ଆସିଲା ନୂଆ ଫିଚର, ଏବେ ଗୁଗଲରୁ କରିପାରିବେ ହ୍ଵାଟସଆପ୍‌ ଭିଡିଓ ଏବଂ ଅଡିଓ କଲ

ହ୍ଵାଟସଆପ୍‌ ବ୍ୟବହାର କରୁଥିବା ୟୁର୍ଜରଙ୍କ ପାଇଁ ଖୁସି ଖବର। ଏବେ ଗୁଗଲ ଆସିଷ୍ଟାଣ୍ଟ ଜରିଆରେ କରିପାରିବେ ହ୍ଵାଟସଆପ୍‌ ଭିଡିଓ ଏବଂ ଅଡିଓ କଲ କରିପାରିବେ। ଗୁଗଲ ଆସିଷ୍ଟାଣ୍ଟ ଜରିଆରେ ଆପଣଙ୍କୁ ପୂର୍ବରୁ ହ୍ଵାଟସଆପ୍‌ ମେସଜ କରିବାର ସୁଯୋଗ ମିଳିଥିଲା କିନ୍ତୁ ଏବେ ଆପଣ ଭିଡିଓ କଲ ମଧ୍ୟ କରିପାରିବେ।

କିପରି କାମ କରିବ ଏହି ଫିଚର :

gg

ଏହି ଫିଚରକୁ ବ୍ୟବହାର କରିବା ପାଇଁ ୟୁର୍ଜରସଙ୍କୁ ଗୁଗଲ ଆସିଷ୍ଟାଣ୍ଟକୁ କମାଣ୍ଡ ଦେବାକୁ ପଡିବ। ପ୍ରଥମେ ଗୁଗଲ ଆସିଷ୍ଟାଣ୍ଟ ଜରିଆରେ କମାଣ୍ଡ ଦେବାରେ ଆପଣାଛାଏଁ ଭିଡିଓ କଲିଂ ପାଇଁ ଗୁଗଲ ଡୁଓ ଏବଂ ମୋବାଇଲ ଡାଟାର ବ୍ୟବହାର କରୁଥିଲା। ଏହାଛଡା ଗୁଗଲ ଆସିଷ୍ଟାଣ୍ଟକୁ ଅଡିଓ କଲ କମାଣ୍ଡ ଦିଆଯାଉଥିଲେ ମଧ୍ୟ ସେ ଫୋନ କଲିଂ ସର୍ଭିସର ସାହାଯ୍ୟ ନେଉଥିଲା। ଏବେ ଏହି ନୂଆ ଫିଚର ଆସିବା ପରେ ଏପରି ଆଉହେବ ନାହିଁ। ୟୁଜର୍ସଙ୍କୁ ଭିଡିଓ ଏବଂ ଅଡିଓ କଲ ପାଇଁ ହ୍ଵାଟସଆପ୍‌ ଅପସନ ମିଳିବ।

ଏହାସହ ପଢ଼ନ୍ତୁ ; ନୋକିଆ ପାଓ୍ଵାର ଇଅରବଡସ୍‌ ଲଞ୍ଚ, ୧୫୦ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ବ୍ୟାଟେରୀ