ଇଣ୍ଟରନେଟ ବିନା ରିଚାର୍ଜ ବିନା ବି ଫ୍ରିରେ କରିପାରିବେ କଲ୍ , ଟଙ୍କାଟିଏ ବି ପଡିବନି ଖର୍ଚ୍ଚ
ଆଜିକାଲି ସମସ୍ତେ ନିଜ ମୋବାଇଲର ରିଚାର୍ଜ କରନ୍ତି । କିନ୍ତୁ ତଥାପି ଅନେକ ଲୋକ ଅଛନ୍ତି ଯେଉଁମାନେ ରିଚାର୍ଜ କରିବାକୁ ଭୁଲିଯାନ୍ତି । ଏମିତିରେ ଯଦି ଆପଣଙ୍କୁ କୌଣସି ଜରୁରୀ କଲ୍ କରିବାକୁ ଥାଏ ତାହେଲେ ଆପଣ ସେହି ସମୟରେ କଣ କରିବେ । ଯଦି ଆମେ କହିବୁ ଆପଣଙ୍କୁ କଲ୍ କରିବା ପାଇଁ ଏବେ ରିଚାର୍ଜ କରିବାର ଆବଶ୍ୟକତା ନାହିଁ ତାହେଲେ ଆପଣ କଣ ମାନିବେ ।

ଆଜିକାଲି ସମସ୍ତେ ନିଜ ମୋବାଇଲର ରିଚାର୍ଜ କରନ୍ତି । କିନ୍ତୁ ତଥାପି ଅନେକ ଲୋକ ଅଛନ୍ତି ଯେଉଁମାନେ ରିଚାର୍ଜ କରିବାକୁ ଭୁଲିଯାନ୍ତି । ଏମିତିରେ ଯଦି ଆପଣଙ୍କୁ କୌଣସି ଜରୁରୀ କଲ୍ କରିବାକୁ ଥାଏ ତାହେଲେ ଆପଣ ସେହି ସମୟରେ କଣ କରିବେ । ଯଦି ଆମେ କହିବୁ ଆପଣଙ୍କୁ କଲ୍ କରିବା ପାଇଁ ଏବେ ରିଚାର୍ଜ କରିବାର ଆବଶ୍ୟକତା ନାହିଁ ତାହେଲେ ଆପଣ କଣ ମାନିବେ । ବୋଧହୁଏ ନା ବିଶ୍ୱାସ କରିବେନି, କିନ୍ତୁ ଏମିତି ହୋଇପାରିବ । ବାସ୍ତବରେ ଏକ ଏମିତି ଆପ୍ ଅଛି ଯାହା ଜରିଆରେ ଆପଣ ଫ୍ରି କଲିଙ୍ଗ କରିପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ବି ପ୍ରକାରର ଦେୟ ଦେବାକୁ ପଡିବନି ।
ଆମେ ଯେଉଁ ଆପ୍ ବିଷୟରେ ଆପଣଙ୍କୁ କହୁଛୁ ତାର ନାମ ହେଉଛି ବ୍ଲୁଟୁଥ୍ ଓ୍ଵାକି ଟକି । ଏହାକୁ ଆପଣ ପ୍ଲେଷ୍ଟେରାରରୁ ଡାଉନଲୋଡ କରିପାରିବେ । ତାହେଲେ ଆସନ୍ତୁ ଜାଣିବା ଆପଣ ଏହି ଆପକୁ କେଉଁଭଳି ବ୍ୟବହାର କରିବେ ।
କେମିତି ବିନା ରିଚାର୍ଜରେ ଫ୍ରିରେ କଥା ହେବେ ଜାଣନ୍ତୁ
ସର୍ବପ୍ରଥମେ ଆପଣଙ୍କୁ ବ୍ଲୁଟୁଥ୍ ଓ୍ଵାକି ଟକି ଆପକୁୁ ଡାଉନଲୋଡ କରିବାକୁ ହେବ । ଏହାପରେ ଆପଣଙ୍କୁ ସ୍କ୍ରୀନ ଉପରେ ଦୁଇଟି ଅପ୍ସନ ଦେଖାଯିବ । ଏଥିରେ ଗୋଟିଏରେ ଓ୍ଵାଇଫାଇ ଏବଂ ଦ୍ୱିତୀୟ ଅପ୍ସନରେ ରିଫ୍ରେସ ଥିବ ।
ଏବେ ଆପଣଙ୍କୁ ଏହା ଧ୍ୟାନ ରଖିବାକୁ ହେବ ଯେ ଯାହାକୁ ବି ଆପଣଙ୍କୁ କଲ୍ କରିବାର ଅଛି ତାଙ୍କ ଫୋନରେ ମଧ୍ୟ ଏହି ଆପକୁ ଇନଷ୍ଟଲ କରିବାକୁ ପଡିବ । ଏହାପରେ ପୁଣି ଥରେ ଆପଣଙ୍କୁ ନିଜ ଫୋନରେ ସେହି ଆପକୁ ଓପନ କରିବାକୁ ହେବ । ଏହାପରେ ଆପଣଙ୍କୁ ଉଭୟ ବିକଳ୍ପ ଉପରେ କ୍ଲିକ କରିବାକୁ ହେବ ।
ଏହାପରେ ଆପଣଙ୍କ ସାମ୍ନାରେ ସମସ୍ତ ବ୍ଲୁଟୁଥ୍ ଡିଭାଇସେଜର ଏକ ଲିଷ୍ଟ ଆସିବ । ଏଥିରୁ ଆପଣଙ୍କୁ ଯାହାକୁ କଲ୍ କରିବାର ଅଛି ତାଙ୍କ ଡିଭାଇସ ଉପରେ କ୍ଲିକ କରନ୍ତୁ । ଏମିତି କରିବା ପରେ ଆପଣ ଯାହାଙ୍କୁ କଲ୍ କରୁଛନ୍ତି ତାଙ୍କ ଫୋନ ରିଙ୍ଗ ହେବ । ଏବଂ ଆପଣ ତାଙ୍କ ସହିତ କଥା ହେଇପାରିବେ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଆପ୍ ୧୦୦ ମିଟର ପର୍ଯ୍ୟନ୍ତ ହିଁ କାମ କରିବ ।