ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି ଭଗବାନଙ୍କ ପୂଜା, ଜାଣନ୍ତୁ ଏହାର ପୂଜା ବିଧି

ନୀଳାଂଜନ ସମାଭାସଂ ରବିପୁତ୍ରଂ ଯମାଗ୍ରଜମ।
ଛାୟାମାର୍ତଣ୍ଡ ସମ୍ଭତଂ ତଂ ନମାମି ଶନୈଶ୍ଚରଂ।।

ଶନି ଦୋଷ ପଡିଲେ ଜୀବନରେ ଅନେକ ସମସ୍ୟାର ସମ୍ମୁଖିନ କରିବାକୁ ପଡିଥାଏ। ଧାର୍ମିକ ମାନ୍ୟତା ଅନୁସାରେ ଶନିବାର ଭଗବାନ ଶନିଦେବ ଓ ସଙ୍କଟମୋଚନ ହନୁମାନଙ୍କୁ ସମର୍ପଣ କରାଯାଇଛି। ଶନିବାର ଦିନ ହନୁମାନଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ବିଶେଷ ଫଳ ମିଳିଥାଏ। ତା’ ସହ ଶନିଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ। ହନୁମାନଙ୍କ କୃପାରୁ ଶନିଙ୍କ ଅଶୁଭ ପ୍ରଭାବର ମାତ୍ରା କମିଯାଇଥାଏ। ତେବେ ଚାଲନ୍ତୁ ଜାଣିବା ଶନିବାର ଦିନ ପ୍ରଭୁ ହନୁମାନଙ୍କୁ କିପରି ପୂଜା କରିବା ଯଦ୍ୱାରା ଶନିଦୋଷରୁ ମୁକ୍ତି ମିଳିବ।

ହନୁମାନଙ୍କ ନିମିତ୍ତ ପୂଜା ବିଧି:

ଶନିବାର ହନୁମାନଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଶନିଦୋଷରୁ ମୁକ୍ତି ମିଳିଥାଏ। ପ୍ରତିଦିନ ହନୁମାନଙ୍କ ପୂଜା କରିବା ସହ ହନୁମାନ ଚାଳିଶା ପଠନ କରିବା ଦ୍ୱାରା ସମସ୍ତ ସମସ୍ୟାର ସମାଧାନ ହୋଇଥାଏ। ଶନିଦୋଷ ଦୂର ପାଇଁ ଶନିବାର ହନୁମାନ ଚାଳିଶାକୁ ୫,୭ କିମ୍ବା୧୧ ଥର ପାଠ କରିବା ଉଚିତ। ଏହିଦିନ ଭଗବାନଙ୍କ ଆଗରେ ରାଶିତେଲରେ ଦୀବ ଜାଳିବା ସହ ଭଗବାନଙ୍କ ପ୍ରିୟ ଫଳ ଅର୍ପଣ କଲେ ଆଶିର୍ବାଦ ପ୍ରାପ୍ତି ହୋଇଥାଏ।
ଏହିଦିନ ସୁନ୍ଦରକାଣ୍ଡ ପାଠ କଲେ ବିଶେଷ ଫଳ ମିଳିଥାଏ। ଏହା କରିବା ଦ୍ୱାରା ଶନିଦୋଷରୁ ମୁକ୍ତି ମିଳିଥାଏ। ଏହାକୁ ପଢ଼ିଲେ ଆତ୍ମବିଶ୍ୱାସ ମଧ୍ୟ ବଢ଼ିଥାଏ।

ଏହାସହ ଆପଣ ମନ୍ତ୍ର ମଧ୍ୟ ଜପ କରିପାରିବେ। କାରଣ ହିନ୍ଦୁ ଧର୍ମରେ ମନ୍ତ୍ର ଜପ କରିବାର ମଧ୍ୟ ଅନେକ ମହତ୍ୱ ରହିଛି। ଶନିଦଶାରୁ ମୁକ୍ତି ପାଇଁ ଏହି ମନ୍ତ୍ରକୁ ଜପ କରନ୍ତୁ।

ଶନିଙ୍କ ବୀଜ ମନ୍ତ୍ର: ଓମ୍‌ ଶଂ ଶନୈଶ୍ଚରାୟ ନମଃ
ହନୁମାନଙ୍କ ମନ୍ତ୍ର: ଓମ୍‌ ହଂ ହନୁମତେ ନମଃ
ଏହା ସହ ଆପଣ ଶ୍ରୀରାମଙ୍କ ସଂକୀର୍ତ୍ତନ ମଧ୍ୟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.