ଆସନ୍ତା କାଲିଠୁ ଓଡ଼ିଶା ଓ ଝାଡଖଣ୍ଡ ସୀମାରେ ଆରମ୍ଭ ହେବ ୨୪ ଘଣ୍ଟାର ଚେକିଂ ଗେଟ

କରଞ୍ଜିଆ(କେ ନ୍ୟୁଜ): ବିଶ୍ୱରେ କରୋନା ମହାମାରୀ ଜନିତ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। କେତେକ ସ୍ଥାନକୁ ସରକାର ଲକଡାଉନ ଘୋଷଣା କରିବା ସହ ପ୍ରାୟତଃ ସବୁ ସ୍ଥାନକୁ ଶନି-ରବି ସଟଡାଉନ ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ଗତକାଲିଠୁ ଝାଡଖଣ୍ଡକୁ ଲକଡାଉନ ଘୋଷଣା କରାଯାଇଛି। ଏହି ଲକଡାଉନକୁ ଅପ୍ରେଲ୨୯ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତିତ ଅନ୍ୟ ସବୁ ଦୋକାନ ବନ୍ଦ ରହିଛି।

ପଶ୍ଚିମବଙ୍ଗରେ କରୋନାର ବୃଦ୍ଧିକୁ ନେଇ ଏବେ ଓଡ଼ିଶା ସରକାର ମଧ୍ୟ ତତ୍ପରତା ପ୍ରଦର୍ଶନ କରିଛନ୍ତି। ବଙ୍ଗଳା ଫେରନ୍ତା ସମସ୍ତଙ୍କ ଉପରେ କଡା ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବା ପାଇଁ ଆଦେଶ ଜାରି କରାଯାଇଛି।

ତେବେ ଏହି ଘଟଣାକୁ ମୟୂରଭଞ୍ଜ ପ୍ରଶାସନ ଗୁରୁତ୍ୱର ସହ ନେଇଛନ୍ତି। ଆଜି ଓଡ଼ିଶା ଓ ଝାଡଖଣ୍ଡ ସୀମାରେ ଥିବା ରରୁଆ ବ୍ଲକର ବେନିଶାଗର ନିକଟରେ କରଞ୍ଜିଆ ଉପଜିଲ୍ଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ, ଥାନା ଅଧିକାରୀ, ବିଡିଓ ଓ ତହସିଲଦାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉପଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଆସନ୍ତା କାଲିଠୁ ୨୪ ଘଣ୍ଟାର ଚେକିଂ ଗେଟ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.