MI 11 Ultra ସ୍ମାର୍ଟଫୋନ ଭାରତରେ ହେଲା ଲଞ୍ଚ, ଜାଣନ୍ତୁ ଏହାର ଲାଟେଷ୍ଟ ଫିଚର୍ସ

ସ୍ମାର୍ଟଫୋନ କମ୍ପାନୀ ଜିଓମିର ସବୁଠୁ ଖାସ ହ୍ୟାଣ୍ଡ ସେଟ MI 11 Ultra ଭାରତରେ ଲଞ୍ଚ କରାଯାଇଛି। ଏହି ଫୋନରେ ଇନ ବିଲ୍ଟ ହାର୍ଟ ରେଟ ସେଂସର ରହିଥିବା ବେଳେ ଫିଙ୍ଗରପ୍ରିଣ୍ଟ ସ୍କାନରର ସୁବିଧା ରହିଛି। ଏହାସହ ୟୁଜର୍ସଙ୍କ ପାଇଁ ଫୋନରେ ରିୟର କ୍ୟାମେରା ପାଖରେ ଏକ ଛୋଟ ସ୍କ୍ରିନ ଦିଆଯାଇଛି। ଏହା ବ୍ୟତିତ ଡିଭାଇସରେ 50mp କ୍ୟାମେରା, Snapdragon 888 ପ୍ରୋସେସରର ଲାଟେଷ୍ଟ ଫିଚର୍ସ ରହିଛି। ତେବେ ଚାଲନ୍ତୁ ଜାଣିବା ଏହି ଫୋନର ଅନ୍ୟ ଦମଦାର ଫିଚର୍ସ ସଂପର୍କରେ।

ସ୍ପେଶିଫିକେସନ:

MI 11 Ultra ସ୍ମାର୍ଟ ଫୋନରେ 6.81 ଇଞ୍ଚର E4 ଏମୋଲେଡ କ୍ୟୁଏଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ରିଫ୍ରେଶ ରେଟ 120Hz ରହିଛି। ଫୋନରେ କର୍ଣ୍ଣିଂ ଗୋରିଲା ଗ୍ଲାସ Victus ଦିଆଯାଇଛି।

3432

କ୍ୟାମେରା:

ଏହି ଫୋନରେ କମ୍ପାନୀ ଟି୍ରପଲ ରିୟର କ୍ୟାମେରା ସେଟଅପ ଦେଇଛି। ଏଥିରେ50mpର ପ୍ରାଇମେରୀ ସେସଂର, 48mpର ଅଲଟ୍ରା ବାଇଡ ଆଙ୍ଗେଲ ଲେନ୍ସ ଓ 48mpର ଟେଲିଫଟୋ ଲେନ୍ସ ରହିଛି। ଏହାର ଫ୍ରଣ୍ଟରେ 20mpର ସେଲଫି କ୍ୟାମେରା ଦିଆଯାଇଛି। କ୍ୟାମେରା ଫିଚର୍ସ କଥା କହିଲେ ଏଥିରେ 5x ଅପ୍ଟିକାଲ ଜୁମ ଓ 8k ଭିଡିଓ ରେକର୍ଡିଙ୍ଗ ସପୋର୍ଟ ସିଷ୍ଟମ ରହିଛି।

ଦାମ୍‌:

ଏହି ଫୋନର ଦାମ୍‌ ୬୯,୯୯୯ ଟଙ୍କା ରହିଛି। ଏଥିରେ 12gb ର‍୍ୟାମ ଓ 256gbର ଷ୍ଟୋରେଜ ଭାରିଏଣ୍ଟ ରହିଛି।

ବ୍ୟାଟେରୀ:

ଏହି ଫୋନରେ 5000mAhର ବ୍ୟାଟେରୀ ସପୋର୍ଟ ରହିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏହା କେବଳ ୩୬ ମିନିଟରେ ୦ ରୁ ୧୦୦% ଚାର୍ଜ କରିଥାଏ। ୟୁଜର୍ସଙ୍କୁ ଏଥିପାଇଁ 55w ଚାର୍ଜର ସୁବିଧା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.