Below header

Nokia ଲଞ୍ଚ୍‌ କରିବାକୁ ଯାଉଛି ସବୁଠୁ ମଜଭୁତ ସ୍ମାର୍ଟଫୋନ୍‌, ଆଉ ଦରକାର ପଡ଼ିବନି କଭର

ମଜଭୁତ ମୋବାଇଲ ଫୋନ୍‌ କହିଲେ ନୋକିଆକୁ ହିଁ ବୁଝାଏ। କାରଣ ନୋକିଆ ନିଜ ପୂର୍ବ ମଡେଲଗୁଡ଼ିକ ଏତେ ମଜଭୁତ ତିଆରି କରୁଥିଲା ଯେ ତାହା ତଳେ ପଡ଼ିଲେ ବି ଭାଙ୍ଗୁନଥିଲା। ମାତ୍ର ଗତ କିଛି ଦିନ ହେବ ମୋବାଇଲ ନିର୍ମାତା କମ୍ପାନୀ ନୋକିଆ ସ୍ମାର୍ଟଫୋନ୍‌ ରେସ୍‌ରୁ ଦୂରରେ ଥିଲା। କିନ୍ତୁ ଏବେ ପୁଣିଥରେ ନିଜ ପୂର୍ବ ରେକର୍ଡକୁ ବଜାୟ ରଖି ମାର୍କେଟକୁ ଆସୁଛି ନୋକିଆ। ସ୍ମାର୍ଟଫୋନ୍‌ ତିଆରି କରି ଚର୍ଚ୍ଚାରେ ଥିବା ନୋକିଆ ବର୍ତ୍ତମାନ କିଛି ନୂଆ କରିବାକୁ ପ୍ରସ୍ତୁତି ଚଳାଇଛି।

ରିପୋର୍ଟ ମୁତାବକ, ନୋକିଆର ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ଏଚ୍‌ଏମ୍‌ଡି ଗ୍ଲୋବାଲ ଏକ ଟିଜର ଜାରି କରିଛି। କମ୍ପାନୀର ସୂଚନାନୁଯାୟୀ, ନୋକିଆର ଏହି ଆଗାମୀ ସ୍ମାର୍ଟଫୋନ୍‌ ଏତେ ଷ୍ଟ୍ରଙ୍ଗ୍‌ ହେବ ଯେ ସେଥିରେ କଭର ଲଗାଇବା ଆବଶ୍ୟକତା ପଡ଼ିବ ନାହିଁ। ଗତ କିଛି ଦିନ ହେଲା Nokia XR20 ବିଷୟରେ ତଥ୍ୟ ସାମ୍ନାକୁ ଆସୁଛି। ଏଣୁ ଆଶା କରାଯାଉଛି ଯେ ନୋକିଆର ଏହି ସ୍ମାର୍ଟଫୋନ୍‌ Nokia XR20 ର ହିଁ ହୋଇଥିବ।

କମ୍ପାନୀ ଏହି ସ୍ମାର୍ଟଫୋନ୍‌କୁ ଜୁଲାଇ ୨୭ରେ ଲଞ୍ଚ୍‌ କରିବ। ଟିଜରରେ ଦେଖାଯାଇଛି ଯେ ଜଣେ ବ୍ୟକ୍ତି ହାତରେ ଏକ ଫୋନ୍‌ ଧରିଛନ୍ତି ଓ ଫୋନ୍‌ରେ କଭର ବି ଲାଗିଛି। ଏହି କଭର ଉପରେ ଲେଖାଯାଇଛି ଯେ ନୋକିଆର ଏହି ଫୋନ୍‌ରେ ଆପଣଙ୍କୁ କେବେ ବି କଭରର ଆବଶ୍ୟକତା ପଡ଼ିବ ନାହିଁ। ତେବେ ଆଉ କିଛି ଦିନ ମଧ୍ୟରେ ଏହି ଫୋନ୍‌ର ଫିଚର ସାମ୍ନାକୁ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.