ଓଡିଶାରେ କରେନା ଭାଇରସ ଭୟ, ୮୩ ଜଣ ସନ୍ଧିଗ୍ଧଙ୍କୁ କରୋନା ଭାଇରସ ସନ୍ଦେହ
ସାରା ବିଶ୍ୱରେ ଘାରିଛି କରୋନା ଭୟ। ଦିନକୁ ଦିନ କାୟା ବିସ୍ତାର କରିଚାଲିଛି କରୋନା। ଚୀନରେ କରୋନା ଭାଇରସ ୧୫୨୬ ଲୋକଙ୍କ ଜୀବନ ନେଇସାରିଥିବାବେଳେ ୭୦ ହଜାରରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ନେଇ ସାରା ବିଶ୍ୱରେ ଭୟର ସଞ୍ଚାର ଖେଳି ଯାଇଛି। ତେବେ ଏହି ସବୁ ମଧ୍ୟରେ ଓଡିଶାରେ ବି କରୋନା ଭାଇରସର ଭୟ ଦେଖିବାକୁ ମିଳିଛି।
ଓଡିଶା ସରକାର ୧୫ ଜାନୁଆରୀ ଠାରୁ ବିଦେଶରୁ ଆସିଥିବା ୮୩ ଜଣ ଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ନିରୀକ୍ଷଣରେ ରଖିଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏକ ନିୟନ୍ତ୍ରଣ କକ୍ଷ ଖୋଲିଛନ୍ତି, ଯାହା ୨୪ ଘଣ୍ଟା ଚାଲୁ ରହିବ। ରୋଗ ସମ୍ବନ୍ଧୀୟ କୌଣସି ତଥ୍ୟ ବିଷୟରେ ଜାଣିବା ପାଇଁ ହେଲ୍ପ ଲାଇନ୍ ନମ୍ବର ମଧ୍ୟ ଦିଆଯାଇଛି।
ସୂଚନା ଅନୁଯାୟୀ କଟକ ଏସସିବି ମେଡିକାଲ ରେ ସନ୍ଦିଗ୍ଧ କରୋନାଭାଇରସ ରୋଗୀଙ୍କ ପାଇଁ ୮୦ ବେଡର ବ୍ୟବସ୍ଥା କରାଯାଇଛି। ସେହିପରି କରୋନା ଭାଇରସ ସନ୍ଦେହରେ ରଖାଯାଇଥିବା ତିନି ଜଣ ରୋଗୀଙ୍କ ରିପୋର୍ଟ ନେଗେଟିଭ୍ ଆସିବାରୁ ତାଙ୍କୁ ଛାଡି ଦିଆଯାଇଛି।