ମୋବାଇଲ୍‌ରେ ନିଶ୍ଚୟ ଇନ୍‌ଷ୍ଟଲ୍‌ କରନ୍ତୁ ଏହି ଆପ୍‌, ଦେବାକୁ ପଡ଼ିବନି ଫାଇନ୍‌

ସେପ୍ଟେମ୍ବର ୧ରୁ ସରକାର ଟ୍ରାଫିକ ନିୟମରେ ବହୁ ପରିବର୍ତ୍ତନ କରିଛନ୍ତି। ନିୟମ ଭାଙ୍ଗୁଥିବା ଏବଂ ହେଲ୍‌ମେଟ୍‌ ପିନ୍ଧୁନଥିବା ଚାଳକଙ୍କ ଉପରେ ନିଆଯିବ ଏବେ କଡ଼ା ପଦକ୍ଷେପ। ନିୟମ ମାନୁନଥିବା ଚାଳକଙ୍କ ପାଇଁ ଚାଲାଣ ରାଶିକୁ ବହୁତ ବଢ଼ାଇ ଦିଆଯାଇଛି। ତେବେ ସଫ୍ଟୱେୟାର ଅପ୍‌ଡେଟ୍‌ ହୋଇପାରିନଥିବାରୁ କେତେକ ରାଜ୍ୟରେ ସୋମବାର ଠାରୁ ଏହି ନିୟମ ଲାଗୁ କରାଯାଇପାରିନାହିଁ। ଧୀରେ ଧୀରେ ସମସ୍ତ ରାଜ୍ୟରେ ଏହି ନିୟମ ଲାଗୁ ହେବ ବୋଲି ସୂଚନା ମିଳିଛି। ନିୟମ ଲାଗୁ ହେବାର ପ୍ରଥମ ଦିନରେ ହଜାର ହଜାର ଟଙ୍କାର ଚାଲାଣ କଟାଯାଇଛି। ତେବେ କେବଳ ମୋବାଇଲ୍‌ରେ ଏକ ଆପ୍‌ ରଖିବା ଦ୍ୱାରା ଆପଣ ଏହି ଚାଲାଣ ଅର୍ଥ ଦେବାରୁ ବର୍ତ୍ତିପାରିବେ।

ଏହାସହ ପଢ଼ନ୍ତୁ: ଫେସ୍‌ବୁକ୍‌ ଆଣୁଛି ନୂଆ ଫିଚର, ଆଉ ଦିଶିବନି ଲାଇକ୍‌ ସଂଖ୍ୟା

ପରିବହନ ମନ୍ତ୍ରଣାଳୟ ଆଇଟି ଆକ୍ଟର ବହୁଳ ବ୍ୟବହାର ନିମନ୍ତେ ଗାଡ଼ି ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ ଏବଂ ଇନ୍ସ୍ୟୁରାନ୍ସ ପେପର ଭଳି ଜରୁରୀ କାଗଜପତ୍ରର ସଫ୍ଟ କପି ରଖିବା ପାଇଁ ଏକ ଆପ୍‌ ନିର୍ମାଣ କରିଛନ୍ତି। ଏହି ଆପ୍‌ରେ ଅରିଜିନାଲ କପିର ସଫ୍ଟ କପି ଷ୍ଟୋର ହୋଇ ରହିବ।

ମନ୍ତ୍ରଣାଳୟର କହିବାନୁସାରେ, ଡିଜିଲକର ଏବଂ ଏମ୍‌ ପରିବହନ ଆପ୍‌ରେ ଥିବା ଦସ୍ତାବିଜ୍‌ର ଇଲେକ୍ଟ୍ରୋନିକ୍‌ କପିକୁ ବୈଧ ଭାବେ ଗ୍ରହଣ କରାଯିବ। କେନ୍ଦ୍ର ସରକାର ରାଜ୍ୟ ପରିବହନ ବିଭାଗ ଏବଂ ଟ୍ରାଫିକ୍‌ ପୁଲିସକୁ ଏନେଇ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଯାଞ୍ଚ ପାଇଁ ଅସଲି କପି ନେବା ଆବଶ୍ୟକତା ନାହିଁ। ତେବେ ଟ୍ରାଫିକ ପୁଲିସ ନିଜ ପାଖରେ ଥିବା ମୋବାଇଲରେ ଡ୍ରାଇଭର କିମ୍ବା ପରିବହନର ଯାଞ୍ଚ ବାର୍‌ କୋଡ() ମାଧ୍ୟମରେ ନିଜ ଡାଟାବେସ୍‌ରୁ ବାହାର କରିପାରିବେ। ଏଥିସହ ଟ୍ରାଫିକ ନିୟମ ଉଲ୍ଲଂଘନ କରିବା ପରେ ନିଆଯାଉଥିବା କାର୍ଯ୍ୟାଦେଶର ରେକର୍ଡ ମଧ୍ୟ ରଖିପାରିବେ।

କେମିତି କରିବେ ଇନ୍‌ଷ୍ଟଲ

ପ୍ରଥମେ ସ୍ମାର୍ଟଫୋନ୍‌ରେ ଡିଜିଲକର ଏବଂ ଏମ୍‌ ପରିବହନ ଆପ୍‌ ଡାଉନ୍‌ଲୋଡ୍‌ କରନ୍ତୁ। ଲୋଡ ହେବା ପରେ ସାଇନ୍‌ ଅପ୍‌ କରି ଫୋନ୍‌ ନମ୍ବର ଏଣ୍ଟ୍ରି କରନ୍ତୁ। ଏବେ ମୋବାଇଲ୍‌କୁ ଏକ ଓଟିପି ଆସିବ। ଏହି ଓଟିପି ଦେଇ ଭେରିଫିକେସନ୍‌ କରନ୍ତୁ। ଦ୍ୱିତୀୟ ପର୍ଯ୍ୟାୟକୁ ଯିବା ପାଇଁ ନିଜ ୟୁଜର ନାଁ ଏବଂ ପାସ୍‌ ଓ୍ଵାର୍ଡ ସେଟ୍‌ କରନ୍ତୁ। ଏବେ ଆପଣଙ୍କ ଡିଜିଟାଲ ଆକାଉଣ୍ଟ ତିଆରି ହୋଇଯିବ। ବର୍ତ୍ତମାନ ସେଥିରେ ନିଜ ଆଧାର ନମ୍ବର ଦିଅନ୍ତୁ। ଆଧାର ଡାଟାବେସ୍‌ରେ ଥିବା ମୋବାଇଲ୍‌ ନମ୍ବରକୁ ଏବେ ଏକ ଓଟିପି ଆସିବ। ଓଟିପି ଦେବା ପରେ ଭେରିଫିକେସନ୍‌ ପ୍ରକ୍ରିୟା ଶେଷ ହେବ ଏବଂ ଆପଣଙ୍କ ଡିଜିଟାଲ ଆକାଉଣ୍ଟ ପ୍ରସ୍ତୁତ ହୋଇଯିବ। ଏହି ଡିଜିଲକର ରେ ଆପଣ ନିଜ ଆର୍‌ସି, ଲାଇସେନ୍ସ, ଇନ୍ସ୍ୟୁରାନ୍ସର କପି ଡାଉନଲୋଡ କରି ରଖିପାରିବେ ଏବଂ ଚେକିଂ ବେଳେ ପୁଲିସକୁ ଦେଖାଇପାରିବେ। ଏମ୍‌ ପରିବହନ ଆପ୍‌ରେ ଗାଡ଼ିର ମାଲିକର ନାମ, ରେଜିଷ୍ଟ୍ରେସନ୍‌ ତାରିଖ, ମଡେଲ ନମ୍ବର, ଇନ୍ସ୍ୟୁରାନ୍ସ ବୈଧତା ଆଦିର ସୂଚନା ରହିବ। ଏହାଦ୍ୱାରା ଆପଣଙ୍କୁ କୌଣସି ଅସଲି ଦସ୍ତାବିଜ୍‌ ସାଙ୍ଗରେ ଧରି ବୁଲିବାକୁ ପଡ଼ିବ ନାହିଁ।

Leave A Reply

Your email address will not be published.