହେବାକୁ ଲାଗିଥାଏ। ଯଦି ଆପଣ ବି ଏହି ସମସ୍ୟାକୁ ସାମ୍ନା କରୁଛନ୍ତି, ତାହେଲେ ଆଜି ଆମେ ଆପଣଙ୍କଚ କିଛି ଖାସ୍‌ ଟିପ୍ସ ବିଷୟରେ ବତାଇବୁ, ଯାହାକୁ ଆପଣାଇ ଆପଣ ନିଜ ଫୋନକୁ ପୂର୍ବ ଅପେକ୍ଷା ଅଧିକ ସ୍ପିଡରେ ଚାର୍ଜ କରାଇପାରିବେ। ଏମିତିରେ ଆପଣଙ୍କ ସମୟ ବି ବହୁତ ମାତ୍ରାରେ ବଞ୍ଚିଯିବ। ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା ସେହି ଟିପ୍ସ ବିଷୟୟରେ।

ପ୍ରାୟ ଲୋକଙ୍କର ଅଭ୍ୟାସ ଯେ ସେମାନେ ଚାର୍ଜିଙ୍ଗରେ ବସାଇ ସ୍ମାର୍ଟଫୋନକୁ ଚଲାଇଥାନ୍ତି। ଯଦି ଆପଣ ମଧ୍ୟ ଏହି ଭୁଲ କରୁଛନ୍ତି, ତାହେଲେ ଆପଣଙ୍କ ସ୍ମାର୍ଟଫୋନ୍‌ ଚାର୍ଜିଙ୍ଗରେ ସମସ୍ୟା କରାଇପାରେ। ଏହାବ୍ୟତୀତ ଚାର୍ଜ ବସାଇଥିବା ସମୟରେ ସ୍ମାର୍ଟଫୋନକୁ ୟୁଜ୍‌ କରିବା ଦ୍ୱାରା ଫୋନ୍‌ ବ୍ଲାଷ୍ଟ ହେବାର ସମ୍ଭାବନା ବହୁତ ଅଧିକ ବଢ଼ିଯାଇଥାଏ।

ଅଧିକାଂଶ ଲୋକ ରାତିରେ ଫୋନକୁ ଚାର୍ଜ ଲଗାଇ ଶୋଇଯାନ୍ତି। ଯଦି ଆପଣ ମଧ୍ୟ ଏହି ଭୁଲ କରୁଛନ୍ତି ତାହେଲେ ଏପରି ଭୁଲରେ ବି କରନ୍ତୁନାହିଁ। କାରଣ ଏହାର ଖରାପ ପ୍ରଭାବ ଆପଣଙ୍କ ବ୍ୟାଟେରୀ ଏବଂ ତାର ଚାର୍ଜିଙ୍ଗ୍‌ କାପାସିଟୀ ଉପରେ ପଡିଥାଏ। ଆପଣଙ୍କୁ ଶୋଇବା ସମୟରେ କେବେବି ମୋବାଇଲକୁ ଚାର୍ଜିଙ୍ଗରେ ରଖି ଶୋଇବା ଅନୁଚିତ।

ଏହାବ୍ୟତୀତ ଯଦି ଆପଣଙ୍କ ଫୋନ୍‌ ସ୍ଲୋ ଚାର୍ଜ ହେଉଛି, ତାହେଲେ ଏପରି ସ୍ଥିତିରେ ଆପଣଙ୍କୁ ଏରୋପ୍ଲେନ ମୋଡର ବ୍ୟବହାର କରିବା ଉଚିତ। ଏରୋପ୍ଲେନ ମୋଡକୁ ଅନ୍‌ କରିବା ପରେ ଫୋନ୍‌ ପୂର୍ବ ଅପେକ୍ଷା ଅଧିକ ସ୍ପିଡରେ ଚାର୍ଜ ହେବାକୁ ଲାଗିବ।

ସେହିପରି ଯଦି ଆପଣ ନିଜ ସ୍ମାର୍ଟଫୋନରେ ବ୍ଲୁଟୁଥ୍‌, ଜିପିଏସ ଓ୍ଵାଇଫାଇକୁ ଅନ୍‌ କରିକି ରଖିଛନ୍ତି। ତାହେଲେ ଏମିତି ସ୍ଥିତିରେ ମଧ୍ୟ ଫୋନ୍‌ ଧୀମା ଚାର୍ଜ ହୋଇଥାଏ। ଏମିତିରେ ଫୋନକୁ ଚାର୍ଜ କରିବା ସମୟରେ ବ୍ଲୁଟୁଥ୍‌, ଜିପିଏସ ଏବଂ ଓ୍ଵାଇଫାଇକୁ ଅଫ୍‌ କରିଦେବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.