ଫ୍ରଡ୍‌ କଲ୍‌ ଆସୁଛି କି ? ତେବେ ନିଶ୍ଚୟ କରନ୍ତୁ ଏହି ତିନୋଟି କାମ, କ୍ଷତି ସହିବାକୁ ପଡିବନି

କଣ ଆପଣଙ୍କୁ ଫ୍ରଡ୍‌ କଲ୍‌ ଆସୁଛି। ବାରମ୍ବାର ଫ୍ରଡ୍‌ କଲ୍‌ ଆପଣଙ୍କୁ ବିରକ୍ତ କରୁଛି କି। ତେବେ ଏଥିପାଇଁ ଆପଣ ଜମା ବି ବ୍ୟସ୍ତ ହୁଅନ୍ତୁନି। ଆପଣଙ୍କ ଏହି ସମସ୍ୟାର ସମାଧାନ କରିବୁ ଆମେ। ଆପଣଙ୍କୁ ଆଜି ଜଣାଇବୁ କେମିତି ଆପଣ ଫ୍ରଡ୍‌ କଲରୁ ନିଜକୁ ସୁରକ୍ଷିତ ରଖିପାରିବେ। ଆପଣ ଜାଣିଛନ୍ତି ଆଜିର ସମୟରେ ଟେକନୋଲୋଜି ବହୁତ ଆଗକୁ ଗଲାଣି। ଆମର ପ୍ରତିଟି ଛୋଟ ଛୋଟ କାମ ବହୁତ ସହଜରେ ହୋଇଯାଉଛି କେବଳ ଏଇ ଟେକନୋଲୋଜି ପାଇଁ। ତେବେ ଦର୍ଶକବନ୍ଧୁ ଆମେ ଯଦି ବ୍ୟାକିଙ୍ଗ୍‌ କ୍ଷେତ୍ର ବିଷୟରେ କହିବା ତାହେଲେ ଏଥିରେ ସବୁଠୁ ବଡ ପରିବର୍ତ୍ତନ ଘଟିଛି। ବ୍ୟାକିଙ୍ଗ ସେକ୍ଟର ଠାରୁ ଆରମ୍ଭ କରି ଏଟିଏମ ପର୍ଯ୍ୟନ୍ତ ସବୁ ସୁବିଧା ଆମକୁ ଟେକନୋଲୋଜି ଦ୍ୱାରା ହିଁ ମିଳୁଛି। ତେବେ ଏହିସବୁ ଭିତରେ ସାଇବର କ୍ରାଇମ୍‌ ମଧ୍ୟ ଆଗକୁ ବଢ଼ିବଢ଼ି ଚାଲିଛି।

କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଅନ୍ୟକୁ ଚୂନ ଲଗାଇ ତାଙ୍କର ଝାଳ ବୁହା ଧନକୁ ହଡପ କରିନେଉଛନ୍ତି। ଏଥିପାଇଁ ଆମକୁ ସେହି ଲୋକଙ୍କ ଠାରୁ ବେଶ୍‌ ସାବଧାନରେ ରହିବା ଉଚିତ। ନିଜକୁ ବ୍ୟାଙ୍କ କର୍ମଚାରୀ କହି କଲ୍‌ କରନ୍ତି ଆଉ ନିଜର ମିଠା ମିଠା କଥାରେ ଲୋକଙ୍କୁ ଫସାଇ ତାଙ୍କର ବ୍ୟାକିଙ୍ଗ୍‌ ଡିଟେଲ୍ସ ଜାଣି ଖାତାରୁ ଟଙ୍କାକୁ ଚଳୁ କରିଦେଉଛନ୍ତି। ଏମିତିରେ ଆପଣଙ୍କୁ ବ୍ୟସ୍ତ ନହୋଇ ଏହି ଉପାୟକୁ ଫଲୋ କରିବା ଉଚିତ।

ନମ୍ବରକୁ ବ୍ଲକ କରନ୍ତୁ

ଯଦି ଆପଣଙ୍କୁ କୌଣସି ଫ୍ରଡ୍‌ ନମ୍ବରରୁ କଲ୍‌ ଆସୁଛି ତାହେଲେ ଆପଣ ତୁରନ୍ତ ସେ ନମ୍ବରକୁ ବ୍ଲକରେ ପକାନ୍ତୁ। ଏହିଭଳି କଲ୍‌ ଆପଣଙ୍କ ଠାରୁ ଆପଣଙ୍କର ବ୍ୟାଙ୍କ ଡିଟେଲ୍ସ ନେଇ ଆପଣଙ୍କୁ ଚୂନା ଲଗାଇବା କାମ କରନ୍ତି। ସେହିପରି ଏହିଭଳି ନମ୍ବରରୁ କଲ୍‌ ଆସିଲେ ସେହି ଫୋନକୁ ଜମା ବି ଫୋନ୍‌ ଉଠନ୍ତୁନାହିଁ।

callପୋଲିସ ପାଖରେ କରନ୍ତୁ ଅଭିଯୋଗ

ସାଇବର କ୍ରାଇମ କରୁଥିବା ଫ୍ରଡ୍‌ ନିଜକୁ ବ୍ୟାଙ୍କ କର୍ମଚାରୀ କହି କଲ୍‌ କରନ୍ତି ଆଉ ଆପଣଙ୍କ ଠାରୁ ଆଧାର କାର୍ଡ କିମ୍ବା ଏଟିଏମ କାର୍ଡର ସିଭି ନମ୍ବର ଡାଟା ନେଇ ତୁରନ୍ତ ଆପଣଙ୍କ ଖାତାରୁ ଟଙ୍କା ଉଠାଇ ନିଅନ୍ତି। ଏମିତିରେ ଆପଣଙ୍କୁ ନିକଟସ୍ଥ ପୋଲିସ ଷ୍ଟେସନରେ ଏହାର ଅଭିଯୋଗ କରିବା ଉଚିତ। ପୋଲିସ ଥାନାରେ ସେହି ନମ୍ବରକୁ ଦିଅନ୍ତୁ ଯେଉଁ ନମ୍ବରରୁ ଆପଣଙ୍କୁ କଲ୍‌ ଆସିଥିଲା।

ଏହାସହିତ ଆପଣଙ୍କୁ ନିଜ ବ୍ୟାଙ୍କରେ ବି ଏହି ମାମଲାକୁ ନେଇ ସୂଚିତ କରିବା ଉଚିତ। ବ୍ୟାଙ୍କ କର୍ମଚାରୀଙ୍କୁ ଜଣାଇବା ଉଚିତ ଯେ କେମିତି ଆଉ କେଉଁ ନମ୍ବରରେ ଆପଣଙ୍କୁ ଫ୍ରଡ୍‌ କଲ୍‌ ଆସିଥିଲା। ବ୍ୟାଙ୍କ୍‌ ମଧ୍ୟ ଏହି ମାମଲାରେ ଆପଣଙ୍କୁ ପୂରା ସାହାଯ୍ୟ କରିବ।

ନିଜର ପାସଓ୍ଵାର୍ଡ ତୁରନ୍ତ ବଦଳାନ୍ତୁ

ଆପଣଙ୍କୁ ଏମିତି କଲ୍‌ ଆସିଲେ କିମ୍ବା ଆପଣଙ୍କୁ କିଏ ବ୍ୟାକିଙ୍ଗ୍‌ ଡାଟା ମାଗୁଥାନ୍ତି ଯଦି ଆପଣ ଡିଟେଲ୍ସ ଦେଇଛନ୍ତି ତାହେଲେ ବ୍ୟାକିଙ୍କ ପାସଓ୍ଵାର୍ଡ ଏବଂ ଏଟିଏମ କାର୍ଡର ପିନ୍‌ ବଦଳାଇ ଦିଅନ୍ତୁ। ସୁରକ୍ଷା ଦୃଷ୍ଟିରୁ ଏହାକୁ ଏକଦମ୍‌ ଠିକ୍‌ ଧରାଯାଏ। ଏଥିପାଇଁ ଏଭଳି ପରିସ୍ଥିତିରେ ଆପଣଙ୍କୁ ଏହି ପଦକ୍ଷେପ ଉଠାଇବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.