ଗଞ୍ଜାମ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧ ଦମ୍ପତିଙ୍କ ମର ଶରୀର ଉଦ୍ଧାର, ହତ୍ୟା କରାଯାଇଥିବା ଅଭିଯୋଗ

ଭଞ୍ଜନଗର(କେନ୍ୟୁଜ୍):  କାଜୁ ଜଙ୍ଗଲରେ ଡବଲ୍‌ ମଡର୍ର । ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଶିଶୁଣ୍ଡା ଗାଁ ନିକଟ କାଜୁ ଜଙ୍ଗଲରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକମାନେ ହେଲେ ୭୦ ବର୍ଷ ବୟସ୍କ ଭୀମ ପ୍ରଧାନ ଓ ତାଙ୍କ ସ୍ତ୍ରୀ ଶିଶୁଳା ପ୍ରଧାନ । ଉଭୟଙ୍କ ଶରୀରରେ କ୍ଷତ ଚିହ୍ନ ରହିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଖଜୁରୀ ପଟି ଓ ଜରିପାଲରେ ଆବୃତ୍ତ ରହି ମୃତ ଦେହ ପଡିରହିଥିଲା । ପାରିପାର୍ଶ୍ଵିକ ସ୍ଥିତିରୁ ଏକ ହତ୍ୟାକାଣ୍ଡ ବୋଲି ସଂଦେହ କରାଯାଉଛି ।

ଘଟଣା ସ୍ଥଳରେ ଜଗନ୍ନାଥପ୍ରସାଦ ଥାନାଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସଂପୃକ୍ତ କାଜୁ ଜଙ୍ଗଲରେ ଉଭୟ ବୃଦ୍ଧ ଦମ୍ପତି ୫/୬ ବର୍ଷ ଧରି ଏକ କୁଡ଼ିଆ କରି ସେଥିରେ ରହିଆସୁଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗତ ରାତିରେ କିଛି ଯୁବକ ସେଠାକୁ ଯାଇଥିଲେ । ହୁଏତ ସେମାନଙ୍କ ଦ୍ଵାରା ଏଭଳି ଘଟଣା ଘଟିଥାଇପାରେ ।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.