ୟୁଜର୍ସଙ୍କୁ ଝଟକା, ୩୦ ବର୍ଷ ପରେ WordPadକୁ ବନ୍ଦ କରିବ ମାଇକ୍ରୋସଫ୍ଟ

ଖବୁଶୀଘ୍ର ବନ୍ଦ ହେବ WordPad । ୩୦ ବର୍ଷରୁ ଅଧିକ ବର୍ଷ କାମ କରିବା ପରେ ଆଉ କୌଣସି ଅପଡେଟ୍‌ ନ ଦେବାରୁ ବନ୍ଦ କରିବାକୁ ଯୋଜନା କରୁଛି କମ୍ପାନୀ। ମାଇକ୍ରୋସଫ୍ଟ ଖୁବଶୀଘ୍ର WordPad କୁ ବନ୍ଦ କରିବାକୁ ଯାଉଛି ।

ମାଇକ୍ରୋସଫ୍ଟ ଟେକଷ୍ଟ ଏଡିଟିଂ ଟୁଲ୍‌ WordPad କୁ ବନ୍ଦ କରିବାକୁ ଯୋଜନା କରୁଛି କମ୍ପାନୀ । କମ୍ପାନୀ ୩୦ ବର୍ଷରୁ ଅଧିକ କାମ କରିବା ପରେ ଆଉ କୌଣସି ଅପଡେଟ୍‌ ନ ଦେବାରୁ ବନ୍ଦ କରିବାକୁ ଯୋଜନା କରୁଛି । ଯେଉଁମାନେ ଏହି ଆପ୍‌ ଉପରେ ନିର୍ଭର କରୁଥିଲେ, ସେମାନେ ଖୁବଶୀଘ୍ର ଅନ୍ୟ ଏଡିଟିଂ କିମ୍ବା ରାଇଟିଂ ଟୁଲ୍‌ ଖୋଜିବାକୁ ହେବ ।

କମ୍ପାନୀ ନିକଟରେ ନୋଟପ୍ୟାଡ୍‌ ଏବଂ ସ୍ନିପିଂ ଟୁଲ ପାଇଁ କିଛି ନୂଆ ଅପଗ୍ରେଡ ଘୋଷଣା କରିଥିଲା । ମାଇକ୍ରୋସଫ୍ଟ WordPadର ଆବଶ୍ୟକତା କ’ଣ ପାଇଁ ନାହିଁ, ତାହା ଏପର୍ଯ୍ୟନ୍ତ କମ୍ପାନୀ ସ୍ପଷ୍ଟ କରିନାହିଁ ।

WordPad ଓ୍ଵିଣ୍ଡୋଜ ୯୫ ପରେ ମଧ୍ୟ ଓ୍ଵିଣ୍ଡୋଜରେ ରହିଛି । ମାଇକ୍ରୋସଫ୍ଟ ନିଜର ବ୍ଲଗ ପୋଷ୍ଟ କରି ବୟାନ ଜାରି କରିଛି କି, ଓ୍ଵାର୍ଡପ୍ୟାଡ୍‌କୁ ଆଉ ଅପଡେଟ୍‌ କରାଯିବ ନାହିଁ । ଓ୍ଵିଣ୍ଡୋଜ ଆଗକୁ ଆସିବାକୁ ଥିବା କମ୍ପ୍ୟୁଟରରୁ ଏହାକୁ ହଟାଇ ଦିଆଯିବ ।

ତେବେ କିଛିବର୍ଷ ହେଲାଣି WordPad ର ବ୍ୟବହାର ଅଧିକ କରାଯାଉନାହିଁ । ଓ୍ଵାର୍ଡ ପ୍ରୋସେସର ଶେଷ ଥର ପାଇଁ ଓ୍ଵିଣ୍ଡୋଜ ୭ ସମୟରେ ଅପଡେଟ୍‌ ହୋଇଥିଲା । ଏହାପରେ ଓ୍ଵିଣ୍ଡୋଜ ୮ରେ ମାମୁଲି ପରିବର୍ତ୍ତନ କରାଯାଇଥିଲା । ୟୁଜର୍ସ ମାଇକ୍ରୋସଫ୍ଟ ଓ୍ଵାର୍ଡ ଏବଂ ଅନ୍ୟ ଆଧୁନିକ ଟୁଲକୁ ଦ୍ରୁତଗତିରେ ବ୍ୟବହାର କରୁଛନ୍ତି । ନୋଟପ୍ୟାଡ ଅପଡେଟ୍‌ ହୋଇ ଆସିବାରୁ ଲୋକେ WordPad ରୁ ନୋଟପ୍ୟାଡକୁ ସ୍ୱିଚ କରିବାକୁ ଚାହୁଁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.