ଆସିଲା ନୂଆ ଫିଚର ; WhatApp ଭିଡିଓ କଲିଂ ମଝିରେ ଅନ୍ୟଙ୍କୁ ବି କରିପାରିବେ ମେସେଜ, ଜାଣନ୍ତୁ କିପରି

ସବୁଠାରୁ ଲୋକପ୍ରିୟ ମ୍ୟାସେଜିଙ୍ଗ ପ୍ଲାଟଫର୍ମ ହେଉଛି ହ୍ଵାଟ୍ସଆପ୍‌। ଏହି ପ୍ଲାଟଫର୍ମରେ ୟୁଜର୍ସଙ୍କୁ ଅନେକ ପ୍ରକାର ଫିଚର୍ସ ମିଳିଥାଏ। ନିକଟରେ ହ୍ଵାଟ୍ସଆପ୍‌ ନୂଆ ଫିଚର ଘୋଷଣା କରିଛି। ଏହାର ବ୍ଲଗ୍ ପୋଷ୍ଟରେ ମେଟା ମାଲିକାନା ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ କହିଛି ଯେ ହ୍ବାଟ୍ସଆପ କଲିଂରେ ଅନେକ ଉନ୍ନତି ଆଣିବାକୁ ଏହି ପଦକ୍ଷେପ ନିଆଯାଇଛି। ହ୍ବାଟ୍ସଆପ୍ କହିଛି ଯେ ଏହି ଉନ୍ନତି ସହିତ କଲିଂକୁ ଅଧିକ ସୁରକ୍ଷିତ କରାଯିବ। ଭଲ ଏବଂ ସୁରକ୍ଷିତ କଲିଂ ପାଇଁ ହ୍ବାଟ୍ସଆପ୍ ଦ୍ୱାରା କେଉଁ ନୂଆ ଫିଚର ରୋଲ ଆଉଟ ହୋଇଛି ଆସନ୍ତୁ ଜାଣିବା।

୧. ହ୍ବାଟ୍ସଆପ୍ ଘୋଷଣା କରିଛି ଯେ ମୋବାଇଲ୍ ଫୋନରେ ଭିଡିଓ କଲ୍ ବର୍ତ୍ତମାନ ୩୨ ଜଣଙ୍କ ସହ ହୋଇପାରିବ। ଏହା ପୂର୍ବ ଅପେକ୍ଷା ଚାରି ଗୁଣ ଅଧିକ ହୋଇଛି।

୨. ମେସେଜିଂ ପ୍ଲାଟଫର୍ମ ଘୋଷଣା କରିଛି ଯେ ୟୁଜର୍ସ ମାନେ ଭିଡିଓ କିମ୍ବା ଅଡିଓ ଫିଡ୍ ବୃଦ୍ଧି କରିପାରିବେ। ଆଉ କଲ୍ ମଧ୍ୟରେ ଅନ୍ୟ ଲୋକଙ୍କୁ ଅଲଗା ମେସେଜ ପଠାଇପାରେ। ଗ୍ରୁପ୍ କଲରେ ଥିବା ବ୍ୟକ୍ତିଙ୍କ ଉପରେ ଲଙ୍ଗ ପ୍ରେସ କରି ଏହା କରାଯାଇପାରିବ।

୩. କଲ୍ ଲିଙ୍କ୍ ହେଉଛି ଏକ ଫିଚର, ଯାହା ସାହାଯ୍ୟରେ ୟୁଜର୍ସ ମାନେ କଲ୍ ଲିଙ୍କ୍ ସେୟାର କରି ଗ୍ରୁପ୍ କଲରେ ଲୋକଙ୍କୁ ଇନଭାଇଟ୍ କରିପାରିବେ।

୪. ଏହାଛଡା ୟୁଜର କଲର ୱେବଫର୍ମ ନୂଆ ଫିଚର ସାହାଯ୍ୟରେ, କ୍ୟାମେରା ବନ୍ଦ ହେଲେ ଉପଭୋକ୍ତାମାନେ ସହଜରେ ଦେଖିପାରିବେ କିଏ କହୁଛନ୍ତି ।

୫. ଇନ-କଲ୍ ବ୍ୟାନର ନୋଟିଫିକେଶନ୍ସ ସାହାଯ୍ୟରେ, ଉପଭୋକ୍ତା ଜାଣିପାରିବେ ଯେତେବେଳେ କେହି କଲରେ ଯୋଗ ଦେଉଛନ୍ତି।

୬. ୟୁଜର୍ସ ମାନେ ସର୍ବନିମ୍ନ ଇନ-କଲ୍ ଭିଡିଓ ସ୍କ୍ରିନ୍ ସାହାଯ୍ୟରେ କଲ୍ ଉପରେ ମଲ୍ଟିଟାସ୍କ କରିପାରିବେ।

ହ୍ଵାଟ୍ସଆପ୍‌ ଉପଭୋକ୍ତାମାନଙ୍କ ପାଇଁ ନୂତନ ଫିଚର୍ସ ଉପସ୍ଥାପନ କରିବାରେ ଲାଗିଛି। ଏହା ଉପଭୋକ୍ତାମାନଙ୍କ ପାଇଁ ଏକ ନୂଆ ଫିଚର ହେବ। ଯେଉଁଥିପାଇଁ ସେମାନେ ନିଜର ଡିଜିଟାଲ୍ ଭର୍ସନ ସୃଷ୍ଟି କରିପାରିବେ।

ସେହିପରି ହ୍ବାଟ୍ସଆପ୍ଏକ ବ୍ଲଗ୍ ପୋଷ୍ଟରେ କହିଛି ଯେ ଆପଣଙ୍କର ଅବତାର ହେଉଛି ଏକ ଡିଜିଟାଲ୍ ଭର୍ସନ, ଯେଉଁଥିରେ ବିଭିନ୍ନ ହେୟାର ଷ୍ଟାଇଲ୍, ଫେସିୟାଲ ଫିଚର ଏବଂ ଆଉଟଫିଟରୁ ଚୟନ କରି ସୃଷ୍ଟି ହୋଇପାରିବ। ହ୍ବାଟ୍ସଆପରେ ଆପଣଙ୍କର ପ୍ରୋଫାଇଲ୍ ଫଟୋ ଉପରେ ଆଧାର କରି ଏକ ବ୍ୟକ୍ତିଗତ ଅବତାର ବ୍ୟବହାର କରିପାରିବେ। କିମ୍ବା ୩୬ଟି କଷ୍ଟମ୍ ଷ୍ଟିକର୍ ମଧ୍ୟରୁ ବାଛନ୍ତୁ ଯାହା ବିଭିନ୍ନ ଇମୋସନ ଏବଂ ଆକ୍ସନ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.