ଫେସବୁକକୁ ପଞ୍ଚମସ୍ତମ୍ଭ କହିଲେ ଜୁକରବର୍ଗ, ସୋସିଆଲ ମିଡିଆ କାରଣରୁ ଲୋକଙ୍କ ହାତରେ ରହୁଛି କ୍ଷମତା

ଫେସବୁକର ଫାଉଣ୍ଡର ଏବଂ ସିଇଓ ମାର୍କ ଜୁକରବର୍ଗ ଫେସବୁକକୁ ଦୁନିଆର ପଞ୍ଚମ ସ୍ତମ୍ଭ ବୋଲି କହିଛନ୍ତି । ଜୁକରବର୍ଗଙ୍କ କହିବା ଅନୁଯାୟୀ ସୋସିଆଲ ମିଡ଼ିଆ କାରଣରୁ ଆଜି ଜଣେ ସାଧାରଣ ଲୋକ ହାତରେ କ୍ଷମତା ରହିପାରୁଛି । ଲୋକମାନେ ନିଜର ମତକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ସାରା ଦୁନିଆ ପାଖରେ ପହଞ୍ଚାଇବାକୁ ସଫଳ ହେଉଛନ୍ତି ।

ଏହାସହ ପଢନ୍ତୁ ଯେକୌଣସି ଫିଙ୍ଗରପ୍ରିଣ୍ଟରେ ଖୋଲି ଯାଉଛି ସାମସଙ୍ଗ ଗ୍ୟାଲେକ୍ସି S10, ଅତିଶୀଘ୍ର ଅପଡେଟ ଜାରି କରିବ କମ୍ପାନୀ

ଜୁକରବର୍ଗଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଲୋକମାନଙ୍କୁ ନିଜର ମତବ୍ୟକ୍ତ କରିବା ପାଇଁ କୌଣସି ଅନ୍ୟ ପ୍ଲାଟଫର୍ମର ଆବଶ୍ୟକତା ନାହିଁ । ଫେସବୁକ ଭଳି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ସମସ୍ତେ ନିଜ ମତ ରଖିପାରିବେ । ୱାସିଂଟନର ଜର୍ଜଟାଉନ ୟୁନିଭର୍ସିଟିରେ ହେଉଥିବା ଏକ ସମ୍ବୋଧନ ସମୟରେ ମାର୍କ ଜୁକରବର୍ଗ ଏହା କହିଥିଲେ ।

mark zuckerberg

ହିଂସାତ୍ମକ ମତ ପ୍ରକାଶ କରିବା ପାଇଁ ଫେସବୁକରେ କୌଣସି ସ୍ଥାନ ନାହିଁ

ରାଜନୈତିକ ବିଜ୍ଞାପନର ଯାଞ୍ଚର ଉତ୍ତରରେ ମାର୍କ ଜୁକରବର୍ଗ କହିଥିଲେ କି ତାଙ୍କ କମ୍ପାନୀ ରାଜନୈତିକ ବିଜ୍ଞାପନ ତଥ୍ୟର ଯାଞ୍ଚ କରେନାହିଁ । ଯଦିଓ ସେ ସଫା ସଫା କହିଥିଲେ ଯେ ଏସବୁ ନେତା ମାନଙ୍କୁ ସାହାଯ୍ୟ କରିବା ପାଇଁ କରାଯାଇନଥାଏ । ଏହାସହିତ ସେ କହିଥିଲେ ଯେ କମ୍ପାନୀ ନେତା ମାନଙ୍କର କଥାକୁ ଅଧିକରୁ ଅଧିକ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଚାହେଁ, ଯାହାଦ୍ୱାରା ଲୋକମାନେ ନିଜେ ନିଜର ନେତା ଚୟନ କରିପାରିବେ । ସମାଜରେ ହିଂସା ଓ ଘୃଣା ବଢା଼ଉଥିବା ଭଳି ପୋଷ୍ଟକୁ ସେ ଆଦୌ ସମର୍ଥନ କରନ୍ତି ନାହିଁ ବୋଲି କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.