ମନ ଇଚ୍ଛା ଚଲାନ୍ତୁ AC ଯମା ବି ହେବନାହିଁ ବିଜୁଳି ବିଲ୍ ଟେନସନ, ଜାଣନ୍ତୁ କେମିତି

ଗରମ ଆରମ୍ଭ ହୋଇସାରିଲାଣି ଏବଂ ଏସି ଅନ୍ ହୋଇସାରିଛି। ଏହାସହିତ ଲମ୍ବା ବିଜୁଳି ବିଲର ଚିନ୍ତା ବି ଘାରିଲାଣି। କରୋନା ଭାଇରସ କାରଣରୁ ଲୋକମାନେ ନିଜ ଘରେ ବନ୍ଦୀ ହୋଇ ରହୁଛନ୍ତି ତ। ସେଥିପାଇଁ ବିଜୁଳି ବିଲ୍ ଅଧିକ ଆସିପାରେ। ଏଥିପାଇଁ ଏସି ଚଲାଇବା ଦ୍ୱାରା ଆସୁଥିବା ବିଜୁଳି ବିଲକୁ ଆପଣ କେମିତି ବଜେଟକୁ ଆଣିପାରିବେ ତାହା ଆଜି ଆମେ ଏଠାରେ ଜଣାଇବୁ। ଯାହା ଆପଣଙ୍କ ବିଜୁଳି ବିଲକୁ କମ୍ କରିପାରିବ।

ଆମେ ଆପଣଙ୍କୁ କହୁଛୁ ଇଲେକଟ୍ରିକ ଏସି ବଦଳରେ ଯଦି ଆପଣ ସୋଲାର ଏସି ବ୍ୟବହାର କରିବେ ତାହେଲେ ଆପଣଙ୍କ ବିଜୁଳି ବିଲ୍ ଚିନ୍ତା ଅନେକ ମାତ୍ରାରେ ଦୂର ହୋଇପାରିବ। କାହିଁକିନା ଏବେ ଜମାନା କ୍ଲିନ ଏନର୍ଜି ହେବାକୁ ଯାଉଛି। ଧିରେ ଧିରେ ହେଉ ବରଂ ସୌର ଶକ୍ତି ଆଡକୁ ଲୋକମାନେ ଆକର୍ଷିତ ହେଉଛନ୍ତି। ମାର୍କେଟରେ ସୋଲାର ଏସି ରେଞ୍ଜ୍ ଆସିସାରିଛି। ଏହାକୁ ଆପଣ ସୌର ଶକ୍ତିରୁ ଚଲାଇପାରିବେ।

ଆସନ୍ତୁ ଜାଣିନେବା ସୌର ଶକ୍ତି ବା ସୋଲାର ଏନର୍ଜି କଣ?

ଇଲେକଟ୍ରିକ ଏସି ଭଳି ସୋଲାର ଏସିକୁ ବି ଏକ ଟନ, ୧.୫ ଟନ୍ ଏବଂ ୨ ଟନର କ୍ଷମତାରେ କିଣାଯାଇହେବ। ଆପଣ ନିଜ ଆବଶ୍ୟକ ଅନୁସାରେ ଏସିର ଚୟନ କରିପାରିବେ। ସୋଲାର ଏସିର ଦାମ୍ ସାମାନ୍ୟ ଇଲେକଟ୍ରିକ ଏସି ତୁଳନାରେ ଅଧିକ ହୋଇଥାଏ। କିନ୍ତୁ ଗୋଟେ ଲୋକ କଥା ରହିଛି ‘ଶସ୍ତା କାନ୍ଦେ ବାର ବାର ଏବଂ ମହଙ୍ଗା କାନ୍ଦେ ଥରେ’। ସେମିତି ଯଦି ଆପଣ ସୋଲାର ଏସି ନେଉଛନ୍ତି ତାହେଲେ ବିଜୁଳି ବିଲ୍ ଆପଣଙ୍କର ନଆସିବା ସହ ସମାନ ହୋଇଯିବ। ଅନୁମାନ କରାଯାଉଛି ଯେ ସୋଲାର ଏସି ଦ୍ୱାରା ଆପଣଙ୍କର ବିଜୁଳି ବିଲ୍ ୯୦ ପ୍ରତିଶତ ପର‌୍ୟ୍ୟନ୍ତ କମ୍ ହୋଇପାରିବ।

ଏମିତି କମ୍ କରନ୍ତୁ ବିଜୁଳି ବିଲ୍‌

ଧରିନିଅ ଆପଣ ରାତି ଏବଂ ଦିନ ସାରା ଏସି ଚଲାଇଛନ୍ତି, ତାହେଲେ ଅତିକମରେ ୧୦ ରୁ ୧୨ ୟୁନିଟ ବିଜୁଳି ଖର୍ଚ୍ଚ ହେବ। ୭ ଟଙ୍କା ପ୍ରତି ୟୁନିଟ ହିସାବରେ ଆପଣଙ୍କର ଗୋଟେ ଦିନର ବିଲ୍ ହେବ ୭୦-୮୪ ଟଙ୍କା। ତାହେଲେ ମାସକୁ ହେଲା ପାଖାପାଖି ୨୧୦୦ ଟଙ୍କାରୁ ୨୫୦୦ ଟଙ୍କା। ଏବେ ଯଦି ଆପଣ ସୋଲାର ଏସି ଚଲାଉଛନ୍ତି ତାହେଲେ ଆପଣଙ୍କୁ ବିଜୁଳି ବିଲ ବହୁତ କମ୍ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.