ଆପଣଙ୍କ ପିଲାର ଆଖି ସମ୍ପର୍କିତ ରୋଗ ହେବା ପୂର୍ବରୁ ଏହି ଆପ୍ ଦେବ ସୂଚନା

ଗବେଷକମାନେ ଏକ ସ୍ମାର୍ଟଫୋନ୍‌ ଆପ୍‌ ପ୍ରସ୍ତୁତ କରିଛନ୍ତି, ଯାହା ମାଧ୍ୟମରେ ଅଭିଭାବକ ସେମାନଙ୍କ ପିଲାମାନଙ୍କ ପାଖରେ ବିଭିନ୍ନ ପ୍ରକାର ଆଖି ସମ୍ପର୍କିତ ରୋଗ ବିଷୟରେ ଆଗୁଆ ସଙ୍କେତ ପାଇପାରିବେ । ଆପ୍‌ର ନାଁ ‘କ୍ରାଡେଲ’(କମ୍ପ୍ୟୁଟର-ଆସିଷ୍ଟେଡ୍‌ ଡିଟେକ୍ଟର ଲିଉକୋକୋରିଆ) । ଲ୍ୟୁକୋକୋରିଆ ବା ହ୍ୱାଇଟ୍‌ ଆଇ ନାମରେ ପରିଚିତ ରେଟିନାରୁ ଅସାମାନ୍ୟ ପ୍ରତିବିମ୍ବର ସୁରାଗ ଏହା ଚିହ୍ନଟ କରେ । ଏଥିସହ ଅନ୍ୟ ସାଧାରଣ ଆଖି ବିକାରଗୁଡ଼ିକର ମଧ୍ୟ ସଙ୍କେତ ଦିଏ । ‘ହ୍ୱାଇଟ୍‌ ଆଇ ଡିଟେକ୍ଟର’ ନାଁରେ ଖୋଜି ଏହି ଆପ୍‌କୁ ଆପଣ ମାଗଣା ଡାଉନ୍‌ଲୋଡ କରିପାରିବେ ।

ଏହାସହ ପଢନ୍ତୁ: ଏହି ଦୁଇ ମହିଳା ଅନ୍ତରୀକ୍ଷରେ ରଚିବାକୁ ଯାଉଛନ୍ତି ଇତିହାସ, ଜାରିହେଲା ଏପରି ଭିଡିଓ

ଲ୍ୟୁକୋକୋରିଆ ଚିହ୍ନଟ କ୍ଷେତ୍ରରେ ଚିକିତ୍ସା ବିଜ୍ଞାନକୁ ଏହି ଆପ୍‌ ଏକ ବରଦାନ ସଦୃଶ । ପିଲାଙ୍କଠାରେ ଏହି ରୋଗ ବିକାଶର ଅବ୍ୟବହିତ ପୂର୍ବରୁ ମା’ବାପା ଜାଣିପାରିବେ ବୋଲି ଅଧ୍ୟୟନର ଗବେଷକ ଆମେରିକାର ବେଲର ୟୁନିଭର୍ସିଟିର ବ୍ରାୟନ ଏଫ୍‌ ଶ’ କହିଛନ୍ତି । କିଛି ଡାକ୍ତର ମୋତିଆବିନ୍ଦୁ, ମିଲିନ୍‌ ରେଟିନାଲ ନର୍ଭ ଫାଇବର ଲେୟାର, ରିଫ୍ରାକ୍ଟିଭ୍‌ ଏରର୍‌, କୋଟ୍‌ସ ଡିଜିଜ୍‌ ଏବଂ ରେଟିନୋବ୍ଲାଷ୍ଟୋମା ଆଦି ଚକ୍ଷୁରୋଗ ଚିହ୍ନଟରେ ଏହି ଆପ୍‌କୁ ବ୍ୟବହାର କରିଛନ୍ତି । ୨ ବର୍ଷ ଓ ତା’ଠୁ କମ୍‌ ବୟସର ପିଲାଙ୍କ ପାଇଁ କ୍ରାଡେଲ ୮୦ ପ୍ରତିଶତ ସଠିକତାର ପ୍ରମାଣ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.