ସୁଜି କି ଗାଜର ନୁହେଁ ଆମ୍ବରେ ପ୍ରସ୍ତୁତ କରନ୍ତୁ ହାଲଓ୍ଵା, ସ୍ୱାଦ ଏକଦମ୍ ଲାଜବାବ୍‌

ଘରେ ଖୁସିର ମାହୋଲ ହେଉ କିମ୍ବା ଅତିଥିଙ୍କୁ ଖାଇବା ପାଇଁ ନିମନ୍ତ୍ରଣ କରିବା ହେଉ ହାଲଓ୍ଵା ଖାଦ୍ୟ ମେନ୍ୟୁରେ ନିଶ୍ଚୟ ସ୍ଥାନ ପାଇଥାଏ। ଆପଣ ଆଜି ଯାଏଁ ଅନେକ ପ୍ରକାରର ହାଲଓ୍ଵାର ସ୍ୱାଦ ଚାଖିଥିବେ କିନ୍ତୁ କଣ ଆପଣ କେବେ ହାଲଓ୍ଵାର ସ୍ୱାଦ ଚାଖିଛନ୍ତି। ଆପଣ ଜାଣିନଥିବେ ଯେ ଆମ୍ବ ହାଲଓ୍ଵାର ସ୍ୱାଦ ବହୁତ ଲାଜବାବ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ସୁଜି – ୧ କପ୍‌
  • ଘିଅ – ୧/୨ କପ୍‌
  • ଆମ୍ବ – ଏକ କପ୍‌
  • କ୍ଷୀର – ଏକ କପ୍‌
  • ଡ୍ରାଏ ଫ୍ରୁଟ୍ସ – ୧ କପ୍‌
  • ଅଳେଇଚ ପାଉଡର – ୧/୨ ଚାମଚ
  • ମ୍ୟାଙ୍ଗୋ ଆସେନ୍ସ – ୧/୨ ଚାମଚ

ପ୍ରସ୍ତୁତି ପ୍ରଣାଳୀ

ଆମ୍ବ ହାଲଓ୍ଵା ବନାଇବା ପାଇଁ ପ୍ରଥମେ ଏକ ପ୍ୟାନରେ ଘିଅ ପକାଇ ଗରମ କରିନିଅନ୍ତୁ। ଘିଅ ଗରମ ହେବା ପରେ ସେଥିରେ ସୁଜି ପକାଇ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ଆପଣ ଏଥିରେ ଆମ୍ବ ଏବଂ କ୍ଷୀରକୁ ପକାଇ କିଛି ସମୟ ଚଲାନ୍ତୁ। ପ୍ରାୟ ୮ ମିନିଟ ପରେ ଏଥିରେ ଅନ୍ୟ ସାମଗ୍ରୀକୁ ମଧ୍ୟ ପକାଇ ଭଲଭାବେ ଚଲାଇ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏବେ ହାଲୁଆକୁ ଏକ ପ୍ଲେଟରେ ବାହାର କରି ତାଉପରେ ଡ୍ରାଏ ଫ୍ରୁଟ୍ସ ପକାଇ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.