Below header

ନାତୁଣୀ ଜନ୍ମ ହେବା ଖୁସିରେ ୬ ଲକ୍ଷ ଦେଇ ହେଲିକପ୍ଟରରେ ଘରକୁ ଆଣିଲେ ଜେଜେବାପା, ଗାଁ ସାରା ବିଛାଇଲେ ଫୁଲ

ଝିଅ ଜନ୍ମ ହେଲେ କିଏ ମୁହଁ ବୁଲେଇ ଦଉଛନ୍ତି ତ ଆଉ କୋଉ ମାଆ ବାପାଙ୍କର ମୁହଁ ଶୁଖିଯାଏ। ହେଲେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଜେଜେ ବାପାଙ୍କୁ ଆପଣଙ୍କ ସହ ଭେଟ କରାଇବୁ ଯିଏ ନିଜ ନାତୁଣୀ ପାଇଁ ଯାହା କରିଛନ୍ତି ତାକୁ ଶୁଣିଲେ ଖୁସିରେ ଆପଣ ଫୁଲି ଯିବେ। ୩୫ବର୍ଷ ପରେ ଘରେ ନାତୁଣୀ ଜନ୍ମ ନେଲା ବୋଲି ଜେଜେ ବାପା ହେଲିକପ୍ଟରରେ ନାତୁଣୀକୁ ଘରକୁ ଆଣିଲେ। ନିଜ ବିଲରୁ ଅମଳ ହୋଇଥିବା ସବୁ ଫସଲ ବିକ୍ରୀ କରି ହେଲିକପ୍ଟରର ଭଡ଼ା ଦେଲେ ଜେଜେ ବାପା। ନାଗପୁରର ମଦନ ଲାଲ୍ ପ୍ରଜାପତ୍ ନାତୁଣୀ ପାଇଁ ଭାରି ଖୁସି। ୩୫ ବର୍ଷ ହେଲା ସେ ଘରେ ଝିଅଟିଏ ଦେଖିବାକୁ ଆଶା ରଖିଥିଲେ। ୩୫ବର୍ଷ ତଳେ ସେ ଚିନ୍ତା କରିଥଲେ ଝିଅ ହେଲେ ହେଲିକପ୍ଟରରେ ଘରକୁ ଆଣିବେ।

ରାଜସ୍ଥାନର ନାଗୋର୍ ଜିଲ୍ଲା ନିମ୍ବଡି ଚାନ୍ଦା ବତା ଗାଁର ଏହି ପରିବାରରେ ୩୫ବର୍ଷ ହେଲା ଝିଅ ନଥିଲା। ଏବେ ଝିଅ ହେଲା ବୋଲି ଖୁସି କହିଲେ ନସରେ। ଖୁସି ଏତେ ଯେ ଶିଶୁକନ୍ୟାକୁ ଗୃହ ପ୍ରବେଶ ପାଇଁ ଏମିତି ସ୍ଵାଗତ କଲେ ଯିଏ ବି ଦେଖୁଥିଲା ଆଶ୍ଚର୍ଯ୍ୟ ହୋଇଯାଉଥିଲା। ବର୍ଷ ଯାକର ଫସଲ ବିକ୍ରୀ କରି ୭ ଲକ୍ଷ ଟଙ୍କା ଭଡ଼ା ଦେଇ ଦେଲେ ହେଲିକପ୍ଟର ପାଇଁ।

ଆଈ ଘରୁ ନିଜ ଘରକୁ ଆସିଲା ନାତୁଣୀ ହେଲିକପ୍ଟରରୁ ଓହ୍ଲାଇ ଫୁଲରେ ଚାଲିଲେ ବୋହୂ। ଗାଁ ର ପୁରା ରାସ୍ତା ରେ ଫୁଲ ବିଛାଇ ଦେଲେ ଜେଜେବାପା। ରାଜସ୍ଥାନ ରେ ସରକାରୀ ସ୍ଲୋଗାନ, “କନ୍ୟା ବଞ୍ଚାଅ, କନ୍ୟା ଙ୍କୁ ପଢାଅ” କୁ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ଏଇ ଗୋଟିଏ ପରିବାର ବୋଧହୁଏ। ଯିଏ ଦେଶ ପାଇଁ ସୃଷ୍ଟି କରିଛନ୍ତି ବଡ଼ ଉଦାହରଣ।

ନାତୁଣୀର ନାଁ ରିୟା। ଜେଜେବାପା ନାତୁଣୀ ଆଉ ବୋହୂ ପାଇଁ ଏଭଳି କିଛି କରିବେ ବୋଲି କେହି ଜାଣି ନଥିଲେ । ଗାଁ ଲୋକ ବି ଆଶ୍ଚର୍ଯ୍ୟ ହୋଇଯାଉଥିଲେ ମଦନ୍ ଲାଲ ଙ୍କ ନାତୁଣୀ ପ୍ରତି ଏତେ ଭଲ ପାଇବା ଦେଖି । ମଦନ ଲାଲ୍ ଅତି ସାଧାରଣ ପାରିବାରର ବ୍ୟକ୍ତି। ପୁରା ପରିବାର କୃଷି କାର୍ଯ୍ଯ କରି ଜୀବନ ଯାପନ କରନ୍ତି। ଆର୍ଥିକ ସ୍ଥିତି ଆଦୌ ଭଲ ନୁହେଁ। ଯେତିକି ରୋଜଗାର ହୁଏ ବର୍ଷ ତମାମ ସେତିକିରେ ଚଳନ୍ତି ପରିବାର। ନାତୁଣୀକୁ ହେଲିକପ୍ଟରରେ ଆଣିବାକୁ ଇଚ୍ଛା ରଖିଥିବା ଜେଜେବାପା ଲକ୍ଷ ଲକ୍ଷ ଖର୍ଚ୍ଚ କରିଥିବାରୁ ତାଙ୍କର ଆଦୌ ବି ଚିନ୍ତା ନାହିଁ। ନାତୁଣୀ ପାଇଁ ତାଙ୍କର ନିଛକ ଭଲ ପାଇବା, ତାଙ୍କୁ ଅଟକାଇ ପାରି ନଥିଲା । ବର୍ଷ ତମାମ ଖାଇବା ପାଇଁ କିଛି ଫସଲ ରଖି, ବାକି ସବୁ ବିକି ଦେଲେ।

ଜେଜେବାପାଙ୍କ ନାତୁଣୀ ପାଇଁ ସ୍ନେହ ଏବେ ଖୁବ୍ ଭାଇରାଲ ହେଉଛି ଓ ଲୋକଙ୍କ ମନ କିଣି ନେଉଛି। ସତରେ ମନ କହୁଛି ସବୁ ଜେଜେ ବାପା ମା, ଏତିକି ଭାବିଦେଲେ ଦୁନିଆଁଟା ବଦଳି ଯାଆନ୍ତା । ମଦନ ଲାଲଙ୍କ ଭଳି ହେଲିକପ୍ଟରରେ ନହେଲେ ନାଇଁ ଝିଅଙ୍କୁ ଅନ୍ତତଃ ସ୍ନେହ ଶ୍ରଦ୍ଧାରେ ଘରକୁ ଆଣିଲେ ହିଁ ସମାଜରେ ପରିବର୍ତ୍ତନ ଆସି ପାରନ୍ତା। କେବଳ ଜେଜେ ବାପା ଜେଜେ ମା ନୁହେ ସେହି ବାପା ମା ମାନେ ବି ଏଥିରୁ କିଛି ଶିକ୍ଷା କରନ୍ତୁ ଯେଉଁମାନେ କନ୍ୟା ସନ୍ତାନ ପାଇଥିବାରୁ ଅଳିଆ ଗଦାରେ ଫୋପାଡ଼ି ଦେଉଛନ୍ତି ଆଉ ଭୃଣ ହତ୍ୟା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.