Below header

ଆଉ ସ୍ମାର୍ଟଫୋନ ବିକିବନି LG ! କମ୍ପାନୀ ଛାଡିଲେ ୬୦ ପ୍ରତିଶତ କର୍ମଚାରୀ

ଦକ୍ଷିଣ କୋରିଆ କମ୍ପାନୀ LG ଖୁବ ଶୀଘ୍ର ନିଜ ସ୍ମାର୍ଟଫୋନ ବ୍ୟବସାୟକୁ ବନ୍ଦ କରିବାକୁ ଯାଉଛି । ମୋବାଇଲ ବ୍ୟବସାୟ ବନ୍ଦ ହେବା ପୂର୍ବରୁ ୬୦
ପ୍ରତିଶତ କର୍ମଚାରୀ ସ୍ମାର୍ଟଫୋନ କମ୍ପାନୀରୁ ଛଟେଇ ନେଇ ଅନ୍ୟ ଏକ ୟୁନିଟରେ ଯୋଗ ଦେଇଛନ୍ତି । କୋରିଆ ହେରାଲର୍ଡ ତରଫରୁ ଜାରି ହୋଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛିକି, କମ୍ପାନୀ CEO Know Bong Seok କର୍ମଚାରୀ ମାନଙ୍କୁ ଇମେଲ ଜରିଆରେ ହିଁ ଏବାବଦରେ ସୂଚନା ଦେଇଛନ୍ତି । ଏକ ବିଶେଷ ସୂତ୍ରରୁ ଜଣାଯାଇଛିକି ଗତ ପାଞ୍ଚ ବର୍ଷ ଭିତରେ LG କମ୍ପାନୀ ପ୍ରାୟ ୪.୫ ବିଲିୟନ ଡଲାର ବା ୩୨ ହଜାର ୮୫୬
କୋଟି ଟଙ୍କାର କ୍ଷତି ସହିଛି ।

ସାଧାରଣତଃ LGର ମୁକାବିଲା ଅନ୍ୟ ଏକ କମ୍ପାନୀ Samsung ସହିତ ହୋଇଥାଏ । ଏହା ବ୍ୟତୀତ Xiomi, Oppo, Vivo, OnePlus ପରି କମ୍ପାନୀ ମାନଙ୍କ ସହିତ ବି ମାର୍କେଟରେ କମ୍ପିଟିସନ ଜୋରଦାର ରହିଛି । କହିରଖୁଛୁକି, ଏହି ନିକଟରେ ହିଁ କମ୍ପାନୀ ଡୁଆଲ ସ୍କ୍ରିନ Velvet ଓ flip LG Wing ନାଁରେ ଦୁଇଟି ସ୍ମାର୍ଟଫୋନ ଲଂଚ କରିଥିଲା । ଖାଲି ସେତିକି ନୁହେଁ କଂଜଯୁମର ଇଲେକ୍ଟ୍ରୋନିକ ଶୋ’ (CES 2021) ରେ କମ୍ପାନୀ ନିଜ ପ୍ରଥମ ରୋଲେବଲ ସ୍ମାର୍ଟଫୋନର ପ୍ରଥମ ଝଲକ ଦେଖେଇଥିଲା । କିନ୍ତୁ ପରେ କ୍ଷତି ହେଉଥିବା କାରଣରୁ କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.