Below header

ଡିଫେକ୍ଟ ଥିବା ଫୋନ ବଦଳରେ ଗୁଗୁଲ ଦେଲା ୧୦ଟି ପିକ୍ସଲ ଫୋନ, ଜାଣନ୍ତୁ କହିଁକି

ଅନେକ ସମୟରେ ଅନଲାଇନରେ ସପିଂ କରିବା ବେଳେ କିଛି ପ୍ରଡକ୍ଟ ଡ୍ୟାମେଜ ହୋଇଥିଲେ ତାକୁ ରିଟର୍ଣ୍ଣ କରିବା ପାଇଁ ଅନେକ ସମସ୍ୟା ଦେଖାଯାଇଥାଏ । କିନ୍ତୁ ନିକଟରେ ଏମିତି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ ।ଜଣେ ବ୍ୟକ୍ତି କିଣିଥିବା ଏକ ଗୁଗୁଲ ପିକ୍ସଲ ୩ ସ୍ମାର୍ଟଫୋନ ଡିଫେକ୍ଟ ପଡିଥିବାରୁ ତାକୁ ଫୋରାଇ ତାଙ୍କ ପଇସା କମ୍ପାନୀକୁ ରିଫଣ୍ଡ ମାଗିଥିଲେ । ହେଲେ ଗୁଗୁଲ ସେ ବ୍ୟକ୍ତି ଜଣଙ୍କୁ ଟଙ୍କା ରିଫଣ୍ଡ କରିବା ବଦଳେ ଦେଇଥିଲା ୧୦ଟି ଗୁଗୁଲ ପିକ୍ସଲ ୩ ଫୋନ ।

ରିଫଣ୍ଡ ଦେଇଥିଲା ୫୫୦୦ଟଙ୍କା 

ଏହି ୧୦ଟି ଗୁଗୁଲ ପିକ୍ସଲ ଫୋନର ମୂଲ୍ୟ ପାଖାପାଖି ୯୦୦୦ ଡଲାର ଅର୍ଥାତ ଭାରତୀୟ ଟଙ୍କା ୬,୧୭,୯୦୦ ହେବ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ଅଭିଯୋଗ କରିଥିବା ବ୍ୟକ୍ତି ଜଣକ ଏହି ୧୦ଟି ଫୋନକୁ ନେବା ବଦଳେ କିଣିଥିବା ତାଙ୍କ ଫୋନଟିର ମୂଲ୍ୟ ୯୦୦ ଡଲାର ଅର୍ଥାତ ୬୨ ହଜାର ଟଙ୍କା ରିଫଣ୍ଡ ମାଗିଥିଲେ । କିନ୍ତୁ କମ୍ପାନୀ ତାଙ୍କୁ ଫୋନ ଟଙ୍କା ରିଫଣ୍ଡ କରିବା ପରିବର୍ତ୍ତେ ,୧୦ ଟି ଗୁଗୁଲ ପିକ୍ସଲ୩ ଫୋନ ଦେବା ସହ ୮୦ ଡଲାର ଅର୍ଥାତ ୫୫୦୦ ଦେଇଥିଲା । ଏହି ସବୁର ସମ୍ପୂର୍ଣ୍ଣ ତଥ୍ୟ ଚିଟେଜ ନାମକ ଜଣେ ୟୁଜର  ମିଡିଆକୁ ଦେଇଛନ୍ତି ।ସେ ଲେଖିଛନ୍ତି ଏହି ଭଳି ଘଟଣାରେ ଗୁଗୁଲର ବ୍ୟବହାର ବିଲକୁଲ ଠିକ ହେଉନାହିଁ ।

ଗୁଗୁଲ ଦେଇଥିଲା ସାହାର୍ଯ୍ୟ କରିବାର ଆଶ୍ବାସନା
ଏହି ସବୁ ଘଟଣା ପରେ ଗୁଗୁଲ ଅଧିକାରୀଙ୍କ ଆକାଉଣ୍ଟରେ ବ୍ୟକ୍ତି ଜଣକୁ ସାହାର୍ଯ୍ୟ କରିବାକୁ କୁହାଯାଇଥିଲା । ଯେହେତୁ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ଥିଲା ଗୁଗୁଲର ପ୍ରୟାସ ସେଥିପାଇଁ ୬ ଲକ୍ଷ ଟଙ୍କାକୁ ଖାତିର ନକରି ଏପରି ୧୦ଟି ଫୋନକୁ ଗ୍ରାହାକକୁ ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.