Below header

ଆପଣଙ୍କୁ କାହିଁକି ଦେଖାଯାଉନି କୌଣସି ଟୁଇଟ୍ ? ଏବେ କାରଣ ଜଣାଇବ ଟୁଇଟର

ପବ୍ଲିକ୍ କନେକ୍ସନକୁ ଅଧିକ ପାରଦର୍ଶୀ କରିବା ପାଇଁ ନିଜ ପ୍ଲାଟଫର୍ମରେ ନୂଆ ଫିଚର ଆଡ କରିବାକୁ ଯାଉଛି ଟୁଇଟର୍ । ଥ୍ରେଡର ଅନେକ ଟୁଇଟ କିପରି ଉଭାନ ହେଇଯାଉଛି, ତାହା ଏହି ଫିଚର ସମସ୍ତ ବ୍ୟବହାରକାରୀଙ୍କୁ ଜଣାଇବ। ଏହି ଫିଚର କିଛି ସପ୍ତାହ ମଧ୍ୟରେ ବ୍ୟବହାରକାରୀମାନଙ୍କୁ ଉପଲବ୍ଧ ହେବ। ଟୁଇଟର ଯେଉଁ ସ୍ଥାନରୁ ଥ୍ରେଡରୁ ଗାଏବ ହୋଇଯାଉଛି, ସେହିସ୍ଥାନରେ ଏହାର କାରଣ ଲେଖାଯିବ।

ଅନେକ ଥର ଟୁଇଟରରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ। ଏଭଳି ସ୍ଥଳେ ଏହା ବିଷୟରେ ଜାଣିବାକୁ ଇଚ୍ଛା ଥିଲେ ମଧ୍ୟ ଆମ୍ଭେମାନେ ଜାଣିପାରୁନାହୁଁ। କେବଳ ଏତିକି ନୁହେଁ, ବ୍ୟବହାରକାରୀ ଏହାକୁ ଅନେକ ଅଲଗା ପ୍ରକାର ଅର୍ଥ ମଧ୍ୟ ଭାବନ୍ତି। କିନ୍ତୁ ଏହି ନୂଆ ଫିଚର ଯୋଗୁଁ ଥ୍ରେଡ ଗାଏବ ହେବାର କାରଣ ଜାଣିବାକୁ ମିଳିବ।

ଏପରି ସ୍ଥଳେ ଯେଉଁ ପୋଷ୍ଟ କିମ୍ବା ଟୁଇଟ ଗାଏବ ହୋଇଯାଉଛି, ତାହା ପାଇଁ ମଧ୍ୟ ଟୁଇଟର ନୋଟିସ ଦେବ। ଯେଉଁଥିରେ ‘ ‘This tweet is unavailable.’ ଲେଖାହୋଇଥିବ । ଏହା ଗାଏବ ହେବାର କାରଣ ଏବଂ ବିବରଣୀ ମଧ୍ୟ ଉପଲବ୍ଧ ହେବ। ଏହି ଫିଚର ଜରିଆରେ ପୋଷ୍ଟ କରୁଥିବା ବ୍ୟବହାରୀଙ୍କ ଆକାଉଣ୍ଟ ମଧ୍ୟ ସୁରକ୍ଷିତ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.