ଓଟିଟି ପ୍ଲାଟଫର୍ମରେ ବି ଏଣ୍ଟ୍ରି ମାରିଲେ କଙ୍ଗନା ରାଣାଓ୍ଵତ୍‌, ଏହି ରିଆଲିଟି ଶୋ’ରେ କରିବେ ହୋଷ୍ଟିଂ

ଫିଲ୍ମ ପରେ ଏବେ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌। ସେ ଲୋକପ୍ରିୟ ସିରିଜ୍‌ ‘ଟେମ୍ପଟେସନ୍‌ ଆଇଲ୍ୟାଣ୍ଡ’ର ଭାରତୀୟ ରୂପାନ୍ତର ମାଧ୍ୟମରେ ୱେବ୍‌ ସିରିଜ୍‌ରେ ଏଣ୍ଟ୍ରି କରିବେ। ରିପୋର୍ଟ ମୁତାବକ, କଙ୍ଗନା ଏକ ରିଆଲିଟି ଶୋ’ର ହୋଷ୍ଟ ହେବାକୁ ଯାଉଛନ୍ତି, ଯାହାର ପ୍ରିମିୟର ଓଟିଟି ପ୍ଲାଟଫର୍ମରେ ହେବ। ଏଥିପାଇଁ କଙ୍ଗନା ଚୁକ୍ତି ସ୍ୱାକ୍ଷରିତ କରିଥିବା ଜଣାଯାଇଛି।

ଏହି ୱେବ୍‌ ସିରିଜ୍‌ ବ୍ୟତୀତ କଙ୍ଗନା ନିଜ ଆଗାମୀ ଫିଲ୍ମ ‘ଥଲାଇବି’ର ରିଲିଜ୍‌ ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ଏହି ଫିଲ୍ମର ସୁଟିଂ କରୋନାର ଦ୍ୱିତୀୟ ଲହର ଯୋଗୁ ଅଟକି ରହିଛି। ତେବେ ସ୍ଥିତି ଟିକେ ସ୍ୱାଭାବିକ ହେଲେ ସୁଟିଂ ଆରମ୍ଭ ହେବ ବୋଲି ଜଣାଯାଇଛି।

 

View this post on Instagram

 

A post shared by Kangana Ranaut (@kanganaranaut)


ଏବେ କଙ୍ଗନାଙ୍କ ହାତରେ ଧାକଡ଼, ପିରିୟଡ ଡ୍ରାମା ‘ମଣିକଣ୍ଣିକା ରିଟର୍ଣ୍ଣ: ଦ ଲିଜେଣ୍ଡ ଅଫ୍‌ ଡିଟ୍ଟ’ ଓ ତେଜସ୍‌ ମଧ୍ୟ ରହିଛି। ଏହା ବ୍ୟତୀତ କଙ୍ଗନା ଭାରତର ଦିବଂଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଜୀବନ ଉପରେ ଆଧାରିତ ଇମରଜେନ୍ସିରେ ନିର୍ଦ୍ଦେଶକ ଭୂମିକାରେ ଅଭିନୟ କରିବେ।

ମଙ୍ଗଳବାର ଦିନ ତାଙ୍କ ଫିଲ୍ମ ନିର୍ମାଣ କମ୍ପାନୀ ମଣିକର୍ଣ୍ଣିକା ଫିଲ୍ମସ୍‌ର ଅଫିସିଆଲ େଓ୍ଵବ୍‌ସାଇଟ୍‌ରେ ଘୋଷଣା କରାଯାଇଛି ଯେ ନବାଜୁଦ୍ଦିନ୍‌ ସିଦ୍ଧିକିଙ୍କୁ ତାଙ୍କ ଆଗାମୀ ପ୍ରଡକ୍ସନ୍‌ ‘ଟିକୁ ୱେଡ୍‌ସ ଶେରୁ’ ପାଇଁ ସାଇନ୍‌ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.