Nokia 2.4 ଏବଂ Nokia 3.4 ସ୍ମାର୍ଟଫୋନ ହେଲା ଲଞ୍ଚ, ଜାଣନ୍ତୁ ମୂଲ୍ୟ ଏବଂ ଫିଚର୍ସ

HMD ଗ୍ଲୋବାଲ ପକ୍ଷରୁ ଦୁଇଟି ନୂଆ ସ୍ମାର୍ଟଫୋନ Nokia 2.4 ଏବଂ Nokia 3.4 କୁ ଲଞ୍ଚ କରିଛି। ଏହାସହିତ କମ୍ପାନୀ କିଛି ନୂଆ ଏକ୍ସେସିରିଜ ଯେଭଳି ନୋକିଆ ପାଓ୍ଵର ଇଅରବଡସ୍‌ ଏବଂ ନୋକିଆ ପୋର୍ଟେବଲ େଓ୍ଵୟାରଲେସ ସ୍ପିକର ମଧ୍ୟ ଲଞ୍ଚ କରିଛି।

ନୋକିଆ ୩.୪ର ତିନିଟି ଭାରିଅଣ୍ଟସ୍‌ ୩ ଜିବି+୩୨ ଜିବି, ୩ଜିବି+୬୪ ଜିବି ଏବଂ ୪ଜିବି + ୬୪ ଜିବି ମଧ୍ୟ ଲଞ୍ଚ କରିଛି। ଯାହାର ପ୍ରାରମ୍ଭିକ ମୂଲ୍ୟ ୧୩,୭୨୦ ଟଙ୍କା ରହିଛି। ଏହି ଫୋନ ଜୋର୍ଡ ଡସ୍କ ଏବଂ ଚାରକୋଲ କଲର ଅପସନରେ ଉପଲବ୍ଧ ରହିଛି। ଏଥିରେ କ୍ୱାଲାକମ୍‌ ସ୍ନାପଡ୍ରାଗନ ୪୬୦ ପ୍ରୋସେର, ୪ ଜିବି ରାମ, ୬୪ ଜିବି ଷ୍ଟୋରେଜ ଏବଂ ୬.୩୯ ଇଞ୍ଚ ଏଚଡି + ପଞ୍ଚ ହୋଲ ଡିସପ୍ଲେ, ୧୩ ଏମପି+ ୨ ଏମପି+ ୫ ଏମପି ଟ୍ରପିଲ ରିଅର କ୍ୟାପେରା ସେଟଅପ୍‌ ରହିଛି।

phone

ସେହିଭଳି ନୋକିଆ ୨.୪ ସବୁଠାରୁ ଶସ୍ତା ସ୍ମାର୍ଟଫୋନ। ଯାହାର ମୂଲ୍ୟ ୧୦,୨୭୦ ଟଙ୍କା ରହିଛି। ଏହି ଫୋନରେ ୨ ଜିବି ରାମ+ ୩୨ ଜିବି ଷ୍ଟୋରେଜ, ୩ ଜିବି ରାମ+ ୬୪ ଜିବି ଷ୍ଟୋରେଜ ରହିଛି। ନୋକିଆ ୩.୪ ଫୋନର ବିକ୍ରି ଅକ୍ଟୋବର ମାସ ଆରମ୍ଭରୁ ହେବ। ସେହିଭଳି ନୋକିଆ ୨.୪ ବିକ୍ରି ସେପ୍ଟେମ୍ବର ଶେଷରୁ ଆରମ୍ଭ ହେବ। ଏଥିରେ ୬.୫ ଇଞ୍ଚ ଏଚଡି ସ୍କ୍ରିନ, ମିଡିଆଟେକ ପି ୨୨ ପ୍ରୋସେସର, ୩ ଜିବି ରାମ, ୬୪ ଜିବି ଷ୍ଟୋରେଜ, ଆଣ୍ଡ୍ରଏଡ ୧୦ ଅପରେଟିଂ ସିଷ୍ଟମ, ରିଅରରେ ୧୩ ଏମପି+ ୨ ଏମପି ଦୁଇଟି କ୍ୟାମେରା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.