ହଜିଯାଇଛି କି ସ୍ମାର୍ଟଫୋନ ? ସାମସଙ୍ଗର ଏହି ଆପ ବିନା ଇଣ୍ଟରନେଟରେ ଖୋଜିବ ଆପଣଙ୍କ ଫୋନ

ହଜିଯାଇଥିବା କିମ୍ବା ଚୋରି ହୋଇଯାଇଥିବା ସ୍ମାର୍ଟଫୋନକୁ ଖୋଜି ପାଇବା କୌଣସି ଏକ ଚ୍ୟାଲେଞ୍ଜଠାରୁ କମ୍ ନୁହେଁ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଅନେକ ଥର ସ୍ଥାନୀୟ ପୋଲିସ ଚୋରି ହୋଇଥିବା ଫୋନ୍‌ର ରିପୋର୍ଟ ମଧ୍ୟ ଲେଖୁନାହିଁ । ଏଭଳି ପରିସ୍ଥିତିରେ ସାଧାରଣ ଲୋକଟିଏ ହଜିଯାଇଥିବା ଫୋନକୁ ଭୁଲିଯିବା ଗୋଟିଏ ମାତ୍ର ବିକଳ୍ପ, କିନ୍ତୁ ସାମସଙ୍ଗର ନୂଆ ଟେକ୍ନୋଲୋଜି ହଜିଯାଇଥିବା ଫୋନ୍ ଖୋଜିବାରେ ଏବଂ ଡାଟା ଡିଲିଟ କରିବାରେ ବହୁତ ସାହାଯ୍ୟ କରିଥାଏ। ତାହେଲେ ଆସନ୍ତୁ ଜାଣିବା ଏହା ବିଷୟରେ …

ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗ ସ୍ମାର୍ଟ ଥିଙ୍ଗ୍ସ ଫାଇଣ୍ଡ ନାମକ ଏକ ନୂଆ ଆପ୍ ଲଞ୍ଚ କରିଛି। ଏହି ଆପ୍ ଆପଣଙ୍କ ଫୋନ୍ ଖୋଜିବା ପାଇଁ ସକ୍ଷମ । ତେବେ ଏଥିରେ ଥିବା ଖାସ କଥା ହେଉଛି ଯେ ଆପଣଙ୍କ ଫୋନରେ ନେଟୱାର୍କ ନଥିଲେ ମଧ୍ୟ ଏହା କାମ କରେ । ଯଦିଓ ଗୁଗୁଲରେ ମାଇଁ ଡିଭାଇସ୍ ନାମକ ଠିକ ଏହିଭଳି ଏକ ଫିଚର ଅଛି କିନ୍ତୁ ଏହା ଇଣ୍ଟରନେଟ୍ ବିନା କାମ କରେ ନାହିଁ ।

ସାମସଙ୍ଗରେ ପୂର୍ବରୁ ବି ‘ଫାଇଣ୍ଡ ମାଇଁ ମୋବାଇଲ୍ ଆପ୍’ ନାମକ ଏକ ଟେକ୍ନୋଲୋଜି ଅଛି କିନ୍ତୁ ସ୍ମାର୍ଟ ଥିଙ୍ଗ୍ସ ଫାଇଣ୍ଡ ସମ୍ପୂର୍ଣ୍ଣ ଭିନ୍ନ । ସ୍ମାର୍ଟ ଥିଙ୍ଗ୍ସ ସ୍ମାର୍ଟଫୋନ୍ ବ୍ୟତୀତ ଅନ୍ୟ ଡିଭାଇସ ଖୋଜିବାରେ ମଧ୍ୟ ସକ୍ଷମ । ଉଦାହରଣ ସ୍ୱରୂପ, ଆପଣ ଏହା ମାଧ୍ୟମରେ ଗ୍ୟାଲେକ୍ସି ୱାଚ୍ ଏବଂ ଗ୍ୟାଲେକ୍ସି ବଡ୍ ମଧ୍ୟ ଖୋଜି ପାରିବେ ।

ବର୍ତ୍ତମାନ ପ୍ରଶ୍ନ ହେଉଛି ସ୍ମାର୍ଟଟିଙ୍ଗସ୍ କିପରି କାମ କରେ? ଏହି ଆପ୍ ଲୋ ଏନର୍ଜି ବ୍ଲୁଟୁଥ୍ ଏବଂ ଅଲ୍ଟ୍ରା ୱାଇଡବ୍ୟାଣ୍ଡ ଉପରେ ଆଧାରିତ । ଯଦି ଏକ ଡିଭାଇସ୍ 30 ମିନିଟ୍ ପାଇଁ ଅଫଲାଇନ୍ ଥାଏ ତାହେଲେ ସେଥିରୁ ଲୋ ଏନର୍ଜି ବ୍ଲୁଟୁଥ୍ ସିଗନାଲ୍ ବାହାରିଥାଏ । ଯାହାକୁ ସେ ରିସିଭ କରି ଉକ୍ତ ସିଗନାଲ ଜରିଆରେ ଏହି ଆପ ଡିଭାଇସକୁ ଖୋଜିଥାଏ ।

ଡିଭାଇସରୁ ବାହାରୁଥିବା ସିଗ୍ନାଲକୁ ଆଖପାଖର ବ୍ଲୁଟୁଥ୍ ଡିଭାଇସ୍ ରିସିଭ କରିଥାଏ । ବିଶେଷ କଥା ହେଉଛି ବ୍ଲୁଟୁଥ୍ ପୂର୍ବରୁ ଯୋଡି ହୋଇନଥିଲେ ମଧ୍ୟ ଏହା କାମ କରେ । ଥରେ ଆପଣ ଫୋନର ଲୋକେସନ ପାଇଲେ, ଏହା ଆପଣଙ୍କୁ ମ୍ୟାପରେ ଆଗ୍ୟୁମେଣ୍ଟ ରିୟାଲିଟି ବ୍ୟବହାର କରି ଫୋନର ସଠିକ ଲୋକେସନ ବିଷୟରେ କହିଥାଏ । ଯେତେବେଳେ ଆପଣ ଫୋନର ନିକଟତର ହୁଅନ୍ତି ମ୍ୟାପର ଆଲୋକ ବଦଳିଯାଏ । ଏପରି ପରିସ୍ଥିତିରେ, ଆପଣ ସହଜରେ ଆପଣଙ୍କ ଫୋନ ପାଖରେ ପହଞ୍ଚି ପାରିବେ, ଯଦିଓ ଏହି ଆପ୍ ବର୍ତ୍ତମାନ କେବଳ ସାମସଙ୍ଗ ଡିଭାଇସ୍ ସନ୍ଧାନ କରିବା ପାଇଁ ସକ୍ଷମ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.