ଡାଇବେଟିସ ନିୟନ୍ତ୍ରଣରେ ଖୁବ ଉପାଦାୟୀ ଜାଇଫଳ, ମସଲାରେ ନିଶ୍ଚିତ କରନ୍ତୁ ବ୍ୟବହାର

ଡାଇବେଟିସ ଏକ ଏମିତି ରୋଗ ଯାହାକୁ ବେଳ ଥାଉ ଥାଉ ନିୟନ୍ତ୍ରଣକୁ ନ ଅଣାଯାଏ ତେବେ ଏହା ଶରୀରର ଅନ୍ୟ ଅଙ୍ଗ ଗୁଡିକୁ କ୍ଷତି ପହଞ୍ଚାଇଥାଏ । ଏହାରି ପ୍ରଭାବରେ ଆମ ଶରୀରର କିଡ୍ନୀ, ହାର୍ଟ, ଲଙ୍ଗସ ପରି ଅଙ୍ଗ ପ୍ରଭାବିତ ହୋଇଥାନ୍ତି । ଡାଇବେଟିସ ରୋଗୀଙ୍କ ଶରୀର ପର୍ଯ୍ୟାପ୍ତ ପରିମାଣରେ ଇନ୍ସୁଲିନ ଉତ୍ପାଦନ କରିପାରିନଥାଏ । ଆଉ କିଛି ଦିନ ପରେ ଇନ୍ସୁଲିନ କ୍ଷରଣ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେଇଥାଏ । ଯାହା ଫଳରେ ରକ୍ତରେ ଶର୍କରା ମାତ୍ରା ବଢ଼ିଯାଇଥାଏ ।

ଅନିୟମିତ ଜୀବନଶୈଳୀ, ଭୁଲ ଖାଦ୍ୟାଭାସ କାରଣରୁ ଏହି ରୋଗ ଖୁବ ଶୀଘ୍ର ଲୋକଙ୍କୁ ନିଜ ଶିକାରକୁ ନେଇଯାଇଥାଏ । ସୁଗାରକୁ ନିୟନ୍ତ୍ରଣକୁ ଆଣିବା ପାଇଁ କେବଳ ଔଷଧ କାଫି ହୋଇନଥାଏ । ନଚେତ ଆପଣଙ୍କ ଶରୀର ଦୁର୍ବଳ ହୋଇଯାଇପାରେ । ସୁଗାର କଣ୍ଟ୍ରୋଲ କରିବା ପାଇଁ ଔଷଧ ସହ ନିଜ ଡାଏଟ ପ୍ରତି ବି ଧ୍ୟାନ ଦେବା ଜରୁରୀ । ମଧୁମେହକୁ ନିୟନ୍ତରଣକୁ ଆଣିବା ପାଇଁ ସାଧାରଣ ଜଡିବୁଟି ଖୁବ ଲଭଦାୟୀ ହୋଇଥାଏ ।

nutmeg
image credit: iStock

ଆୟୁର୍ବେଦ ଅନୁଯାୟୀ ଜାଇଫଳ ଏମିତି ଏକ ଜଡ଼ିବୁଟି ଯାହାକୁ ଦେଶରେ ମସଲା ଭାବରେ ବ୍ୟବହାର କରାଯାଇଥାଏ । ରୋଷେଇ ଘରେ ମହଜୂତ ଥିବା ଏହି ଔଷଧରେ ଏତେ ଗୁଣ ରହିଛିଯେ ଯାହା ଉଚ୍ଚ ସ୍ତରର ଡାଇବେଟିସକୁ କଣ୍ଟ୍ରୋଲକୁ ଆଣିପାରେ | ଜାଇଫଳର ବ୍ୟବହାର ସ୍ୱାଦ ଓ ସୁଗନ୍ଧ ଉଭୟକୁ ବଢ଼ାଇପାରେ । ଜାତୀୟ ସ୍ତରର ଏକ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଜାଇଫଳର ବ୍ୟବହାର ହଜାର ହଜାର ବର୍ଷ ତଳୁ କରାଯାଇଆସୁଛି । ଜାଇଫଳର ସେବନରେ ମଧୁମେହ ନିୟନ୍ତ୍ରଣକୁ ଆସିଥାଏ ବୋଲି ବଡ ବଡ ଡାକ୍ତର ମାନେ ମଧ୍ୟ ମତ ରଖିଛନ୍ତି ।

ଆସନ୍ତୁ ଜାଣିବା କିପରି ସୁଗାର କଣ୍ଟ୍ରୋଲ କରେ ଜାଇଫଳ:

ଜାଇଫଳ ବ୍ଲଡ଼ ସୁଗାର କଣ୍ଟ୍ରୋଲ କରିବାରେ ମୁଖ୍ୟ ଭୂମିକା ନିଭେଇଥାଏ । ମୂଷା ମାନଙ୍କୁ ନେଇ କରାଯାଇଥିବା ଏକ ଅଧ୍ୟୟନରୁ ଜଣାଯାଇଛିଯେ ନିୟମିତ କିଛି କିଛି ଜାଇଫଳ ରସ ସେବନ ଦ୍ୱାରା ଆମ ବ୍ଲଡ଼ ସୁଗାର ନିୟନ୍ତ୍ରଣକୁ ଆସିଥାଏ । ଏହା ସହ ଏହା ଅଗ୍ନାଶୟକୁ ସୁସ୍ଥ କରିଥାଏ । ଆଉ ଏହାର କାର୍ଯ୍ୟଦକ୍ଷତାକୁ ବଢ଼ାଇଥାଏ । ନିୟମିତ କିଛି ଗୁଣ୍ଡ ମସଲା ଭାବରେ ଆପଣ ନିଜ ଖାଦ୍ୟରେ ବ୍ୟବହାର କରନ୍ତୁ ।

ଏହା ସହ ମୋଟାପଣ କମ କଋଥାଏ । ପାଚନ ତନ୍ତ୍ର ମଜବୁତ ହୋଇଥାଏ । ଏହା ସହ କବ୍ଜ, ବଦ ହଜମି, ଆଣ୍ଠୁ ଗଣ୍ଠି ଦରଜ ଆଦି ଦୂର କରିବାରେ ବି ଜାଇଫଳର ଖୁବ ଗୁଣ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.