କ୍ରେଡିଟ କାର୍ଡରୁ ଇଏମଆଇ କରୁଛନ୍ତି କି, ତେବେ ଏହି ସବୁ କଥାକୁ ଗଣ୍ଠି ପକାଇ ରଖନ୍ତୁ

ତେବେ ଅନେକ ସମୟରେ କିଛି ଜିନିଷ କ୍ରେଡିଟ୍ କାର୍ଡ ବ୍ୟବହାର କରି ଆଣିବା ସମୟରେ କିଛି ବିଷୟ ପ୍ରତି ଧ୍ୟାନ ରଖିବା ଉଚିତ୍। ଯାହା ଦ୍ୱାରା ଆପଣ କୌଣସି ସମସ୍ୟାରେ ପଡିବେ ନାହିଁ।

ଆଜିର ଡିଜିଟାଲ ଜମାନାରେ ବର୍ତ୍ତମାନ ସମୟରେ ସହର ତଥା ଗ୍ରାମାଞ୍ଚଳର ଅନେକ ଲୋକଙ୍କ ପାଖରେ ଡେବିଟ୍ କାର୍ଡ ସହିତ କ୍ରେଡିଟ୍ କାର୍ଡ ରହିଛି। ଯଦି ଆପଣ ଏହାର ବ୍ୟବହାର ଚତୁରତାର ସହିତ କରିବେ ତେବେ ଲାଭରେ ରହିବେ, ଏହା ଆପଣଙ୍କର ଅନେକ କାର୍ଯ୍ୟରେ ଆସିପାରେ। ବେଳେ ବେଳେ ଆମେ ଅନେକ ଜିନିଷ ଇଏମଆଇରେ ନେଇ ଆସିଥାନ୍ତି। ଯାହାର ଇଏମଆଇ ଆମକୁ ଅନେକ ମାସ ପର୍ଯ୍ୟନ୍ତ ଦେବାକୁ ଥାଏ। ତେବେ ଅନେକ ସମୟରେ କିଛି ଜିନିଷ କ୍ରେଡିଟ୍ କାର୍ଡ ବ୍ୟବହାର କରି ଆଣିବା ସମୟରେ କିଛି ବିଷୟ ପ୍ରତି ଧ୍ୟାନ ରଖିବା ଉଚିତ୍। ଯାହା ଦ୍ୱାରା ଆପଣ କୌଣସି ସମସ୍ୟାରେ ପଡିବେ ନାହିଁ।

ଯେତେବେଳେ କୌଣସି ଜିନିଷକୁ ଆମେ ଇଏମଆଇରେ କିଣଥାନ୍ତି। ସେହି ସମୟରେ ଏହାର ଦାମକୁ କିସ୍ତିରେ ଦେବାକୁ ପଡିଥାଏ। ଏହା ଉପରେ ଆମକୁ ସୁଧ ମଧ୍ୟ ଦେବାକୁ ପଡିଥାଏ। ତେବେ କ୍ରେଡିଟ୍ କାର୍ଡରେ କିଛି ଜିନିଷ କିଣିବା ସୁବିଧାଜନକ କିମ୍ବା ଶସ୍ତା ହୋଥାଏ। କିନ୍ତୁ ଇଏମଆଇ ଚୟନ କରିବା ସମୟରେ କିଛି ବିଷୟ ପ୍ରତି ଧ୍ୟାନ ରଖିବା ଜରୁରୀ।

କ୍ରେଡିଟ୍ କାର୍ଡରେ ଇଏମଆଇ କରିବା ଦ୍ୱାରା କିଛି ପ୍ରୋସେସି ଫି ଲାଗିଥାଏ। ତେଣୁ ଏହି ପରାମର୍ଷ ଦିଆଯାଏ ଯେ, ଇଏମଆଇ ବିକଳ୍ପ ଚୟନ କରିବା ସମୟରେ ଏଥିପାଇଁ ଲାଗୁଥିବା ଚାର୍ଜ ବିଷୟରେ ଯାଞ୍ଚ କରନ୍ତୁ।

ପ୍ରୋସେସିଂ ଫି ବାଦ୍ କ୍ରେଡିଟ୍ କାର୍ଡରେ ମିଳୁଥିବା ସେବା ଉପରେ ସୁଧ ମଧ୍ୟ ଲାଗିଥାଏ। ତେବେ କିଛି ଇ-କମର୍ସ କମ୍ପାନୀ ଜିରୋ ଇଏମଆଇ ସୁବିଦା ମଧ୍ୟ ପ୍ରଦାନ କରିଥାନ୍ତି। ଯେଉଁଥିରେ କୌଣସି ଅତିରିକ୍ତ ଚାର୍ଜ ଲାଗି ନଥାଏ।

କ୍ରେଡିଟ୍ କାର୍ଡରେ କାରବାର ସମୟରେ ଇଏମଆଇ ବଦଳାଇବା ସମୟରେ ସବୁବେଳେ କାର୍ଡରେ ଉପଲବ୍ଧ କ୍ରେଡିଟ୍ ଯାଞ୍ଚ କରନ୍ତୁ। ଯଦି ପର୍ଯ୍ୟାପ୍ତ କ୍ରେଡିଟ୍ ଉପଲବ୍ଧ ନଥାଏ। ତେବେ ଇଏମଆଇ ବାଉନ୍ସ ହୋଇପାରେ।

ଏଭଳି ସ୍ଥିତିରେ ଆପଣ ଇଏମଆଇ ସହିତ ବାକି ଥିବା ଅର୍ଥ ମଧ୍ୟ ପ୍ରଦାନ କରିଥାନ୍ତି। ଏହା ଉପରେ କିଛି ଚାର୍ଜ ସହିତ ଜିଏସଟି ଲାଗିଥାଏ।

ଯଦି ଆପଣ କୌଣସି ଇଏମଆଇ ପେମେଣ୍ଟ କରି ନାହାନ୍ତି ଏବଂ ଏହା ରହିଯାଇଛି। ତେବେ ଏଭଳି ପରିସ୍ଥିରେ ଫିସ୍ ଏବଂ ଅତିରିକ୍ତ ଚାର୍ଜ ମଧ୍ୟ ଲାଗିଥାଏ। ଏହା ସହିତ ପେମେଣ୍ଟ ମିସ୍ କରିବା କାରଣରୁ କ୍ରେଡିଟ୍ ସ୍କୋର ମଧ୍ୟ ପ୍ରଭାବିତ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.