ମାତ୍ର ଗୋଟିଏ ମିସକଲରେ ଜାଣନ୍ତୁ ଜନ ଧନ ଆକାଉଣ୍ଟରେ ଅଛି କେତେ ଟଙ୍କା, ଫଟାଫଟ କରନ୍ତୁ ବାଲାନ୍ସ ଚେକ

ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନାର ଲାଭାର୍ଥୀଙ୍କ ପାଇଁ ଜରୁରୀ ଖବର। ଯଦି ଆପଣଙ୍କର ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଆକାଉଣ୍ଟ ଅଛି ତାହେଲେ ଆମର ଏ ଖବର ଆପଣଙ୍କ ପାଇଁ। ଦେଶର ଗରିବ ସୀମାରେଖା ତଳେ ଥିବା ଲୋକମାନେ ଜିରୋ ବାଲାନ୍ସରେ ବ୍ୟାଙ୍କ, ପୋଷ୍ଟଅଫିସ ଏବଂ ରାଷ୍ଟ୍ରୀକୃତ ବ୍ୟାଙ୍କରେ ଖୋଲା ଯାଇଥାଏ। ଏହି ଯୋଜନା ଅନୁଯାୟୀ ଗ୍ରାହକଙ୍କୁ ଅନେକ ବଡ ବଡ ସୁବିଧା ଲୋକମାନଙ୍କୁ ଦିଆଯାଏ। ଯଦି ଆପଣ ମଧ୍ୟ ନିଜ ଖାତାରେ ଥିବା ବାଲାନ୍ସ ଚେକ କରିବାକୁ ଚାହୁଁଛନ୍ତି। ତାହେଲେ ଆପଣ ଘରେ ବସି କେବଳ ଗୋଟିଏ ମିସଡ୍‌ କଲ୍‌ ଜରିଆରେ ଆକାଉଣ୍ଟ ସମ୍ବନ୍ଧୀୟ ସମସ୍ତ ବିବରଣୀ ମାତ୍ର କେଇ ସେକେଣ୍ଡରେ ପାଇପାରିବେ। ଏଥିପାଇଁ ଆପଣଙ୍କୁ କିଛି ଉପାୟକୁ ଫଲୋ କରିବାକୁ ପଡିବ।

ଆପଣ ନିଜ ଜନ-ଧନ ଖାତାର ବାଲାନ୍ସକୁ ଦୁଇଟି ତରିକରରେ ପତ୍ତା ଲଗାଇପାରିବେ। ଏଥିମଧ୍ୟରୁ ପ୍ରଥମ ତରିକା ହେଉଛି ମିସଡ କଲ୍‌ ଏବଂ ଦ୍ୱିତୀୟଟି ହେଉଛି ପିଏଫଏମଏସ ପୋର୍ଟାଲ ଜରିଆରେ।

ପିଏଫଏମଏସ ପୋର୍ଟାଲ ଜରିଆରେ କେମିତି ଚେକ୍‌ କରିବେ ଜାଣନ୍ତୁ

-ଏଥିପାଇଁ ଆପଣଙ୍କୁ ସର୍ବ ପ୍ରଥମେ https://pfms.nic.in/NewDefaultHome.aspxରେ କ୍ଲିକ କରି Public Financial Management System PFMSକୁ ଯିବାକୁ ହେବ।
-ଏଠାରେ ଆପଣଙ୍କୁ Know Your Paymentsର ବିକଳ୍ପ ଉପରେ କ୍ଲିକ କରିବାକୁ ହେବ।
-ଏହା ଖୋଲିବାରେ ସାମାନ୍ୟ ସମସ୍ୟା ହୋଇପାରେ କିନ୍ତୁ ଏହା ଖୋଲିବା ପରେ ହିଁ ଆପଣଙ୍କୁ ବ୍ୟାଙ୍କର ନାମ ଦେବାକୁ ହେବ।
-ଏହାପରେ ଏଥିରେ ନିଜର ବ୍ୟାଙ୍କ୍ ଆକାଉଣ୍ଟ ନମ୍ବର ଦିଅନ୍ତୁ।
-ଏହାକୁ କନଫର୍ମ କରିବା ପାଇଁ ଆପଣଙ୍କୁ ପୁଣିଥରେ ଆକାଉଣ୍ଟ ନମ୍ବର ଦେବାକୁ ହେବ।
-ଏହାପରେ ଆପଣଙ୍କୁ ତଳେ ଦିଆଯାଇଥିବା କାପ୍ଚା କୋଡ ଦେବାକୁ ହେବ।
-ଏହାକୁ ଦେବା ପରେ ଏଠାରେ ଦେଖାଯାଉଥିବା ସର୍ଚ୍ଚ ବଟନ ଉପରେ କ୍ଲିକ କରନ୍ତୁ।
-କ୍ଲିକ କରିବା ପରେ ଆପଣଙ୍କ ସାମ୍ନାରେ ଆପଣଙ୍କ ବ୍ୟାଙ୍କ୍ ସମ୍ବନ୍ଧୀୟ ଜଡିତ ବିବରଣୀ ଆସିଯିବ।

ମିସଡ୍‌ କଲ୍‌ ଜରିଆରେ କେମିତି ଚେକ୍‌ କରିବେ ଜାଣନ୍ତୁ

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜ ଗ୍ରାହକଙ୍କ ପାଇଁ ଏକ ସୁବିଧା ଉପାୟ ଉପଲବ୍ଧ କରିଛି। ଯେକୌଣସି ଜନଧନ ଖାତାଧାରକ ୧୮୦୦୪୨୫୩୮୦୦ କିମ୍ବା ୧୮୦୦୧୧୨୨୧୧ କୁ କଲ କରି ନିଜ ବାଲାନ୍ସ ସମ୍ବନ୍ଧୀୟ ତଥ୍ୟ ଜାଣିପାରିବେ। ତେବେ ଗ୍ରାହକ ଧ୍ୟାନ ନିଅନ୍ତୁ ଯେପରି ନିଜର ରେଜିଷ୍ଟର୍ଡ ମୋବାଇଲ ନମ୍ବରରୁ ହିଁ ଏହି ମିସଡ୍‌ କଲ୍‌ କରିବେ। ଅର୍ଥାତ୍‌ ବ୍ୟାଙ୍କ ନିୟମ ଅନୁସାରେ ଯେଉଁ ନମ୍ବରରୁ ଆପଣ ରେଜିଷ୍ଟ୍ରେସନ୍‌ କରିଛନ୍ତି ସେହି ନମ୍ବରରୁୁ ହିଁ ଆପଣଙ୍କୁ ମିସଡ୍‌ କଲ୍‌ କରିବାକୁ ହେବ।

ଯଦି ଜନଧନ ଖାତା ସହ ଆପଣ ମୋବାଇଲ ନମ୍ବର ଲିଙ୍କ କରିନାହାନ୍ତି ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। ଆପଣ ୦୯୨୨୩୪୮୮୮୮୮ କୁ ମେସେଜ ପଠାଇ ନମ୍ବର ରେଜିଷ୍ଟ୍ରେସନ କରିପାରିବେ। ଏଥିପାଇଁ ଆପଣଙ୍କୁ REG AccountNumber ଲେଖିକି ପଠାଇବାକୁ ପଡ଼ିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.