Below header

Airtel-jio-Vi କୁ ମାତ୍‌ ଦେବ ଏହି କମ୍ପାନୀ, ଆଣୁଛି ବର୍ଷର ସବୁଠୁ ଶସ୍ତା ରିଚାର୍ଜ ଅଫର

କମ ଦାମରେ ରିଚାର୍ଜ କରି ପାଆନ୍ତୁ ଲାଇଫଟାଇମ ଭାଲିଡିଟି। ଆପଣ ଭାବୁଥିବେ ଲାଇଫଟାଇମ ଭାଲିଡିଟି ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ହେବ। କିନ୍ତୁ ନାଁ ଆମେ ଯେଉଁ କମ୍ପାନୀ କଥା କହୁଛୁ ତାହା ୟୁଜର୍ସଙ୍କୁ ଦେଉଛି ପୁରା ଶସ୍ତା ଅଫର। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହିଭଳି ପକେଟ ଫ୍ରେଣ୍ଡଲି ଅଫର ଅନ୍ୟ ବଡ଼ ଟେଲିକମ କମ୍ପାନୀ ମଧ୍ୟ ନେଉନାହିଁ। ତେବେ ଯଦି ଆପଣ ବି କମ ଦାମରେ ବେଶି ଫାଇଦା ଉଠାଇବାକୁ ଚାହୁଁଛନ୍ତି ତେବେ  ଜାଣନ୍ତୁ କେମିତି ଫାଇଦା ଉଠାଇବେ..

ଯଦି ଫୋନରୁ ରିଚାର୍ଜ ଭାଲିଡିଟି ସରିଯାଏ ତେବେ ଉଠାଉଥିବା ସବୁ ଅଫର୍ସ ଶେଷ ହୋଇଯାଏ। ଆଉ ଠିକ ସମୟରେ ଏମିତି ହେଲେ କାମ ମଧ୍ୟ ପୁରା ହୋଇପାରେ ନାହିଁ। ଏମିତିରେ ଆପଣ ପୁଣି ଥରେ ରିଚାର୍ଜ କରିବାକୁ ପଡ଼ିଥାଏ। ତେବେ ଏହାକୁ ନେଇ ଆଉ ଚିନ୍ତା କରନ୍ତୁ ନାହିଁ। ଆଜି ଆମେ ଏମିତି ଏକ ରିଚାର୍ଜ ପ୍ଳାନ ସମ୍ପର୍କରେ କହିବୁ ଯାହା କୁ ଥରେ ରିଚାର୍ଜ କଲେ ଆଉ ବର୍ଷ ସାରା ଟେନସନ ନାହିଁ। ଏହାର ଭାଲିଡ଼ିଟି ଶେଷ ହେବ ନାହିଁ।ଏହା ଏମିିତି ଏକ ରିଚାର୍ଜ ପ୍ଲାନ ଯେଉଁଥିରେ ଦାମ କମ ରହିବା ସହ ଲାଇଫଟାଇମ ଭାଲିଡ଼ିଟି ଅଫର ଦେଉଛି। ଅନେକ ୟୁଜର୍ସଙ୍କୁ ଏହା ସମ୍ପର୍କରେ ଜଣା ନଥିବ।

ଏହି ପ୍ଲାନ ଏମଟିଏନଏଲ ଅଫର କରୁଛି। ଏହି ପ୍ଳାନରେ ଆପଣଙ୍କୁ ୨୨୫ ଟଙ୍କା ରିଚାର୍ଜ କରିବାକୁ ହେବ। ଏହାପରେ ଆପଣଙ୍କୁ ଲାଇଫଟାଇମ ଭାଲିଡିଟି ଅଫର ମିଳିବ। ଏମିତିରେ ସିମ କାର୍ଡ ବନ୍ଦ ହେବାର ଟେନସନ ମଧ୍ୟ ନାହିଁ। ଆପଣ ଚାହିଁଲେ ଏହି ପ୍ଳାନକୁ ଆକ୍ଟିଭେଟ କରି ଏହାର ଫାଇଦା ଉଠାଇପାରିବେ।

କ’ଣ ମିିଳିବ ବେନିଫିଟ୍ସ?
ଅନ୍ୟାନ୍ୟ ପ୍ଳାନ ଠାରୁ ଏହାର ରିଚାର୍ଜ ପ୍ଳାନ ରହିଛି ସବୁଠୁ ଶସ୍ତା। ଦାମ ହେଉଛ ି ମାତ୍ର ୨୨୫ ଟଙ୍କା। ଯଦି ବେନିଫିଟ୍ସ କଥା କହିବା ତେବେ ଏଥିରେ ଆପଣ ୧ ୦୦ ମିନିଟର କଲିଂ ଅଫର ପାଇବେ। ଏହି ପ୍ଲାନରେ ଗ୍ରାହକ ଭୟସ କଲିଂ ପାଇଁ ପ୍ରତି ସେକେଣ୍ଡରେ ୦.୦୨ ଟଙ୍କା ଚାର୍ଜ କଟିବ। ଯାହାକି ହେଉଛି ବହୁତ ଶସ୍ତା। ସବୁଠୁ ବଡ଼ କଥା ହେଉଛି ଏହି ପ୍ଲାନରେ ଗ୍ରାହକ ଙ୍କୁ ପୁୂରା ଲାଇଫ ଟାଇମ ଭାଲିଡିଟି ମିଳିବ। ଯେଉଁଥିରେ ଏହାକୁ ନେଇ କିଛି ଟେନସନ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.