Below header

ବଲିଉଡ ଅଭିନେତା ସଲମାନଙ୍କ ବଙ୍ଗଳାରେ ଲୁଚିଥିଲା ଅପରାଧୀ

ଏକ ଘଟଣାର ତଦନ୍ତ କରିବା ସମୟରେ ମୁମ୍ବାଇ ପୋଲିସ ପ୍ରଖ୍ୟାତ ଅଭିନେତା ସଲମାନ ଖାନଙ୍କ ବଙ୍ଗଳା ଚଢ଼ଉ କରିଛି ।ଏହା ସହ ବଙ୍ଗଳାର ଦେଖାରଖା କରୁଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି । ୬୨ ବର୍ଷୀୟ ଏହି ବ୍ୟକ୍ତି ଜଣକ ପ୍ରାୟ ୨୦ ବର୍ଷ ଧରି ପୋଲିସ ଆଢୁଆଳରେ ରହି ସଲମାନ ଖାନଙ୍କ ବଙ୍ଗଳାର ଦେଖାରଖା କରି ଆସୁଛନ୍ତି । କିନ୍ତୁ ଅନ୍ୟ ପଟରେ ପ୍ରାୟ ୨୯ ବର୍ଷ ହେବ ମୁମ୍ବାଇ ପୋଲିସ ଏହି ଅପରାଧୀଙ୍କୁ ଖୋଜୁଛି | ସୂତ୍ର ଅନୁଯାୟୀ ସଲମାନଙ୍କ ବଙ୍ଗଳାରୁ ଗିରଫ ହୋଇଥିବା ଏହି ବ୍ୟକ୍ତିଙ୍କ ନାମ ହେଉଛି ଶକ୍ତି ଶୀଧେସ୍ୱର ରାଣା ।

ସଲମାନଙ୍କ ବଙ୍ଗଳାରେ ସେ କାମ କରୁଥିବା ଖବର ମୁମ୍ବାଇ ପୋଲିସକୁ ତାଙ୍କର ଏକ ଗୁପ୍ତଚର ପାଖରୁ ହିଁ ମିଳିଥିଲା । ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଦଳ ସୂଚନା ପାଇ ପୁରା ଏକ ଯୋଜନା ପ୍ରସ୍ତୁତ କରି ସଲମାନଙ୍କ ଏହି ବଙ୍ଗଳା ଉପରେ ଚଢ଼ଉ କରିଥିଲେ । ମୁମ୍ବାଇ ପୋଲିସ ବଙ୍ଗଳାର ଚାରିପଟରୁ ବଙ୍ଗଳାକୁ ଘେରି କରି ରହିଥିଲା । ପୋଲିସ କୁ ଦେଖି ରାଣା ସେଠାରୁ ପଳାୟନ କରିବା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ସଫଳ ହୋଇପାରିନଥିଲା । ପୋଲିସ ସୂତ୍ରରୁ ପ୍ରକାଶ ଯେ ୧୯୯୦ ମସିହାରେ ରାଣା ଓ ତାର ଚାରିଜଣ ସାଙ୍ଗଙ୍କୁ ପୋଲିସ ଏକ ଚୋରି ମାମଲାରେ ଗିରଫ କରିଥିଲା ।

 ଏହା ସହ ପଢନ୍ତୁ: ଜୀବନର ପ୍ରତିବନ୍ଧକକୁ ଖାତିର୍ ନକରି ଉଦାହରଣ ପାଲଟିଛନ୍ତି ଦିପଜ୍ୟୋତି

କିନ୍ତୁ ପରେ ଜାମିନରେ ଜେଲ ବାହାରକୁ ଆସିଥିବା ବେଳେ ସଦାବେଳେ ପୋଲିସ ଠାରୁ ଖସିବାକୁ ଚେଷ୍ଟା କରୁଥିଲା । କୋର୍ଟର ବାରମ୍ବାର ଡକରା ପରେ ମଧ୍ୟ ଯେତେବେଳେ ରାଣା କୋର୍ଟ ଆଦେଶ ଅମାନ୍ୟକରି କୋର୍ଟ ପରିସରରେ ପହଂଚି ନଥିଲା । ତେଣୁ କରି ତା ବିରୋଧରେ ଏକ ଜାମିନ ବିହୀନ ପରୱାନା ଜାରି କରାଯାଇଛି । ସହରରୁ ରାଣାର ଗାୟବ ହେବା ପରେ ବି ମୁମ୍ବାଇ ପୋଲିସ ବହୁ ଦିନ ଧରି ତାର ସନ୍ଧାନରେ ଥିଲେ । ବିଶେଷ ସୂତ୍ରରୁ ଖବର ପାଇବା ପରେ ପୋଲିସ ନିଜ ଟିମ ସହ ସଲମାନ ଙ୍କ ସେହି ବଙ୍ଗଳାରେ ପହଞ୍ଚି ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.