କ୍ରିକେଟ୍‌ରେ ଆଉ ଏକ ସମଲିଙ୍ଗୀ ବିବାହ : ପରସ୍ପରକୁ ବିବାହ କଲେ ଦୁଇ ମହିଳା ଖେଳାଳି, ସୋସିଆଲ ମିଡିଆରେ ଫଟୋ ହେଲା ଭାଇରାଲ

ବିଶ୍ବ କ୍ରିକେଟର ଏହି ଦୁଇ ମହିଳା ଖେଳାଳି ପରସ୍ପରଙ୍କୁ ବିବାହ କରିଥିବା ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଜଣଙ୍କ ନାମ ହେଲି ଜେନସନ ଯିଏ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଥିବା ବେଳେ ଆଉ ଜଣେ ହେଉଛନ୍ତି ନିକୋଲା ହେନକୋକ୍ ଯିଏ ଅଷ୍ଟ୍ରେଲିଆର ଏକ ଘରୋଇ ଟିମ ମେଲବର୍ଣ୍ଣ ଷ୍ଟାରସ୍ ବୋଲର ଅଟନ୍ତି ।

mrgଏହି ଦୁଇଜଣ ଖେଳାଳିଙ୍କ ବିବାହ ଗତ ସପ୍ତାହରେ ହୋଇଥିଲା ଯାହାର ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ମେଲବର୍ଣ୍ଣ ଷ୍ଟାରସ୍ ନିଜର ଟ୍ବିଟର ଆକାଉଣ୍ଟରେ ଏହି ଦୁଇ ଖେଳାଳିଙ୍କୁ ବିବାହର ଶୁଭେଚ୍ଛା ଦେଇଛି।
ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ୭ଟି ଦିନିକିଆ ଏବଂ ୨୦ଟି ଟି-୨୦ ମ୍ୟାଚ୍ ଖେଳି ସାରିଥିବା ହେଲି ଜେନସନ ପେସ୍‌ ବୋଲର୍‌ ଥିବା ବେଳେ ଅଷ୍ଟ୍ରେଲିଆର ନିକୋଲା ହେନକୋକ ବର୍ତ୍ତମାନ ପର୍ଯ୍ୟନ୍ତ ଇଣ୍ଟରନ୍ୟାସନାଲ ଡେବ୍ୟୁ କରିନାହାନ୍ତି । କିନ୍ତୁ ସେ ମେଲବର୍ଣ୍ଣ ଷ୍ଟାରସ ପାଇଁ ବିଗ୍ ବେସ୍ ଲିଗ୍ ଖେଳିଛନ୍ତି ।

ତେବେ ଏହା କୌଣସି ପ୍ରଥମ ଖବର ନୁହେଁ କି ମହିଳା ଖେଳାଳିଙ୍କ ଏହି ଯୋଡି ବିବାହ କରିଛନ୍ତି । ଗତବର୍ଷ ସାଉଥ ଆଫ୍ରିକା ମହିଳା ଟିମର ଅଲରାଉଣ୍ଡର ଡେମ ବେନ୍ ନିକର୍କ ଏବଂ ବୋଲର ମାରିଜାନେ କେପ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

Leave A Reply

Your email address will not be published.