Below header

ଶସ୍ତା ହେଲା Nokia 2.3, ଦର ରହିଛି ମାତ୍ର ୭,୧୯୯ ଟଙ୍କା

ଗତ ବର୍ଷ ଡିସେମ୍ବରରେ ହିଁ ଭାରତୀୟ ବଜାରରେ ଲଞ୍ଚ ହୋଇଥିଲା ନୋକିଆ ୨.୩ । କିନ୍ତୁ ଲଞ୍ଚ ହେବାର ଦୁଇ ବର୍ଷ ପରେ କମ୍ପାନୀ ତରଫରୁ ଏହାର ଦରରେ କିଛିଟା ରିହାତି କରାଯାଇଛି । ୧୦୦୦ ଟଙ୍କାର ରିହାତି ସହିତ ଏବେ ଏହାକୁ ମାତ୍ର ୭,୧୯୯ ଟଙ୍କାରେ କିଣାଯାଇ ପାରିବ । ପୂର୍ବରୁ ଏହାର ପ୍ରକୃତ ମୂଲ୍ୟ ଥିଲା ୮,୧୯୯ ଟଙ୍କା ।

ଜାଣନ୍ତୁ କଣ ରହିଛି ଏହାର ସ୍ପେସିଫିକସନ:

ଏହି ଫୋନରେ ଡୁଆଲ ସିମ ସପୋର୍ଟ ସହ ସ୍ଟକ ଆଣ୍ଡ୍ରଏଡ଼ ପାଇଁ ୯.୦ର ବି ସପୋର୍ଟ ଦିଆଯାଇଛି । ନୋକିଆର ଏହି ଫୋନକୁ ଆଣ୍ଡ୍ରଏଡ଼ ୧୦ର ବି ସପୋର୍ଟ ମିଳିବ । ନୋକିଆ ୨.୩ରେ ୬.୨ ଇଞ୍ଚର ଏଚଡ଼ି ପ୍ଲସ ଡିଷ୍ପ୍ଲେ ଥିବା ସହ ୱାଟର ଡ୍ରପ ନଚର ବି ଯୋଗାଯାଇଛି । କମ୍ପାନୀ ତରଫରୁ ଏହି ଫୋନରେ ହିଲିଓ ଏ ୨୨ ପ୍ରୋସେସର ସମେତ ୨ ଜିବି ରାମ ଓ ୩୨ ଜିବି ଷ୍ଟୋରେଜର ବି ସୁବିଧା ମିଳିପାରିବ ।

 

nokia

ଯେବେକି ଫୋନଟିର ବଡ଼ି ପଲିମର ଦ୍ୱାରା ହିଁ ନିର୍ମିତ । ଏହା ବାଦ ଗୁଗୁଲ ଆସିଷ୍ଟାଣ୍ଟ ପାଇଁ ଏଥିରେ ଅଲଗା ଏକ ବଟନ ବି ଦିଆଯାଇଛି | କନେକ୍ଟିଭିଟି ପାଇଁ ଏଥିରେ ୪G ଏଲଟି, ୱାଇ-ଫାଇ, ବଳୁଟୁଥ ୫.୦, ଜିପିଏସ, ଆଉ ଏକ ମାଇକ୍ରୋ ୟୁଏସବି ଓ ୩.୫ ଏମଏଚର ହେଡ଼ ଫୋନ ବି ମିଳିପାରିବ ।

ଏଇଥିରେ ୪୦୦୦ mAh ବ୍ୟାଟେରୀ ସମେତ ୫ ଵାଟ ଚାର୍ଜରର ସୁବିଧା ବି ମିଳିପାରିବ । କ୍ୟାମେରା ଦୃଷ୍ଟିରୁ ଏଥିରେ ଏକ ୧୩ ମେଗା ପିକସାଲ ଓ ଅନ୍ୟଟି ୨ ମେଗା ପିକସାଲର ସୁବିଧା ମିଳୁଛି । ଆଉ ସେଲ୍ଫି ଉଠାଇବା ପାଇଁ ଏଥିରେ ଗ୍ରାହକଙ୍କୁ ୫ ମେଗା ପିକସାଲର ଫ୍ରଣ୍ଟ କ୍ୟାମେରାର ସୁବିଧା ବି ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.