ମାଗଣାରେ WiFi ଚଲାଇବାକୁ ଚାହୁଁଛନ୍ତି ? ତେବେ ଟିପି ରଖନ୍ତୁ ଏହି ୩ ଉପାୟ

ଆଜିକାଲି ଦୁନିଆରେ ସମସ୍ତଙ୍କ ପାଖରେ ମୋପାଇଲରେ ପ୍ରତିଦିନ ୧ ଜିବି ଡାଟା ବିଶିଷ୍ଟ ପ୍ୟାକ୍ ରହୁଛି। କିନ୍ତୁ ଆପଣଙ୍କର ସେହି ୧ ଜିବି ଡାଟା ଶେଷ ହୋଇଗଲେ ଆପଣ ବିଚଳିତ ହୋଇପଡନ୍ତି। କେବେ କେବେ ଆପଣ ମୋବାଇଲରେ ମୁଭି ଦେଖୁଛନ୍ତି ଆଉ ଏହି ସମୟରେ ଆପଣଙ୍କର ଡାଟା ଶେଷ ହୋଇଯାଉଛି। ଏପରି ପରିସ୍ଥିତିରେ ଆପଣଙ୍କୁ ପୂରା ବ୍ୟସ୍ତ ଲାଗିଥାଏ। ସେଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ଫ୍ରି ୱାଇ-ଫାଇ ପାଇବାର ୩ଟି ଉପାୟ।

Instabridge

instabridgeଇନଷ୍ଟାବ୍ରୀଡଜ ମଧ୍ୟ ଏକ ଆପ୍ ଅଟେ। ଯାହା ସାହାଯ୍ୟରେ ଆପଣ ପବ୍ଲିକ ୱାଇ-ଫାଇ ସହିତ କନେକ୍ଟ ହୋଇପାରିବେ। ଏହି ଆପର ବିଶେଷତ୍ବ ହେଉଛି ଲଏହା ସବୁଠାରୁ ଫାଷ୍ଟ ନେଟୱାର୍କ ସହିତ କନେକ୍ଟ କରିଥାଏ। ଏହାବ୍ୟତୀତ ଯଦି ନେଟୱାର୍କ ମିଳୁନାହିଁ ତେବେ ଏହି ଆପ ଅଟୋ ମୋବାଇଲ ନେଟୱାର୍କରେ ଆସିଯାଏ ଯାହାଦ୍ବାରା କନେକ୍ଟିଭିଟୀ ରହିଥାଏ।

ଫେସବୁକ

ଆପଣ ନିଜର ଫେସବୁକ ଆପ୍ ସହିତ ମଧ୍ୟ ଫ୍ରୀ ୱାଇ-ଫାଇକୁ ଖୋଜି ପାରିବେ। ଏହାପାଇଁ ଫେସବୁକ ଆପର ଡାହାଣ ପାର୍ଶ୍ବରେ ଦେଖା ଯାଉଥିବା ୩ ଡଟ୍ ଉପରେ କ୍ଲିକ କରନ୍ତୁ। ଏବେ ତଳକୁ ଷ୍କ୍ରୋଲ କରିବା ଦ୍ବାରା ଫାଇଣ୍ଡ ୱାଇ-ଫାଇ ଅପସନ ଦେଖାଯିବ। ତାହା ଉପରେ କ୍ଲିକ କରିବା ଦ୍ବାରା ଫ୍ରୀ ୱାଇ-ଫାଇର ପୂରା ଲିଷ୍ଟ ଆପଣଙ୍କୁ ଦେଖାଯିବ।

WeFi

wefiୱେଫି ଏପରି ଏକ ଆପ୍ ଅଟେ ଯାହା ଆପଣଙ୍କ ଆଖପାଖରେ ଫ୍ରି ୱାଇ-ଫାଇର ସୂଚନା ଦେବ। ଏହାର ବିଶେଷତ୍ବ ହେଉଛି ଯଦି ଏହି ଆପ୍ ଆପଣଙ୍କ ଫୋନରେ ପୂର୍ବରୁ ରହିଛି ତେବେ ଆପଣଙ୍କ ଫୋନ ମନକୁ ମନ ଫ୍ରି ୱାଇ-ଫାଇ ସହିତ କନେକ୍ଟ ହୋଇଯିବ। ଏଥିପାଇଁ ଆପଣଙ୍କୁ କୌଣସି ଖର୍ଚ୍ଚ କରିବାକୁ ମଧ୍ୟ ପଡିବନାହିଁ। ଏହାକୁ ଆପଣ ପ୍ଲେ ଷ୍ଟୋରରୁ ଫ୍ରୀରେ ଡାଉନଲୋଡ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.