ଏହି ଫୋନରେ Motorola ଦେଉଛି ଭାରି ଡିସକାଉଣ୍ଟ, ଅଫର ସରିବା ପୂର୍ବରୁ ଘରକୁ ନେଇ ଆସନ୍ତୁ

ଇ-କମର୍ସ ସେଲ ପାଇଁ କମ୍ପାନୀ Moto G54 5G, Moto G84 5G, Moto G32, Moto E13 ଏବଂ Moto Edge 40 ଭଳି ଅନେକ ହ୍ୟାଣ୍ଡସେଟରେ ଅଫର ଘୋଷଣା କରିଛି । ସେଲ୍ ସମୟରେ ଗ୍ରାହକମାନେ ବ୍ୟାଙ୍କ ଅଫରର ଲାଭ ମଧ୍ୟ ଉଠାଇ ପାରିବେ ।

ନିକଟରେ Motorola Edge 40 Neo 5G ଫୋନ ଭାରତରେ ଲଞ୍ଚ ହୋଇଛି । ବର୍ତ୍ତମାନ ଏହା ଦେଶରେ କିଣିବା ପାଇଁ ଉପଲବ୍ଧ ହୋଇଯାଇଛି । ତେବେ ଫ୍ଳିପକାର୍ଟ ବିଗ ବିଲିୟନ ଡେ ସେଲ ପୂର୍ବରୁ କମ୍ପାନୀ ଏହି ହ୍ୟାଣ୍ଡସେଟରେ ସ୍ପେସାଲ ଡିସକାଉଣ୍ଟ ମୂଲ୍ୟ ଘୋଷଣା କରିଛି ।

ଏହି ଇ-କମର୍ସ ସେଲ ପାଇଁ କମ୍ପାନୀ Moto G54 5G, Moto G84 5G, Moto G32, Moto E13 ଏବଂ Moto Edge 40 ଭଳି ଅନେକ ହ୍ୟାଣ୍ଡସେଟରେ ଅଫର ଘୋଷଣା କରିଛି । ସେଲ୍ ସମୟରେ ଗ୍ରାହକମାନେ ବ୍ୟାଙ୍କ ଅଫରର ଲାଭ ମଧ୍ୟ ଉଠାଇ ପାରିବେ ।

Motorola Edge 40 Neoର ୮GB + ୧୨୮ GB ଭାରିଆଣ୍ଟର ଦାମ୍ ୨୩,୯୯୯ ଟଙ୍କା ହୋଇଥିବାବେଳେ ୧୨ GB + ୨୫୬ GB ଭାରିଆଣ୍ଟର ଦାମ ୨୫,୯୯୯ ଟଙ୍କା ରହିଛି । Motorola ଘୋଷଣା ଅନୁସାରେ ବର୍ତ୍ତମାନ ଫୋନ ୧୯,୯୯୯ ଏବଂ ୨୧,୯୯୯ ଟଙ୍କାରେ ଉପଲବ୍ଧ ହେଉଛି ।

ଏହି ମାସ ଆରମ୍ଭରେ ଦେଶରେ ଲଞ୍ଚ ହୋଇଥିବା Moto G54 5G ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟ ୮GB + ୧୨୮GB ଏବଂ ୧୨ GB + ୨୫୬GBରେ ଲଞ୍ଚ କରାଯାଇଥିଲା । ବର୍ତ୍ତମାନ ଆପଣ ଏହି ଫୋନକୁ ୧୫,୯୯୯ ଏବଂ ୧୮,୯୯୯ ଟଙ୍କାରେ କିଣି ପାରିବେ । ଫ୍ଲିପକାର୍ଟରେ ବ୍ୟାଙ୍କ ଡିସକାଉଣ୍ଟ ଏବଂ ଅନ୍ୟ ଅଫର ସହିତ ଏହି ଫୋନକୁ ମାତ୍ର ୧୨,୪୯୯ ଟଙ୍କା ଏବଂ ୧୪,୯୯୯ ଟଙ୍କାରେ କିଣି ପାରିବେ ।

ଆପଣ Moto G14ର ୪ GB + ୧୨୮GB ଭାରିଆଣ୍ଟକୁ ୮,୯୯୯ ଟଙ୍କାରେ କିଣି ପାରିବେ । ଏହି ଫୋନ ୯,୯୯୯ ଟଙ୍କାରେ ଲଞ୍ଚ କରାଯାଇଥିଲା । ଫ୍ଲିପକାର୍ଟରେ ବ୍ୟାଙ୍କ ଅଫର ସହିତ ଆପଣ ଏହାକୁ ୮,୦୯୯ ଟଙ୍କାରେ କିଣି ପାରିବେ । Moto G73 ଫୋନକୁ ୧୮,୯୯୯ ଟଙ୍କାରେ ଲଞ୍ଚ କରାଯାଇଥିଲା । ବର୍ତ୍ତମାନ ଏହି ଫୋନକୁ ଆପଣ ୧୫,୯୯୯ ଟଙ୍କାରେ କିଣି ପାରିବେ ।

Motorola Edge 30 Fusion ଏବଂ Motorola Edge 30 Ultraର ମୂଲ୍ୟ ୪୨,୯୯୯ ଟଙ୍କା ଏବଂ ୫୯,୯୯୯ ଟଙ୍କା ରହିଛି । କିନ୍ତୁ ବର୍ତ୍ତମାନ ଏହି ସ୍ମାର୍ଟଫୋନକୁ ଡିସକାଉଣ୍ଟରେ ୩୪,୯୯୯ ଟଙ୍କା ଏବଂ ୪୯,୯୯୯ ଟଙ୍କାରେ କିଣି ପାରିବେ । ଫ୍ଲିପକାର୍ଟରେ ବ୍ୟାଙ୍କ ଅଫର ସହିତ ଆପଣ ଏହି ଫୋନକୁ ଆହୁରି କମ ମୂଲ୍ୟରେ କିଣିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.