ଏପରି ବଦଳାନ୍ତୁ ଫୋନ୍ ସେଟିଂ ଓ ନିଜ ଫୋନର ଇଣ୍ଟରନେଟ୍ ସ୍ପିଡ୍ କରନ୍ତୁ ସୁପର ଫାଷ୍ଟ

ବର୍ତ୍ତମାନ ସବୁ କାମ ସ୍ମାର୍ଟଫୋନ୍ ଦ୍ଵାରା ହିଁ ହେଉଛି। ଯାହା ପାଇଁ ଆମେ ବ୍ୟବହାର କରୁଛୁ ଇଣ୍ଟରନେଟ। କିନ୍ତୁ ଏହି ଇଣ୍ଟରନେଟ ଡାଟା ଯଦି ସ୍ଲୋ ହୁଏ ତେବେ କୌଣସି କାମ କରିବାରେ ସୁବିଧା ହୁଏନି। ହେଲେ ଆଜି ଆମେ ଆପଣଙ୍କୁ ଏପରି ଟିପ୍ସ ବିଷୟରେ କହିବୁ ଯାହା କରିବା ଦ୍ଵାରା ଆପଣଙ୍କ ନେଟୱର୍କ ସୁପର ଫାଷ୍ଟ ଚାଲିବ। ଏମିତିକି କିଛି ମିନିଟରେ ଡାଉନଲୋଡ୍ ହୋଇଯିବ ଫିଲ୍ମ। ଆପଣ ଜାଣିଛନ୍ତି ସ୍ମାର୍ଟଫୋନ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି। ଅନଲାଇନ୍ କ୍ଲାସ୍ ହେଉ, ନେଟ୍ ସର୍ଫିଂ ହେଉ କିମ୍ବା ଆପ୍ ବ୍ୟବହାର ଫୋନ୍ ସମସ୍ତ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ।

ସ୍ମାର୍ଟଫୋନରେ ଇଣ୍ଟରନେଟ୍ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ। ତେଣୁ ଏହାର ସ୍ପିଡ୍ ମଧ୍ୟ ଭଲ ରହିବା ଦରକାର। ତେଣୁ ଏଥି ପାଇଁ କିଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସହଜ ଟିପ୍ସ ଗ୍ରହଣ କରି ଆପଣ ଆପଣଙ୍କର ଇଣ୍ଟରନେଟ୍ ସ୍ପିଡ୍ ତ୍ୱରାନ୍ୱିତ କରିପାରିବେ ଏବଂ ଫୋନରେ ସର୍ବୋତ୍ତମ ଇଣ୍ଟରନେଟ୍ ସ୍ପିଡ୍ ଉପଭୋଗ କରିପାରିବେ। ଫୋନରେ କ୍ୟାଚ୍ ଫୁଲ୍ ହେବା ପରେ ଆଣ୍ଡ୍ରଏଡ୍ ଫୋନ୍ ସ୍ଲୋ ହୋଇଯାଏ, ଯାହା ଇଣ୍ଟରନେଟର ସ୍ପିଡ୍ ଉପରେ ପ୍ରଭାବ ପକାଇଥାଏ। ତେଣୁ ସମୟ ସମୟରେ କ୍ୟାଚ୍ ସଫା କରନ୍ତୁ।

ଏହା ଆପଣଙ୍କ ମୋବାଇଲର ଇଣ୍ଟରନେଟ୍ ସ୍ପିଡ୍ ବୃଦ୍ଧି କରିବ। ଫୋନର ସେଟିଂସମୂହକୁ ଯାଆନ୍ତୁ ଏବଂ ନେଟୱର୍କ ସେଟିଂ ବିକଳ୍ପରେ ନିଜ ମନ ମୁତାବକ ନେଟୱର୍କ ପ୍ରକାରର ନେଟୱାର୍କରେ 4G କିମ୍ବା LTE ଅଛି କି ନାହିଁ ଦେଖନ୍ତୁ। ଯଦି ନୁହେଁ, ତେବେ ସେଠାରେ ଉପଲବ୍ଧ ବିକଳ୍ପକୁ ବାଛନ୍ତୁ। ଫୋନ୍ ରିଷ୍ଟାର୍ଟ କରନ୍ତୁ ଯେତେବେଳେ ଫୋନ୍ ରିଷ୍ଟାର୍ଟ୍ ହୋଇ ଖୋଲିବ ଏହା ମୋବାଇଲ୍ ନେଟୱାର୍କକୁ ଖୋଜିବ। ଡାଟା ଅନ୍ କରିବା ପରେ ଏହା ଡାଟା ସ୍ପିଡ୍ ବଢ଼ାଇଥାଏ କିମ୍ବା ଆପଣ ଥରେ ଡାଟା ବନ୍ଦ କରି ପୁଣି ଖୋଲିପାରିବେ। ଅନେକ ଥର ଉପଭୋକ୍ତାମାନେ ହଠାତ୍ ସ୍ମାର୍ଟଫୋନରେ ଅଟୋ ଡାଉନଲୋଡ୍ ଫିଚରକୁ ଆକ୍ଟିଭ କରନ୍ତି, ଯେଉଁ କାରଣରୁ ଆପ୍ ଡାଉନଲୋଡ୍ ହୋଇଯାଏ। ଯାହା ଦ୍ଵାରା ଡାଟା ମଧ୍ୟ ଶୀଘ୍ର ଶେଷ ହୁଏ। ଯାହା ଦ୍ଵାରା ଇଣ୍ଟରନେଟ୍ ସମସ୍ୟାର ସମ୍ମୁଖୀନ ହେଉ। ତେବେ ଆପଣ ନିଜର ଅଟୋ ଡାଉନଲୋଡ୍ ବନ୍ଦ କରନ୍ତୁ। ଏହା ସହିତ ଯଦି ଅଟୋ ଅପଡେଟ୍ ଫିଚର ଆକ୍ଟିଭ୍ ହୋଇଛି, ଏହାକୁ ମଧ୍ୟ ବନ୍ଧ କରନ୍ତୁ। ଆପ୍ ଏବଂ ସଫ୍ଟୱେର୍ ଅପଡେଟ୍ ପାଇଁ ୱାଇଫାଇ ବ୍ୟବହାର କରନ୍ତୁ।

ଆପଣଙ୍କ ଫୋନରେ ଫ୍କାଇଟ ମୋଡ୍ ଆକ୍ଟିଭ କରନ୍ତୁ ଏବଂ ତାପରେ ଏହାକୁ ଡିଆକ୍ଟିଭ କରନ୍ତୁ। ଏହା କରିବା ଦ୍ୱାରା ମୋବାଇଲ୍ ନେଟୱାର୍କକୁ ପୁଣି ଖୋଲନ୍ତୁ, ଏହ ପରେ ଇଣ୍ଟରନେଟ୍ ସ୍ପିଡ୍ ବଢିବାର ସମ୍ଭାବନା ଅଛି। ଏହାପରେ ନିଜର ଅଦରକାରୀ ଆପ୍ ଯାହାକି ଫୋନ୍ ବ୍ୟାକଗ୍ରାଉଣ୍ଡରେ ଚାଲେ ତାକୁ ମଧ୍ୟ ବନ୍ଦ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.