ଭାରତରେ ଲଞ୍ଚ ହେବ Nokia ର ସବୁଠାରୁ ମଜବୁତ୍ ଫୋନ୍, ପଡିଲେ ଭାଙ୍ଗିବନି କି ପାଣିରେ ବି ଖରାପ ହେବନି

ନୋକିଆ ଅଗଷ୍ଟରେ ଭାରତରେ ନୋକିଆ XR20, C30, C20 ପ୍ଲସ୍, G10 ଏବଂ C01 ପ୍ଲସ୍ ଘୋଷଣା କରିଥିଲା। ଅନ୍ୟ ମଡେଲଗୁଡିକ ଉପଲବ୍ଧ ନହେବାରୁ ନୋକିଆ C20 ପ୍ଲସ୍ ତୁରନ୍ତ ବିକ୍ରି ହେବାକୁ ଲାଗିଲା । କିନ୍ତୁ ବର୍ତ୍ତମାନ ସ୍ମାର୍ଟ ଫୋନ୍ ମେକର ନୋକିଆ ନିଜର ସବୁଠାରୁ ଦମ୍‌ଦାର ସ୍ମାର୍ଟଫୋନ୍ Nokia XR20 କୁ ଭାରତରେ ଲଞ୍ଚ କରିବା ନେଇ ଘୋଷଣା କରିଛି। ଏପରିକି ଏହାର ପ୍ରି-ବୁକିଂ ତାରିଖ ମଧ୍ୟ ଜଣାଇ ଦିଆଯାଇଛି। ଏହା ୫ଜି ନେଟଓ୍ବର୍କ କନେକ୍ଟିଭିଟି ସହିତ ଆସୁଥିବା କମ୍ପାନୀର ଲାଟେଷ୍ଟ ରଗଡ୍ଫୋନ୍ ଓ ଯାହାକୁ ଜୁଲାଇରେ ଲଞ୍ଚ୍ କରାଯାଇଥିଲା।

ଏହି ଫୋନ୍ ଏବେ ୟୁଏଏସ୍, ୟୁକେ ଓ ୟୁରୋପ ଭଳି ବଜାରରେ ବିକ୍ରି କରାଯାଉଛି। ହାଣ୍ଡସେଟକୁ ଡଷ୍ଟପ୍ରୁଫ୍ ଓ ଓ୍ବାଟର ରେଜିଷ୍ଟେନ୍ସ ଏହାକୁ IP68 ରେଟ୍ କରିଛି ଓ ଏହା MIL-STD-810H ସାର୍ଟିଫାଏଡ୍ ମଧ୍ୟ ରହିଛି। Nokia XR20 ରେ Gorilla Glass Victus protection ବ୍ୟବହାର କରାଯାଇଛି। ଯାହା କାରଣରୁ ଆପଣ ଏହାକୁ ଓଦା ଆଙ୍ଗୁଳି କିମ୍ବା ଗ୍ଲବସ୍ ପିନ୍ଧି ୟୁଜ କରିପାରିବେ।

ଏହି ଫୋନ୍‌ର ମୁଖ୍ୟ ଫିଚର୍ସ ହେଉଛି ୬.୬୭ ଲଞ୍ଚର ଏଫ୍ଏଚଡି ସହିତ ସ୍ନାପଡ୍ରାଗନ୍ ୪୮୦ ସ୍ନାପଚାଟ୍, ୪୮ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ଓ ଆଣ୍ଡ୍ରଏଡ 11 OS ରହିଛି। Nokia XR20 ର ୬ ଜିବି + ୧୨୮ ଜିବି ଭାରିଆଣ୍ଟର ମୂଲ୍ୟ ପ୍ରାୟ ୪୦, ୯୦୦ ଟଙ୍କା ରହିଛି। ଏହା ଗ୍ରାନାଇଟ୍ ଓ ଅଲ୍ଟ୍ରା ବ୍ଲୁ କଲର ଅପ୍ସନରେ ଆସୁଛି। ଫୋନ୍ ୟୁରୋପ ଓ ୟୁକେରେ ୪ଜିବି+ ୬୪ ଜିବି ଭର୍ସନରେ ମଧ୍ୟ ଉପଲବ୍ଧ ରହିଛି। ଅନୁମାନ କରିପାରିବେ ଯେ, ଭାରତରେ ହାଣ୍ଡସେଟ୍‌ର ମୂଲ୍ୟ ପ୍ରାୟ ୪୫,୦୦୦ ଟଙ୍କା ହୋଇପାରେ। ଭାରତରେ Nokia XR20 ର ପ୍ରି ବୁକିଂ ୨୦ ଅକ୍ଟୋବରରୁ ଆରମ୍ଭ ହେବ।

Nokia XR20 ଫୋନ୍‌ରେ କ୍ବାଲକମ୍ ସ୍ନାପଡ୍ରାଗନ୍ ୪୮୦ ସ୍ନାପଚାଟ୍ ରହିଛି, ଯାହାକି ଗେମ୍ ପାଇଁ ଏଡ୍ରେନୋ 619 GPU ସହିତ ରହିଛି। ଏହା ୬ଜିବି ରାମ୍ ଓ ୧୨୮ ଜିବି ଇନବିଲ୍ଟ ଷ୍ଟୋରେଜ୍ ଓ ୧୮ ଓ୍ବାଟ୍ ଓ୍ବାୟର୍ଡ ଫାଷ୍ଟ ଚାର୍ଜିଂ ଓ ୧୫ ଓ୍ବାଟ ଓ୍ବେୟାରଲେସ୍ ଚାର୍ଜିଂ ସହିତ 4,630mAhବ୍ୟାଟେରୀ ରହିଛି। କନେକ୍ଟିଭିଟି ଫିଚର ୫ଜି, ଡୁଆଲ ୪ଜି ଭୋଲ୍ଟି, ଡୁଆଲ ବ୍ୟାଣ୍ଡ ଓ୍ବାଇ-ଫାଇ, ବ୍ଲୁଟୁଥ୍ ୫.୧ ଜିପିଏସ୍/ନୋଭିକ୍ ଓ ୟୁଏସବି ଟାଇପ୍ ସି ପୋର୍ଟ ରହିଛି। ଫୋନ୍ ଆଣ୍ଡ୍ରଏଡ୍ 11 OS ଆଉଟ୍ ଅଫ୍ ବକ୍ସରେ ଚାଲିଥାଏ ଏବଂ କମ୍ପାନୀ ୩ ବର୍ଷର OS ଅପଗ୍ରେଡ୍ ଏବଂ ୪ ବର୍ଷ ପର୍ଯ୍ୟନ୍ତ ମାସିକ ସୁରକ୍ଷା ଅପଡେଟ୍ ଦେବାର ଓ୍ବାରେଣ୍ଟି ମଧ୍ୟ ଦେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.