ପାନ କାର୍ଡ ଏବଂ ସାଲାରୀ ସ୍ଲିପ୍‌ ବିନା ବି ମିଳିଯିବ ପର୍ସନାଲ ଲୋନ୍‌, ବାସ୍‌ କରିବାକୁ ପଡିବ ଏହି ତରିକା

ଲୋକମାନଙ୍କର ନିଜର ଆବଶ୍ୟକତାକୁ ପୂରଣ କରିବା ପାଇଁ ଟଙ୍କାର ଆବଶ୍ୟକତା ପଡିଥାଏ। ଯଦିଓ ଅନେକ ଲୋକଙ୍କ ପାଖରେ ଏତେ ଟଙ୍କା ନଥାଏ ଯେ ସେମାନେ ନିଜର ଆବଶ୍ୟକତାକୁ ପୂରା କରିପାରିବେ। ଏମିତିରେ ଲୋକମାନେ ବ୍ୟାଙ୍କରୁ ଲୋନ୍‌ ନିଅନ୍ତି ଯାହା ସାହାଯ୍ୟରେ ସେମାନେ ନିଜର ଆବଶ୍ୟକତାକୁ ପୂରଣ କରିପାରିବେ। ସେହିପରି ବ୍ୟାଙ୍କ ବି ଲୋନ୍‌ ନେବା ସମୟରେ ଅନେକ ବିବରଣୀ ନିଅନ୍ତି ଏବଂ ତାସହିତ ଡକ୍ୟୁମେଣ୍ଟସ ବି ନିଅନ୍ତି। ପର୍ସନାଲ ଲୋନ୍‌ ଦେବା ପାଇଁ ମଧ୍ୟ ବ୍ୟାଙ୍କକୁ ଆବଶ୍ୟକ କାଗଜପତ୍ର ଦରକାର ପଡିଥାଏ। ଯଦିଓ ଅନେକ ଥର ଏମିତି ପରିସ୍ଥିତି ମଧ୍ୟ ଦେଖିବାକୁ ମିଳେ ଯେତେବେଳେ ଯାହାକୁ ଲୋନ୍‌ ନେବାକୁ ଥିବ ତାଙ୍କ ପାଖରେ ପାନ୍‌ କାର୍ଡ ଏବଂ ସାଲାରୀ ସ୍ଲିପ୍‌ ନଥାଏ। କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆପଣ ବିନା ପାନ କାର୍ଡ ଏବଂ ବିନା ସାଲାରୀ ସ୍ଲିପରେ ମଧ୍ୟ ପର୍ସନାଲ ଲୋନ୍‌ ନେଇପାରିବେ।

ପାନ୍‌ କାର୍ଡ ଏକ ସ୍ଥାୟୀ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଯାହାଦ୍ୱାରା କରଜ ଦାତାଙ୍କ ଆର୍ଥିକ ବିବରଣୀ ରହିଥାଏ। ଏହାବ୍ୟତୀତ ପର୍ସନାଲ ଲୋନ୍‌ ପାଇଁ ବି ଡିଜିଟାଲ ଆବେଦନ ମାମଲାରେ ପାନ୍‌ ଏବଂ ଆଧାର ପରିଚୟ ପତ୍ର ଏବଂ ଆର୍ଥିକ ବିଶ୍ୱାସନୀୟତାକୁ ସତ୍ୟାପିତ କରିବା ଏବଂ ରାଷ୍ଟ୍ରୀୟତା ସହିତ ଟ୍ୟାକ୍ସ ବିବରଣୀକୁ ପ୍ରମାଣିତ କରିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବନିଯାଇଥାଏ।

ଯଦିଓ କିଛି ମାମଲାରେ ବିନା ପାନ କାର୍ଡ ଏବଂ ବିନା ସାଲାରୀ ସ୍ଲିପ ମଧ୍ୟ ପର୍ସନାଲ ଲୋନ୍‌ ମିଳିଯାଇଥାଏ। ଏମିତି ସ୍ଥିତିରେ ହୋଇପାରେ କ୍ରେଡିଟ ସ୍କୋର। ୭୦୦ ଏବଂ ଏହାଠାରୁ ଅଧିକ CIBIL ସ୍କୋର ହେବା ଦ୍ୱାରା ଲୋନ୍‌ ଦେଉଥିବା କମ୍ପାନୀ ବିନା କାଗଜପତ୍ରର ପର୍ସନାଲ ଲୋନ୍‌ ଦେବାରେ ଯେପରି ସଂକୋଚ କରୁନଥିବେ। ଏହାଦ୍ୱାରା ଏକ ହାଇ କ୍ରେଡିଟ ସ୍କୋର ଆର୍ଥିକ ବିଶ୍ୱସନୀୟତା ଆଡକୁ ଯାଇଥାଏ।

ଯଦି ଆପଣ ପୂର୍ବରୁ ବି କେବେ ଲୋନ୍‌ ନେଇଛନ୍ତି ଏବଂ ନିଜ ସମୟ ପୂର୍ବରୁ ତାର ପେମେଣ୍ଟ ଭରି ଦେଇଛନ୍ତି ତାହେଲେ ଏହା ଆପଣଙ୍କର କ୍ଲିନ୍‌ ରେକର୍ଡକୁ ଦର୍ଶାଇଥାଏ। ବ୍ୟାଙ୍କ କିମ୍ବା ଫାଇନାନ୍ସ ସହ ଜଡିତ କମ୍ପାନୀ ଆପଣଙ୍କର ପୁରୁଣା ରେକର୍ଡକୁ ଦେଖି ମଧ୍ୟ ପର୍ସନାଲ ଲୋନ୍‌ ବିନା ପାନ କାର୍ଡ ଏବଂ ବିନା ସାଲାରୀ ସ୍ଲିପରେ ବି ଦେଇଦିଅନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.