ଲଞ୍ଚ୍ ହେଲା Motorola ର ସବୁଠାରୁ ଶସ୍ତା ସ୍ମାର୍ଟଟିଭି, ଜାଣନ୍ତୁ ଏହାର ଅତ୍ୟାଧୁନିକ ଫିଚର ସମ୍ପର୍କରେ
ସ୍ମାର୍ଟଫୋନ୍ ନିର୍ମାଣ କମ୍ପାନୀ Motorola ଭାରତରେ ଲଞ୍ଚ୍ କରିଛି ମୋଟୋରୋଲା ଟିଭି। ସୋମବାର କମ୍ପାନୀ ସବୁଠାରୁ କମ୍ ଦାମ୍ରେ ମୋଟୋ ଇ୬ଏସ୍ର ବଜାର ପ୍ରବେଶ କରାଇଛି। ଗ୍ରାହକଙ୍କ ଲାଗି କମ୍ପାନୀ ତରଫରୁ ମୋଟୋରୋଲା ଟିଭିର ୩୨ ଇଞ୍ଚ, ୪୩ ଇଞ୍ଚ ଏଫ୍ଏଚ୍ଡି, ୪୩ ଇଞ୍ଚ ୟୁଏଚ୍ଡି, ୫୦ ଇଞ୍ଚ ୟୁଏଚ୍ଡି, ୫୫ ଇଞ୍ଚ ୟୁଏଚ୍ଡି ଏବଂ ୬୫ ୟୁଏଚ୍ଡି ଆଦି ବିଭିନ୍ନ ଆକାରର ଟିଭି ଉପଲବ୍ଧ କରାଯାଇଛି। ତେବେ ମୋଟୋରୋଲା ଏହି ସ୍ମାର୍ଟ ଟିଭିର ସର୍ବନିମ୍ନ ଦାମ୍ ୧୩,୯୯୯ ଟଙ୍କା ରଖିଛି। ଫ୍ଲିପ୍କାର୍ଟ ଏବଂ ଅଧିକାରୀଙ୍କ ୱେବସାଇଟ୍ ଜରିଆରେ କମ୍ପାନୀ ଏହି ଟିଭି ବିକ୍ରି କରିବ ବୋଲି ଜଣାଯାଇଛି। ସୂଚନା ଅନୁସାରେ, ଫ୍ଲିପ୍କାର୍ଟ ବିଗ୍ ବିଲିୟନ୍ ଡେ ସେଲ୍ରେ ମୋଟୋରୋଲାର ଏହି ଟିଭି ବିକ୍ରି ଲାଗି ଉପଲବ୍ଧ ହେବ।
ମୋଟୋରୋଲା ଟିଭିର ଦାମ୍
୩୨ ଇଞ୍ଚ ଟିଭିର ମୂଲ୍ୟ-୧୩,୯୯୯ ଟଙ୍କା
୪୩ ଇଞ୍ଚ ଏଫ୍ଏଚ୍ଡିର ମୂଲ୍ୟ-୨୪,୯୯୯ ଟଙ୍କା
୪୩ ଇଞ୍ଚ ୟୁଏଚ୍ଡିର ମୂଲ୍ୟ-୨୯,୯୯୯ ଟଙ୍କା
୫୦ ଇଞ୍ଚ ୟୁଏଚ୍ଡିର ମୂଲ୍ୟ-୩୩,୯୯୯ ଟଙ୍କା
୫୫ ଇଞ୍ଚ ୟୁଏଚ୍ଡିର ମୂଲ୍ୟ- ୩୯,୯୯୯ ଟଙ୍କା
୬୫ ଇଞ୍ଚ ୟୁଏଚ୍ଡିର ମୂଲ୍ୟ- ୬୪,୯୯୯ ଟଙ୍କା
ଟିଭିର ସ୍ପେସିଫିକେସନ୍
ମୋଟୋରୋଲା ଟିଭି ଆଣ୍ଟ୍ରଏଡ୍ ପାଇ ଅପରେଟିଙ୍ଗ୍ ସିଷ୍ଟମ୍ ଦ୍ୱାରା ପରିଚାଳିତ ହେବ। ଟିଭିରେ ୟୁଜର ନେଟ୍ଫ୍ଲେକ୍ସ, ଆମାଜନ୍ ପ୍ରାଇମ୍ ଭିଡ଼ିଓ ଏବଂ ହଟ୍ଷ୍ଟାର ଭଳି କଣ୍ଟେଣ୍ଟକୁ ଆକ୍ସେସ୍ କରିପାରିବେ। ଏଥିସହ ୟୁଜର ଚାହିଁଲେ ଭିଡିଓ ଷ୍ଟ୍ରିମିଂ ଆପ୍ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଏହି ଟିଭିରେ ଏଚ୍ଡିଆର୍ ୧୦ ଏବଂ ଅଟୋଟ୍ୟୁନ୍ ଏକ୍ସ ଠାରୁ କମ୍ ଡିସ୍ପ୍ଲେ ମଧ୍ୟ ଉପଲବ୍ଧ ରହିଛି। ଏହି ଫିଚର ମାଧ୍ୟମରେ ବ୍ୟବହାରକାରୀ ଉତ୍ତମ କ୍ୱାଲିଟିର ଭିଡିଓର ମଜା ଉଠାଇପାରିବେ।
ଏହାସହ ପଢନ୍ତୁ: ଭାରତରେ ଖୁବ୍ଶୀଘ୍ର ଲଞ୍ଚ ହେବାକୁ ଯାଉଛି Motorola E6 Plus, ଜାଣନ୍ତୁ କ’ଣ ରହିଛି ଫିଚର