ପୋଷ୍ଟ ଅଫିସ୍‌ ସେଭିଙ୍ଗସ ଆକାଉଣ୍ଟ ଖାତାରେ କେତେ ଅଛି ଟଙ୍କା, ଅନଲାଇନ୍‌ ଏପରି ଚେକ କରନ୍ତୁ ଷ୍ଟେଟମେଣ୍ଟ

ଲୋକମାନେ ନିବେଶ କରିବା ପାଇଁ ଅନେକ ତରିକାକୁ ଆପଣାଇଥାନ୍ତି। ଏହି ତରିକା ମଧ୍ୟରୁ ଗୋଟିଏ ହେଉଛି ପୋଷ୍ଟ ଅଫିସ। ପୋଷ୍ଟ ଅଫିସରେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ଆଉ ଏହି ଯୋଜନାରେ ବହୁତ ଲୋକ ନିବେଶ କରୁଛନ୍ତି। ଏହି ଯୋଜନା ମଧ୍ୟରୁ ପୋଷ୍ଟ ଅଫିସ ସେଭିଙ୍ଗସ ଆକାଉଣ୍ଟ ଯୋଜନା ମଧ୍ୟ ସାମିଲ ରହିଛି। ଏହି ଯୋଜନାରେ ଲୋକେ ସଞ୍ଚୟକୁ ସୁରକ୍ଷିତ ରଖିପାରିବେ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏବେ ଲୋକମାନେ ନିଜର ଏହି ଆକାଉଣ୍ଟ ଡିଟେକୁ ଅନଲାଇନ୍‌ ବି ଚେକ କରିପାରିବେ ଏବଂ ଅନଲାଇନ୍‌ ନିଜର ଆକାଉଣ୍ଟ ଷ୍ଟେଟମେଣ୍ଟର ସମ୍ପୂର୍ଣ୍ଣ ଡିଟେଲ୍ସ ବି ହାସଲ କରିପାରିବେ।

ଭାରତ ସରକାର ପୋଷ୍ଟ ଅଫିସ ସଞ୍ଚୟ ବ୍ୟାଙ୍କ ଯୋଜନା ପାଇଁ ଇ-ପାସବୁକ ସୁବିଧା ଆରମ୍ଭ କରିଛି। ଏହି ସୁବିଧା ଆରମ୍ଭ ହେବା ପରେ ଡାକଘର ସଞ୍ଚୟ ଖାତାଧାରକ ନିଜ ଡାକଘର ସଞ୍ଚୟ ବ୍ୟାଙ୍କ ଖାତାର ପାସବୁକକୁ ଅନଲାଇନ୍‌ ଆକ୍ସେସ କରିପାରିବେ। ଇ-ପାସବୁକ ସୁବିଧା ଆରମ୍ଭ ହେବା ପରେ ଡାକଘର ସଞ୍ଚୟ ବ୍ୟାଙ୍କ ଯୋଜନା ଆଡକୁ ଅଧିକ ଡିଜିଟାଲ ହେବାର ଆଶା କରାଯାଉଛି କାରଣ ଖାତାଧାରକ ନିଜ ଇଚ୍ଛା ଅନୁଯାୟୀ କୌଣସି ବି ଅବଧି ପାଇଁ ଟ୍ରାନଜାକସନର ଷ୍ଟେଟମେଣ୍ଟ ବାହାର କରିପାରିବେ।

ଏହାପୂର୍ବରୁ ଲୋକମାନେ କେବଳ ମିନି ଷ୍ଟେଟମେଣ୍‌ଟ ପର୍ଯ୍ୟନ୍ତ ହିଁ ସୀମିତ ଥିଲେ। କିନ୍ତୁ ଏବେ ଜଣେ ଡାକଘର ସଞ୍ଚୟ ଖାତାଧାରକ ନିଜର ଖାତାର ବିବରଣୀ ନିଜେ ହିଁ ହାସଲ କରିପାରିବେ। ଏବେ ଆଉ ଏଥିପାଇଁ ଡାକଘରକୁ ଯିବାକୁ ଆବଶ୍ୟକତା ନାହିଁ। ଏଥିପାଇଁ ଏହି ‘ଇ-ପାସବୁକ ସୁବିଧା’ ଲଞ୍ଚ୍‌ ହେବା ପରେ ଡାକଘର ସଞ୍ଚୟ ବ୍ୟାଙ୍କ ଖାତାଧାରକଙ୍କ ପାଖରେ କେବଳ ମିନି ଷ୍ଟେଟମେଣ୍ଟ ନୁହେଁ ବରଂ ତାଙ୍କର ସମ୍ପୂର୍ଣ୍ଣ ବ୍ୟାଙ୍କ ପାସବୁକ ପର୍ଯ୍ୟନ୍ତ ଯାଇପାରିବେ ଖାତାଧାରକ। ଏମିତିରେ କିଛି ଷ୍ଟେପକୁ ଫଲୋ କରି ଅନଲାଇନ୍‌ ହିଁ ଏହାକୁ ଚେକ କରାଯାଇପାରିବ।

ଏହି ଷ୍ଟେପ୍ସକୁ କରନ୍ତୁ ଫଲୋ

  • ପୋଷ୍ଟ ଅଫିସ୍‌ ଆପରେ ଲଗଇନ୍‌ କରନ୍ତୁ
  • ମୋବାଇଲ ବ୍ୟାକିଙ୍ଗକୁ ଯାଆନ୍ତୁ
  • ନିଜ ଖାତାର ବିବରଣୀ ଭରନ୍ତୁ
  • ‘ଗୋ’ ବଟନ ଉପରେ କ୍ଲିକ କରନ୍ତୁ
  • ଆପଣଙ୍କୁ ଡାକଘର ଖାତାର ଡ୍ୟାସବୋଡକୁ ପଠାଇ ଦିଆଯିବ
  • ଏଠାରେ ଆପଣଙ୍କୁ ବାଲାନ୍ସ ଏବଂ ଷ୍ଟେଟମେଣ୍ଟ ଚେକ୍‌ କରିବାର ବିକଳ୍ପ ମିଳିବ
  • ଆପଣଙ୍କୁ ମିନି ଷ୍ଟେଟମେଣ୍ଟ ଏବଂ ଆକାଉଣ୍ଟ ଷ୍ଟେଟମେଣ୍ଟ ବିକଳ୍ପ ମିଳିବ
  • ଷ୍ଟେଟମେଣ୍ଟ ଅପ୍ସନ ଉପରେ କ୍ଲିକ କରନ୍ତୁ
  • ଅବଧି ବାଛନ୍ତୁ, ଯାହା ପାଇଁ ଆପଣ ନିଜ ପୋଷ୍ଟ ଅଫିସ ଆକାଉଣ୍ଟ ପାସବୁକର ଡିଟେଲ ଦେଖିବାକୁ ଚାହୁଁଛନ୍ତି
  • ଷ୍ଟେଟମେଣ୍ଟ ଡାଉନଲୋଡ କରନ୍ତୁ କିମ୍ବା ଭବିଷ୍ୟତ ପାଇଁ ସେଭ୍‌ କରିନିଅନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.