Below header

କାହିଁକି ନିଜ ପୂର୍ବତନ ପ୍ରେମିକାଙ୍କ ହାତ ଛାଡନ୍ତି ନାହିଁ ସଲମାନ୍ ? ନିଜ ସମ୍ପର୍କକୁ ନେଇ ଭାଇଜାନଙ୍କ ବଡ଼ ଖୁଲାସା

ଫିଲ୍ମଠୁ ଅଧିକ ନିଜ ପ୍ରେମ ସମ୍ପର୍କକୁ ନେଇ ବେଶୀ ଚର୍ଚ୍ଚିତ ସଲମାନ୍ । ଭାଇଜାନଙ୍କ ପ୍ରେମିକାଙ୍କ ଲିଷ୍ଟ ତିଆରି କଲେ କେତେ ଅଭିନେତ୍ରୀଙ୍କ ନାଁ ଏଥିରେ ସାମିଲ୍ ହେବ ତାହା ଠିକ୍ ନାହିଁ । ବର୍ତ୍ତମାନ ସୁଲତାନଙ୍କ ପ୍ରେମିକା ଅଛନ୍ତି ଲୁଲିଆ ବଣ୍ଟୁର । ଏହା ପୂର୍ବରୁ ବି ଟାଉନରେ ଚର୍ଚ୍ଚାର ବିଷୟ ପାଲଟିଥିଲା କ୍ୟାଟ୍ରିନାଙ୍କ ସହ ସଲମାନଙ୍କ ପ୍ରେମ । ତେବେ ଉଭୟଙ୍କ ସମ୍ପର୍କ ଅଳ୍ପ ଦିନ ପରେ ଭାଙ୍ଗି ଯାଇଥିଲା । ହେଲେ ବି କ୍ୟାଟଙ୍କ ହାତ ଛାଡି ନାହାଁନ୍ତି ଭାଇଜାନ୍ । ଉଭୟଙ୍କ ଯୋଡିକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି । ହେଲେ କେବେ ଚିନ୍ତା କରିଛନ୍ତି ଭାଇଜାନ୍ କାହିଁକି ନିଜ ପୂର୍ବତନ ପ୍ରେମିକାଙ୍କ ହାତ ଛାଡୁନାହାଁନ୍ତି । ଏ ପ୍ରଶ୍ନର ଉତ୍ତର ଦେଇଛନ୍ତି ନିଜେ ସଲମାନ୍ । ନଚ ବଲିଏ ସେଟରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବଡ଼ ଖୁଲାସା କରିଛନ୍ତି ବଲିଉଡ ଟାଇଗର୍ ।

salmanଚଳିତ ବର୍ଷ ନଚ ବଲିଏର ଖାସ୍ କଥା ହେଉଛି ପୂର୍ବତନ ପ୍ରେମିକ – ପ୍ରେମିକା ଯୋଡି ନିଜ ଡ୍ୟାନ୍ସ ମାଧ୍ୟମରେ ଜିତିବେ ଦର୍ଶକଙ୍କ ମନ । ସୋ ର ପ୍ରଥମ ଦିନରେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଉର୍ବଶୀ ଢୋଲକିଆ ନିଜର ପୂର୍ବତନ ପ୍ରେମିକ ଅନୁଜ ସଚଦେବଙ୍କ ସହ ଏଣ୍ଟ୍ରି ନେଇଥିଲେ । ତେବେ ଉଭୟଙ୍କ ବଣ୍ଡିଙ୍ଗ୍ ଦେଖି ନିଜକୁ ଅଟକାଇ ପାରିନଥିଲେ ସଲମାନ୍ ।

ଏହା ସହ ପଢନ୍ତୁ ଏହି ବ୍ୟକ୍ତିଙ୍କ ପାଇଁ କରନଜିତ କୌର ବନିଗଲେ ସନି ଲିଓନି

ଉର୍ବଶୀ ଏବଂ ଅନୁଜଙ୍କୁ ସଲମାନ କହିଥିଲେ ପୂର୍ବତନ ପ୍ରେମିକ – ପ୍ରେମିକା ହୋଇ ମଧ୍ୟ ଆପଣଙ୍କର ବଣ୍ଡିଙ୍ଗ ଖୁବ୍ ଭଲ ଅଛି । ଏହା ସହ କହିଥିଲେ ଘୃଣା କରିବା ପାଇଁ ଜୀବନ ବହୁତ ବଡ ଅଛି । ମୁଁ ବି ନିଜ ଏକ୍ସ ଗର୍ଲଫ୍ରେଣ୍ଡଙ୍କ ସହ ବନ୍ଧୁତା ରଖିଥାଏ । କାରଣ ମତେ ଲାଗିଥାଏ ଏହା ଏକ ଭଲ ଅନୁଭବ । ଯଦି କାହା ମଧ୍ୟରେ ଦୂରତା ଅସୁଛି ତେବେ ଆପଣ ପୁଣି ଥରେ ଏକାଠି ହୋଇପାରିବେ । ଆପଣ ବନ୍ଧୁ ଭାବରେ ଏକାଠି କାମ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.