ବୃହସ୍ପତିଙ୍କ ରାଶି ପରିବର୍ତ୍ତନରେ ଜାଣନ୍ତୁ କେଉଁ ରାଶିରେ କ’ଣ ପଡ଼ିବ ପ୍ରଭାବ
ଦେବଗୁରୁ ବୃହସ୍ପତି ୫ ଅପ୍ରେଲ ୨୦୨୧ ମଙ୍ଗଳବାରରେ ରାଶି ପରିବର୍ତ୍ତନ କରିଥିଲେ । ଏହି ସମୟରେ ବୃହସ୍ପତି ମକର ରାଶିରୁ କୁମ୍ଭ ରାଶିକୁ ଗୋଚର ପ୍ରକାରେ ଗତି କରିଥିଲେ ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦେବଗୁରୁ ବୃହସ୍ପତି ୪ମାସ ରହି ରାଶି ପରିବର୍ତ୍ତନ କରିଥାନ୍ତି । ୨୦ ଜୁନରେ ଗୁରୁ ବୃହସ୍ପତି ବକ୍ରୀ ଅବସ୍ଥାରେ ଥିଲେ । ଏବେ ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ କୁମ୍ଭ ରାଶିରେ ବକ୍ର ଦୃଷ୍ଟି ବା ଓଲଟା/ ବୀପରିତ ଚଳନ କରିବେ । ଏହାପରେ ପୁନର୍ବାର ମକର ରାଶିରେ ପ୍ରବେଶ କରିବେ । ତେବେ ଏହି ସମୟରେ ଜାଣନ୍ତୁ ଅନ୍ୟ ରାଶି ଉପରେ ଏହାର କେଉଁ ପ୍ରଭାବ ପକାଇବ ।
ମେଷ:
କାର୍ଯ୍ୟରେ ସଫଳତା ପାଇଁ ଅଧିକ କଷ୍ଟ କରିବାକୁ ହେବ । ଅର୍ଥକୁ ନେଇ ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ । ଦାମ୍ପତ୍ୟ ଜୀବନରେ ସମସ୍ୟାର ସାମ୍ନା କରିବାକୁ ହେବ । ଶରୀରର ବିଶେଷ ଧ୍ୟାନ ରଖିବାକୁ ହେବ ।
ବୃଷ:
ଏହି ସମୟ ମଧ୍ୟରେ କୌଣସି କାର୍ଯ୍ୟ କରିବା ପାଇଁ ଜଲଦି କରନ୍ତୁ ନାହିଁ । ବିବାଦଠୁ ଦୂରେଇ ରୁହନ୍ତୁ । ନୂଆ କାର୍ଯ୍ୟ ଆରମ୍ଭ କରି ପାରିବେ । ବ୍ୟାପାରରେ ସଫଳତା ମିଳିବ ।
ମିଥୁନ:
ଏହି ସମୟରେ ଧୈର୍ଯ୍ୟ ରଖନ୍ତୁ । ପାରିବାରିକ ଜୀବନ ସୁଖମୟ ହେବ । ସଫଳତା ପାଇଁ କଷ୍ଟ କରିବାକୁ ପଡ଼ିବ ।
କର୍କଟ:
ଏହି ସମୟ କର୍କଟ ରାଶିର ବ୍ୟକ୍ତି ସାବଧାନ ରହିବା ଜରୁରୀ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଭାବିଚିନ୍ତି କାମ କରନ୍ତୁ ।
ସିଂହ:
ଆର୍ôଥକ ସମସ୍ୟାର ସାମ୍ନା କରିବାକୁ ହେବ । କାର୍ଯ୍ୟକ୍ଷେତ୍ରରେ ସହଜରେ ବିଶ୍ୱାସ କରନ୍ତୁ ନାହିଁ । ଦାମ୍ପତ୍ୟ ଜୀବନରେ ସମସ୍ୟାର ସାମ୍ନାକ କରିବାକୁ ହେବ ।
କନ୍ୟା:
ଶତ୍ରୁ ଉପରେ ନିଜର ପ୍ରଭାବ ରହିବ । ମାନସିକ ଶାନ୍ତି ଅନୁଭବ କରିବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବେ । କାର୍ଯ୍ୟକ୍ଷେତ୍ରରେ ସମସ୍ୟା ବଢ଼ିବ ।
ତୁଳା:
ଆର୍ôଥକ କ୍ଷେତ୍ରରେ ଦୁର୍ବଳତା ରହିବ । ଦାମ୍ପତ୍ୟ ଜୀବନରେ ସମସ୍ୟା ବଢ଼ିବ ।
ବିଛା:
ଆର୍ôଥକ କ୍ଷେତ୍ର ମଜବୁତ ରହିବ । ବାଦ ବିବାଦଠୁ ଦୂରେଇ ରୁହନ୍ତୁ । ସଫଳତା ପାଇଁ କଷ୍ଟ କରିବାକୁ ହେବ । ପାରିବାରିକ କଳହ ଦେଖାଯିବ
ଧନୁ:
ପାରିବାରିକ ସମସ୍ୟା ଦେଖାଯିବ । ମାନ ସମ୍ମାନ ହାନି ହେବ । କାର୍ଯ୍ୟକ୍ଷେତ୍ରରେ ଉନ୍ନତି ମିଳିବ ।
ମକର:
ଆର୍ôଥକ ସମସ୍ୟାର ସାମ୍ନା କରିବାକୁ ହେବ । ଖର୍ଚ୍ଚରେ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।
କୁମ୍ଭ:
ସହଜରେ କାହାକୁ ବିଶ୍ୱାସ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଆର୍ଥିକ ସ୍ଥିତି ସାମାନ୍ୟ ରହିବ ।
ମୀନ:
ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବେ । ଧାର୍ମିକ ଓ ଆଧ୍ୟତ୍ମିକ କାମରେ ସାମିଲ ହେବେ । ଆର୍ôଥକ ସ୍ଥିତିକୁ ନେଇ ସଜାଗ ରୁହନ୍ତୁ ।