Below header

ଆପଣଙ୍କ ଫୋନ୍‌ ରୁ ଶୀଘ୍ର ବ୍ୟାଟେରୀ ସରିଯାଉଛି କି ? ଏହି ସେଟିଂ ବଦଳାନ୍ତୁ, ଘଣ୍ଟା ଘଣ୍ଟା ଚାଲିବ ବ୍ୟାଟେରୀ

ମୋବାଇଲ ଫୋନ୍‌ କିଣିବା ବେଳେ ଯେଉଁ କଥାକୁ ଆମେ ସର୍ବାଧିକ ଦେଖିଥାଉ ତାହା ହେଲା ବ୍ୟାଟେରୀ, କ୍ୟାମେରା ଓ ପ୍ରୋସେସର । ସ୍ମାର୍ଟ ଫୋନରେ ବ୍ୟାଟେରୀ ସବୁଠୁ ଅଧିକ ଗୁରୁତ୍ୱ ବହନ କରିଥାଏ । ତେଣୁ ସମସ୍ତେ ପ୍ରାୟ ବ୍ୟାଟେରୀ ଉପରେ ଧ୍ୟାନ ଦେଇଥାନ୍ତି । ଆଜି ଆସନ୍ତୁ ଜାଣିବା କେମିତି ବଢ଼ାଇ ପାରିବେ ବ୍ୟାଟେରୀ ଲାଇଫ ।

ଏହି ଆଦତ ବଢ଼ାଇ ଦେବ ଫୋନର ବ୍ୟାଟେରୀ ଲାଇଫ୍‌ :

• ଆପଣ ଯଦି ସ୍ମାର୍ଟ ଫୋନ୍‌କୁ ଭାଇବ୍ରେସନ ମୋଡରେ ରଖୁଛନ୍ତି, ତେବେ ଏହାକୁ ତୁରନ୍ତ ହଟାଇ ଦିଅନ୍ତୁ । କାରଣ ରିଙ୍ଗଟୋନ ମୋଡ ତୁଳନାରେ ଭାଇବ୍ରେସନ ମୋଡରେ ଅଧିକ ବ୍ୟାଟେରୀ ଖର୍ଚ୍ଚ ହୋଇଥାଏ ।

• ରଂଗ ବେରଙ୍ଗ ଓ୍ଵାଲପେପର ରଖିବା ଦ୍ୱାରା ମଧ୍ୟ ବ୍ୟାଟେରୀ ଅଧିକ ଖର୍ଚ୍ଚ ହୋଇଥାଏ । ଯଦି ଫୋନରେ ୩ଡି ବା ଲାଇଭ ଓ୍ଵାଲପେପର ଲଗାଉଛନ୍ତି,ତେବେ ଅଧିକ ବ୍ୟାଟେରୀ ଖର୍ଚ୍ଚ ହୋଇଥାଏ । ତେଣୁ କଳା ଧଳା ଓ୍ଵାଲପେପର ରଖନ୍ତୁ ।

• ଇମେଲ , ଟ୍ଵିଟର, ହ୍ଵାଟ୍ସଆପ୍‌ ଆଦି ଅଟୋ ସିଙ୍କ ସପୋର୍ଟ କରୁଛି,ତେବେ ଲାଟେଷ୍ଟ ଅପଡେଟ ବ୍ୟାକ୍‌ ଗ୍ରାଉଣ୍ଡରେ ଚାଲିଥାଏ । ଫଳରେ ଅଧିକ ବ୍ୟାଟେରୀ ଖର୍ଚ୍ଚ ହୋଇଥାଏ । ତେଣୁ ସେଟିଂରେ ଏହାକୁ ପରିବର୍ତ୍ତନ କରନ୍ତୁ ।

• ଆବଶ୍ୟକ ନଥିଲେ ଓ୍ଵାଇଫାଇ, ବ୍ଲୁଟୁଥ, ମୋବାଇଲ ଡାଟା ଅନ କରି ରଖନ୍ତୁ ନାହିଁ । ଏହା ବ୍ୟାଟେରୀ ଶୀଘ୍ର ନଷ୍ଟ କରିଥାଏ ।

• ଯେଉଁ ମୋବାଇଲ ଆପ୍‌ ବ୍ୟବହାର କରିସାରିଛନ୍ତି ତା’ର ଆବଶ୍ୟକ ନାହିଁ, ତେବେ ଏହାକୁ ହଟାଇ ଦିଅନ୍ତୁ । ଅଯଥାରେ କୌଣସି ଏପ୍ଲିକେସନକୁ ଲୋକେସନ ଆକ୍ସିସ ଦିଅନ୍ତୁ ନାହିଁ ।

• ମୋବାଇଲ ଫୋନର ବ୍ରାଇଟନେସକୁ ଅଟୋ ମୋଡରେ ରଖନ୍ତୁ । ଏହାଦ୍ୱାରା ବ୍ୟାଟେରୀ ଖର୍ଚ୍ଚ ଅଧିକ ହେବ ନାହିଁ ।

• ମୋବାଇଲ ଫୋନକୁ ବାରମ୍ବାର ମଧ୍ୟ ଚାର୍ଜ କରିବା ଦ୍ୱାରା ବ୍ୟାଟେରୀ ଖରାପ ହୋଇଥାଏ । ସେତେବେଳେ ଚାର୍ଜ କରନ୍ତୁ ଯେବେ ବ୍ୟାଟେରୀ ଅତି କମ ହୋଇଯାଏ । ୫୦ କିମ୍ବା ୬୦ % ଥିଲେ ମଧ୍ୟ ବେଳେ ବେଳେ ଆମେ ଚାର୍ଜ ଲଗାଇ ରଖିଥାଉ । ଏମିତି କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.