Below header

ଆଜି ଭାରତରେ ଲଞ୍ଚ୍ ହେବ Micromax In 2b, ଜାଣନ୍ତୁ କଣ ରହିଛି ଏହାର ଫିଚର୍ସ

Micromax In 2b କୁ ଆଜି ଭାରତରେ ଲଞ୍ଚ୍ ହେବ। ଏହି ଫୋନର ଲଞ୍ଚିଂ ଅନଲାଇନ୍ ଇଭେଣ୍ଟ ଜରିଆରେ କରାଯିବ। ନୂଆ ସ୍ମାର୍ଟଫୋନ୍ ସହିତ କମ୍ପାନୀ ଇଭେଣ୍ଟ ସମୟରେ ୨ ନୂଆ ଅଡିଓ ପ୍ରଡକ୍ଟ୍ସ ମଧ୍ୟ ଲଞ୍ଚ୍ କରିବାକୁ ପ୍ରସ୍ତୁତ ହେଉଛି। ଫୋନର ଲଞ୍ଚିଂ ପୂର୍ବରୁ କମ୍ପାନୀ ଏହାର କିଛି ସ୍ପେଶିଫିକେସନକୁ କନଫର୍ମ କରିଛି।

ଫ୍ଲିପକାର୍ଟରେ ଏଥିପାଇଁ ଏକ ଡେଡିକେଟେଡ୍ ପେଜ୍ ମଧ୍ୟ ପ୍ରସ୍ତୁତ କରାଯାଇଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଫୋନ୍ ଲଞ୍ଚ୍ ହେବା ପରେ ଇ-କମର୍ସ ପ୍ଲାଟଫର୍ମରେ ସେଲ୍ ପାଇଁ ଉପଲବ୍ଧ କରାଯିବ। ଇଭେଣ୍ଟର ଲାଇଭଷ୍ଟ୍ରିମିଂ କମ୍ପାନୀର ୟୁଟ୍ୟୁବ୍ ଚ୍ୟାନେଲ ଜରିଆରେ କରାଯିବ। କମ୍ପାନୀ ଏହି ସୂଚନା ଦେଇଛି ଯେ ଅପକମିଂ ସ୍ମାର୍ଟଫୋନରେ Mali G52 GPU ସହିତ ‘ହାଇ ପାୱର’ ପ୍ରୋସେସର ମିଳିବ।

ଏହା ସହିତ ଅପକମିଂ ସ୍ମାର୍ଟଫୋନରେ ୫ ହଜାର ଏମଏଏଚ୍ ବ୍ୟାଟେରୀ ଦିଆଯିବ। କମ୍ପାନୀର ସୂଚନା ଅନୁସାରେ ଏଥିରେ ୧୬୦ ଘଣ୍ଟାର ମ୍ୟୁଜିକ୍ ପ୍ଲେବ୍ୟାକ୍, ୨୦ ଘଣ୍ଟା ପର୍ଯ୍ୟନ୍ତ ୱେବ ବ୍ରାଉଜିଂ, ୧୫ ଘଣ୍ଟା ପର୍ଯ୍ୟନ୍ତ ଭିଡିଓ ଷ୍ଟ୍ରିମିଂ ଓ ୫୦ ଘଣ୍ଟା ପର୍ଯ୍ୟନ୍ତ ଟକ୍ ଟାଇମ୍ ମିଳିବ।

ଫ୍ଲିପକାର୍ଟରେ ଜାରି କରାଯାଇଥିବା ଟିଜରରେ ସ୍ମାର୍ଟଫୋନର ଡିଜାଇନକୁ ମଧ୍ୟ ଦେଖିହେବ। ଏହି ଫୋନରେ ୱାଟରଡ୍ରପ୍ ଷ୍ଟାଇଲ୍ ନଚ୍ ଡିସପ୍ଲେ ମିଳିବ। ଏହା ସହିତ ଏଥିରେ ରିୟରରେ ଡୁଆଲ୍ କ୍ୟାମେରା ସେଟଅପ୍ ମଧ୍ୟ ମିଳିବ। ଫିଙ୍ଗରପ୍ରିଣ୍ଟ ସେନ୍ସର ମଧ୍ୟ ଫୋନର ରିୟରରେ ହିଁ ମିଳିବ। ଏହାକୁ ଗ୍ରାହକ ଫ୍ଲିପକାର୍ଟ ବ୍ୟତୀତ Micromaxinfo.comରୁ ମଧ୍ୟ କିଣିପାରିବେ ଗ୍ରାହକ। ଏହି ଡିଭାଇସ୍ ବ୍ଲାକ୍, ବ୍ଲୁ ଓ ଗ୍ରୀନ୍ କଲର ଅପ୍ସନରେ ଉପଲବ୍ଧ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.