Below header

Nokia 8.2 ଆଜି କରିବ ମାର୍କେଟରେ ଏଣ୍ଟ୍ରୀ, ମିଳିବ ଦମଦାର ଫିଚର୍ସ

ଏମଏମଡି ଗ୍ଲୋବାଲ ଆଜି ଗ୍ଲୋବାଲ ଲେଭେଲରେ ନୋକିଆ ସ୍ମାର୍ଟଫୋନକୁ ଲଞ୍ଚ କରିବ। ଗ୍ରାହକ ଏହି ଫୋନରେ ବଡ ସ୍କ୍ରୀନ, ବ୍ୟାଟେରୀ ଏବଂ ଦମଦାର ପ୍ରୋସେସର ଭଳି ଫିଚର ପାଇବେ। କମ୍ପାନୀ ଆଜି ଏହି ସ୍ମାର୍ଟଫୋନ ସହିତ ନୋକିଆ ୫.୨ ଏବଂ ନୋକିଆ ୨.୩କୁ ଲଞ୍ଜ କରିବ। ଏହାପୂର୍ବରୁ ଏମଏମଡି ଗ୍ଲୋବାଲ ନୋକିଆ ୮.୧ ସ୍ମାର୍ଟଫୋନକୁ ଭାରତ ସମେତ ଅନ୍ୟ ଦେଶରେ ବଜାର ପ୍ରବେଶ କରାଇଥିଲା। ତେବେ ଆସନ୍ତୁ ଜାଣିବା ନୋକିଆ ୮.୨ର କେତେ ରହିଛି ଦାମ ଏବଂ ସ୍ପେସିଫିକେସନ।

ମିଡିଆ ରିପୋର୍ଟ ଅନୁଯାୟୀ ଏହି ଫୋନର ଦାମ ୧୫,୦୦୦ ରୁ ନେଇ ୨୦,୦୦୦ ଟଙ୍କା ମଧ୍ୟରେ ରହିବ। ଏବେ ପର୍ଯ୍ୟନ୍ତ ଭାରତରେ ଏହି ଫୋନକୁ ନେଇ କୌଣସି ସୂଚନା ଦିଆଯାଇନାହିଁ।

nokia phoneନୋକିଆ ୮.୨ର ସ୍ପେସିଫିକସେନକୁ ନେଇ ଅଧିକ କିଛି ସୂଚନା ମିଳିନାହିଁ। କିନ୍ତୁ ନୋକିଆ ୫.୨ର ଅନେକ ରିପୋର୍ଟ ଲିକ୍‌ ହୋଇଥିଲା। ଏହି ଲିକ୍‌ ହୋଇଥିବା ରିପୋର୍ଟରୁ ଜଣାପଡିଛି ଏହି ଫୋନରେ ୪୮ ମେଗାପିକ୍ସେଲର ରିୟର କ୍ୟାମେରା ଏବଂ ସ୍ନାପଡ୍ରାଗନ ୬୬୦ ଚିପସେଟ ଦିଆଯାଇଛି। ଏହାସହିତ ଏଚଡି ଡିସପ୍ଲେ ମଧ୍ୟ ଦିଆଯାଇପାରେ।

ଏହାସହ ପଢନ୍ତୁ : ଫଟୋ ଲିକ୍‌ ! ବହୁତ ସୁନ୍ଦର ଦେଖାଯାଉଛି ଲଞ୍ଚ ହେବାକୁ ଥିବା 5G ଫୋନ୍‌ Redmi K30,ସାମ୍ନାକୁ ଆସିଲା ଦାମ୍‌

କମ୍ପାନୀ ଏହି ଫୋନକୁ ନୋକିଆ ୨.୨ର ଅପଗ୍ରେଡେଡ୍‌ ଭର୍ସନରେ ଲଞ୍ଚ କରିବ। ଲିକ୍‌ ରିପୋର୍ଟ ଅନୁଯାୟୀ କମ୍ପାନୀ ଏହି ଡିଭାଇସରେ ୬.୧ ଇଞ୍ଚର ଏଚଡି ଡିସପ୍ଲେ ଏବଂ ୩,୯୨୦ ମାହ ବ୍ୟାଟେରୀ ସପୋର୍ଟ ଦେଇଛି। ସେହିପରି ଆପଣ ଯଦି ନୋକିଆ ଫୋନର ଫ୍ୟାନ ଅଟନ୍ତି ତେବେ ଆପଣଙ୍କ ପାଇଁ ଏହି ଫୋନ ବେଷ୍ଟ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.