ଡିଗ୍ରୀ ନଥାଇ ଡାକ୍ତର ରୋଗୀ ସେବା ପ୍ରସଙ୍ଗ: ୩ ମାସ ମଧ୍ୟରେ ଯାଞ୍ଚ କରି ରିପୋର୍ଟ ଦାଖଲ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ (କେନ୍ୟୁଜ): ରାଜ୍ୟରେ ଉପଯୁକ୍ତ ଡିଗ୍ରୀ ନଥାଇ କିଛି ଡାକ୍ତର ରୋଗୀସେବା କରୁଥିବା ପ୍ରସଙ୍ଗକୁ ଓଡିଶା ହାଇକୋର୍ଟ ଗୁରୁତର ଭାବେ ଗ୍ରହଣ କରିବା ସହିତ ୩ ମାସ ମଧ୍ୟରେ ଏ ସମ୍ପର୍କରେ ଯାଞ୍ଚ କରି ହାଇକୋର୍ଟରେ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଶ୍ୱବ୍ୟାଙ୍କ ପକ୍ଷରୁ କରାଯାଇଥିବା ସର୍ଭେରୁ ଓଡ଼ିଶାର ୪୯ ପ୍ରତିଶତ ରୋଗୀସେବା କରୁଥିବା ବ୍ୟକ୍ତିଙ୍କର ଡାକ୍ତରୀ ଶିକ୍ଷାଗତ ଯୋଗ୍ୟତା ନଥିବା ଜଣାପଡିଛି ।

ଓଡ଼ିଶଆ ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଏ ସମ୍ପର୍କରେ ଏକ ଜନସ୍ୱାର୍ଥ ମାମଲା ଜରିଆରେ ହାଇକୋର୍ଟଙ୍କୁ ଅବଗତ କରାଯିବା ପରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଉଦ୍‌ବେଗ ପ୍ରକାଶ କରିଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କରେ ବିଧିବଦ୍ଧ ଯାଞ୍ଚ ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ଘଟଣାର ତଦନ୍ତ କରି ୩ମାସ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ହାଇକୋର୍ଟରେ ଦାଖଲ କରିବାକୁ କୁହାଯାଇଛି । ଜାନୁଆରୀ ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.